PIB Headquarters
ଭାରତର ବିଭିନ୍ନ ରାଜକୀୟ ସାମ୍ରାଜ୍ୟର ମ୍ୟୁଜିୟମ ଯେଉଁଠି ଜୀବନ୍ତ ହୋଇଉଠେ
Posted On:
31 OCT 2025 12:18PM by PIB Bhubaneshwar
ପ୍ରମୁଖ ବିନ୍ଦୁ
ପ୍ରଧାନମନ୍ତ୍ରୀ ଅକ୍ଟୋବର ୩୧ ତାରିଖରେ ଗୁଜରାଟ ଏକତା ନଗରର ଷ୍ଟ୍ୟାଚ୍ୟୁ ଅଫ୍ ୟୁନିଟିରେ ଭାରତର ବିଭିନ୍ନ ରାଜକୀୟ ସାମ୍ରାଜ୍ୟ ମ୍ୟୁଜିଅମ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏକତା ଓ ବଳିଦାନର କାଳଜୟୀ ମନୋଭାବ ସଂପର୍କରେ ଆଗାମୀ ପିଢ଼ିକୁ ଅନୁପ୍ରାଣିତ କରିବା ହେଉଛି ଏହାର ଉଦ୍ଦେଶ୍ୟ।
୩୬୭ କୋଟି ଟଙ୍କାରେ ନିର୍ମିତ ହେଉଥିବା ଏହି ମ୍ୟୁଜିୟମରେ ରହିବ ୪ଟି ଥିମେଟିକ୍ ଗ୍ୟାଲେରି।
ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ୫ ଏକର ଜମିରେ ଏହି ମ୍ୟୁଜିୟମ ନିର୍ମିତ ହେବ।
ଉପକ୍ରମ
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆମର ପରମ୍ପରା ଓ ଏକତାର ପ୍ରତିଶ୍ରୁତିର ସ୍ୱାକ୍ଷର ବହନ କରୁଥିବା ବିଭିନ୍ନ ରାଜକୀୟ ସାମ୍ରାଜ୍ୟକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ରାଜକୀୟ ସାମ୍ରାଜ୍ୟର ମ୍ୟୁଜିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ମ୍ୟୁଜିୟମ ହେବ ଦେଶର ଗୌରବ ଓ ପରମ୍ପରାର ମୂକସାକ୍ଷୀ । ୩୬୭ କୋଟି ଟଙ୍କା ବ୍ୟୟରେ ଏହି ମ୍ୟୁଜିୟମ୍ ନିର୍ମିତ ହେବ।
ଭାରତୀୟ ରାଜକୀୟ ସାମ୍ରାଜ୍ୟ ମ୍ୟୁଜିୟମ ଏକ ଜାତୀୟ ସଂଗ୍ରହାଳୟ ଭାବେ କାମ କରିବ। ଏଠାରେ ଶୋଭା ପାଇବ ଭାରତର ବିଭିନ୍ନ ରାଜବଂଶ, ସାମ୍ରାଜ୍ୟ ଓ ଗଡ଼ଜାତ ବଂଶର ପ୍ରତୀକ ଯେପରିକି ସିଂହସନ, ମୁକୁଟ, ରାଜଦଣ୍ଡ, ରାଜପୋଷାକ, ପାଣ୍ଡୁଲିପି, ଚିତ୍ରକଳା ଇତ୍ୟାଦି।
ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟି ନିକଟରେ ୫ ଏକର ଜାଗାରେ ଏହି ମ୍ୟୁଜିୟମ ନିର୍ମିତ ହେବ।
ଏଥିରେ ରହିବ ୪ଟି ଥିମେଟିକ୍ ଗ୍ୟାଲେରି। ସେଠାରେ ରହିବ ଐତିହାସିକ କଳାକୃତି ସାମଗ୍ରୀ, ନଥିପତ୍ର ଓ ଡିଜିଟାଲ ସାମଗ୍ରୀ। ଏହା ଦ୍ୱାରା ଦର୍ଶକମାନେ ଦେଶର ଇତିହାସ ସଂପର୍କରେ ସବୁ କିଛି ଜାଣିପାରିବେ।
ଏହାର ଲକ୍ଷ୍ୟ ହେଉଛି ଅତୀତର ସ୍ମାରକୀକୁ ସଂରକ୍ଷିତ କରି ରଖିବା ସହିତ ଏକତା ଓ ବଳିଦାନର କାଳଜୟୀ ମନୋଭାବରେ ଆଗାମୀ ଭବିଷ୍ୟତର ପୀଢ଼ିକୁ ଅନୁପ୍ରାଣିତ କରିବା।
ଐତିହାସିକ ପୃଷ୍ଠଭୂମି
୧୫ ଅଗଷ୍ଟ ୧୯୪୭ରେ ଭାରତ ଯେତେବେଳେ ସ୍ୱାଧୀନତା ପାଇଲା, ସେତେବେଳେ ଏହି ଉପମହାଦେଶ ଥିଲା ବ୍ରିଟିଶ ଶାସନାଧୀନ ଅନେକ ଭୂଖଣ୍ଡ ଓ ୫୫୦ରୁ ଅଧିକ ଗଡ଼ଜାତ ଅଞ୍ଚଳ ଓ ରାଜତନ୍ତ୍ରରେ ପରିଚାଳିତ ରାଜ୍ୟ। ଭାରତରେ ଏହି ସବୁ ରାଜ୍ୟର ରାଜନୈତିକ ମିଶ୍ରଣ ହେଉଛି ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆମ ଦେଶର ଏକ ବହୁତ ବଡ଼ ଉଲ୍ଲେଖଯୋଗ୍ୟ ସଫଳତା।
ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ସେତେବେଳେ ଇନଷ୍ଟ୍ରୁମେଣ୍ଟ ଅଫ୍ ଆସେସନ୍ ଜରିଆରେ ଭାରତରେ ମିଶ୍ରଣ ହେବା ପାଇଁ ଗଡ଼ଜାତ ରାଜ୍ୟଗୁଡ଼ିକୁ ପ୍ରବର୍ତ୍ତାଯାଇଥିଲା।
୧୯୪୯ ସୁଦ୍ଧା ପ୍ରାୟ ସମସ୍ତ ଗଡ଼ଜାତ ରାଜ୍ୟ ଭାରତରେ ସାମିଲ ହୋଇ ଗୋଟିଏ ଏକତ୍ର ସାର୍ବଭୌମ ଗଣତନ୍ତ୍ରର ମୂଳଦୁଆ ପଡ଼ିଥିଲା।
ଏହି ଶାନ୍ତିପୂର୍ଣ୍ଣ ମିଶ୍ରଣ ହେଉଛି ଭାରତର କୂଟନୀତି, ସାମଗ୍ରିକତା ଓ ଦେଶ ଗଠନ ମନୋଭାବର ପରିଚାୟକ।
ଉଦ୍ଦେଶ୍ୟ
ନିମ୍ନଲିଖିତ ପ୍ରମୁଖ ଉଦ୍ଦେଶ୍ୟ ନେଇ ଏହି ମ୍ୟୁଜିୟମ ପ୍ରତିଷ୍ଠା କରିବାର ପରିକଳ୍ପନା କରାଯାଇଥିଲା
ଭାରତର ରାଜକୀୟ ଓ ଗଡ଼ଜାତ ରାଜ୍ୟଗୁଡ଼ିକର ସମୃଦ୍ଧ ଐତିହ୍ୟ ପରମ୍ପରା ସଂପର୍କିତ ତଥ୍ୟ ସଂଗ୍ରହ କରି ସଂରକ୍ଷିତ କରି ରଖିବା ଓ ସେସବୁକୁ ପ୍ରଦର୍ଶିତ କରିବା।
ଭାରତ ସହିତ ବିଭିନ୍ନ ରାଜବଂଶ ଓ ଗଡ଼ଜାତର ଐତିହାସିକ ମିଶ୍ରଣ ପ୍ରକ୍ରିୟା ସଂପର୍କରେ ଲୋକଙ୍କୁ ଅବଗତ କରିବା, ଗଡ଼ଜାତ ଅଞ୍ଚଳଗୁଡ଼ିକର ଅବଦାନ, ଭାରତର ଶାସନର ଅଭ୍ୟୁଦୟ ଓ ସାଂସ୍କୃତିକ ଏକତା ସଂପର୍କରେ ସାଧାରଣ ଜନତାଙ୍କୁ ଶିକ୍ଷା ପ୍ରଦାନ କରିବା ଓ ଅବଗତ କରିବା।
ଭାରତୀୟ ରାଜକୀୟ ଓ ଗାଣତାନ୍ତ୍ରିକ ଐତିହ୍ୟ ସଂପର୍କରେ ଗବେଷଣା କରିବା, ଏହାକୁ ସଂରକ୍ଷିତ ରଖିବା ଓ ଏ ସଂପର୍କରେ ସାଧାରଣ ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା।
ଡିଜାଇନର ପ୍ରମୁଖ ବୈଶିଷ୍ଟ୍ୟ
ଅନ୍ୱେଷଣ କରିବା ପାଇଁ ଅନେକ ପ୍ରକାର ଉତ୍ସାହଜନକ ବୈଶିଷ୍ଟ୍ୟ ପ୍ରଦାନ କରିବ ଏହି ମ୍ୟୁଜିୟମ
ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ ଦ୍ୱାରା ଅନୁପ୍ରାଣିତ ହୋଇଥିବା ଏହି ମ୍ୟୁଜିୟମରେ ରହିବ ଏକ ନିର୍ଦ୍ଦିଷ୍ଟ ଗ୍ୟାଲେରି । ଏହି ଗ୍ୟାଲେରି ଶିକ୍ଷା ଓ ତଥ୍ୟର ଆଦାନପ୍ରଦାନ ପାଇଁ ଉଦ୍ଦିଷ୍ଟ ହେବ। ଏହା ଦ୍ୱାରା ମ୍ୟୁଜିୟମକୁ ଆସୁଥିବା ଦର୍ଶକ ଆଗ୍ରହ ସରକାର ଆମୋଦପ୍ରମୋଦ ପ୍ରକ୍ରିୟା ମାଧ୍ୟମରେ ଦେଶର ଇତିହାସ ସଂପର୍କରେ ଜାଣିପାରିବେ।
ଏହି ସ୍ଥାନର ପ୍ରାକୃତିକ ଦୃଶ୍ୟପଟ ଅନୁସାରେ ଏହି ମ୍ୟୁଜିୟମକୁ ଡିଜାଇନ କରାଯାଇଛି। ଏହାର ପ୍ରମୁଖ ଅଂଶ ଭାବେ ରହିବ ଜଳାଶୟ, ଝରଣା, ଦରବାର ଓ ବଗିଚା।
ରାଜକୀୟ ବଗିଚାରେ ଅନୁପ୍ରାଣିତ ଏକ ପ୍ରାକୃତିକ ଦୃଶ୍ୟପଟ ଦେଇ ଦର୍ଶକମାନେ ଏହି ମ୍ୟୁଜିୟମରେ ପ୍ରବେଶ କରିବେ ଯାହାକି ଭିତରର ବିଶାଳତାର ଝଲକ ଦେଖାଇବ।
ମ୍ୟୁଜିୟମ କାଫେରେ ଦର୍ଶକ ନିଜର ପରିଦର୍ଶନ ଶେଷ କରିପାରିବେ। ଏଠାରେ ରାଜାରାଜୁଡ଼ା ସମୟରେ ପରସା ଯାଉଥିବା ଖାଦ୍ୟ ମିଳିବ। ଏହି ନିଆରା ଅନୁଭୂତି ନେଇ ଫେରିବେ ଦର୍ଶକ।
୪ଟି ଥିମେଟିକ୍ ଗ୍ୟାଲେରିରେ ପରିବ୍ୟାପ୍ତ ଏହି ମ୍ୟୁଜିୟମ ଦର୍ଶକଙ୍କୁ ପ୍ରଦାନ କରିବ ଭାରତର ଇତିହାସ ସଂପର୍କରେ ଅପୂର୍ବ ଅନୁଭୂତି। ଐତିହାସିକ କଳାକୃତି, ନଥିପତ୍ର ଓ ଡିଜିଟାଲ ଉପକରଣ ଜରିଆରେ ଏହି ମ୍ୟୁଜିୟମ ଦର୍ଶକଙ୍କୁ ଭାରତର ଗୌରବମୟ ଅତୀତ ସଂପର୍କରେ ଟିକିନିଖି ତଥ୍ୟ ପ୍ରଦାନ କରିବ।
ଗ୍ୟାଲେରିର ରୂପରେଖ
ଗ୍ୟାଲେରି ୧: ପ୍ରାଥମିକ ଶିକ୍ଷଣ- ଫିଲ୍ମ ଓ ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମ ଜରିଆରେ ପ୍ରଥମେ ରାଜରାଜୁଡ଼ା ଶାସନ ଓ ମ୍ୟୁଜିୟମ ସଂପର୍କରେ ଦର୍ଶକଙ୍କୁ ସୂଚନା ପ୍ରଦାନ କରାଯିବ।
ଗ୍ୟାଲେରି-୨: “ସିଂହାସନ ଓ ସାମ୍ରାଜ୍ୟ”- ଏହା ପ୍ରଦର୍ଶିତ କରିବ ରାଜବଂଶ, ସେମାନଙ୍କର ଶାସନ ବ୍ୟବସ୍ଥା, ପରମ୍ପରା, ଜନକଲ୍ୟାଣକାରୀ ନୀତି ଓ ନିଜ ପ୍ରଜାଙ୍କ ପ୍ରତି ରାଜବଂଶର ଶ୍ରଦ୍ଧା
ପରିଦର୍ଶନ ଲାଉଞ୍ଜ ଓ ଡେକ୍ – ଏହା ବିଶ୍ରାମ ନେବାର ଓ ପ୍ରାକୃତିକ ଦୃଶ୍ୟ ଦେଖିବାର ଏକ ସ୍ଥାନ ହେବ। ଏଠାରେ ଭଲ ଭାବେ ଦେଖି ହେବ ଷ୍ଟାଚ୍ୟୁ ଅଫ୍ ୟୁନିଟି ଓ ନର୍ମଦା ନଦୀ।
ଗ୍ୟାଲେରି ୩: “ଭାରତ ଏକତ୍ରୀକରଣର ଗାଥା” – ଏଥିରେ ପ୍ରଦର୍ଶିତ ହେବ ଭାରତର ରାଜନୈତିକ ଏକତ୍ରୀକରଣ ସଂପର୍କିତ ଘଟଣା ଓ ଏ ସଂପର୍କିତ ନଥିପତ୍ର।
ଗ୍ୟାରେଲି ୪: “ହଲ୍ ଅଫ୍ ୟୁନିଟି” –ଏଠାରେ ପ୍ରଦର୍ଶିତ ହେବ ସମସ୍ତ ଗଡ଼ଜାତ ରାଜ୍ୟର ରାଜକୀୟ ସଂକେତ ଓ ଚିହ୍ନ। ଏହା ଦ୍ୱାରା ଭାରତର ଏକତ୍ରୀକରଣରେ ଗଡ଼ଜାତ ରାଜ୍ୟଗୁଡ଼ିକ ଯେଉଁ ବଳିଦାନ ଦେଇଛନ୍ତି, ତାକୁ ସମ୍ମାନ ପ୍ରଦାନ କରାଯିବ।
ଉପସଂହାର
ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ହେଉଛି ସ୍ୱାଧୀନ ଭାରତର ଏକ ଉଲ୍ଲେଖନୀୟ ବହୁତ ବଡ଼ ସଫଳତା ଯାହାକି ବିବିଧତା ମଧ୍ୟରେ ଏକତା ଓ ଜାତୀୟ ବିଜୟକୁ ପ୍ରଦର୍ଶିତ କରିଥାଏ। ଭାରତର ରାଜତନ୍ତ୍ରକୁ ନେଇ ନିର୍ମିତ ହେବାକୁ ଥିବା ଏହି ପ୍ରସ୍ତାବିତ ମ୍ୟୁଜିୟମ ଏହି ଐତିହାସିକ ପ୍ରକ୍ରିୟାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ଭାରତର ସମୃଦ୍ଧ ରାଜତନ୍ତ୍ରର ପରମ୍ପରା, ଦେଶର ସାଂସ୍କୃତିକ ଓ ରାଜନୈତିକ ପରିଚୟ ନିର୍ଦ୍ଧାରଣ କରିବାରେ ସେହି ରାଜବଂଶଗୁଡ଼ିକର ଭୂମିକାକୁ ପ୍ରଦର୍ଶିତ କରିବ। ଐତିହ୍ୟ ସହିତ ଆଧୁନିକ ବର୍ଣ୍ଣନାରେ ସମ୍ମିଳିତ ଏହି ମ୍ୟୁଜିୟମ ଭାରତର ରାଜକୀୟ ଅତୀତକୁ ପ୍ରଦର୍ଶିତ କରିବା ସହିତ ଗୋଟିଏ ଏକଜୁଟ, ସାମଗ୍ରିକ ଓ ସାଂସ୍କୃତିକ ସମୃଦ୍ଧ ରାଷ୍ଟ୍ରର ଲକ୍ଷ୍ୟକୁ ପ୍ରଦର୍ଶିତ କରିବ।
References
https://www.pib.gov.in/PressReleasePage.aspx?PRID=2183612
https://www.pib.gov.in/newsite/erelcontent.aspx?relid=278034
https://ddnews.gov.in/en/pm-modi-to-visit-gujarat-on-october-30-31-for-rashtriya-ekta-diwas-celebrations/
https://www.newsonair.gov.in/prime-minister-to-launch-infrastructure-and-development-projects-in-ekta-nagar-kevadia/
https://x.com/narendramodi/status/1983935708038341067
https://www.newsonair.gov.in/pm-modi-launches-several-development-projects-worth-over-1140-crore-rupees-in-ekta-nagar-gujarat/
BSP
(Release ID: 2184983)
Visitor Counter : 5