ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଛଟ ପୂଜାର ପବିତ୍ର ଖରନା ରୀତି ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
26 OCT 2025 10:04AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାପର୍ବ ଛଟ ସମୟରେ ପାଳିତ ଏକ ଗୁରୁତ୍ୱପୂର୍ଣ୍ଣ ରୀତି ‘ଖରନା’ର ପବିତ୍ର ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ପର୍ବ ସହିତ ଜଡିତ କଷ୍ଟକର ଉପବାସ ଏବଂ ରୀତିନୀତି ପାଳନ କରୁଥିବା ସମସ୍ତ ଭକ୍ତଙ୍କ ପ୍ରତି ସେ ତାଙ୍କର ସମ୍ମାନ ପ୍ରକାଶ କରିଛନ୍ତି।
ଶ୍ରୀ ମୋଦୀ ଏହି ଅବସରରେ ଛଟି ମାତାଙ୍କୁ ଉତ୍ସର୍ଗୀକୃତ ଭକ୍ତିଗୀତ ମଧ୍ୟ ଶେୟାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଆପଣମାନଙ୍କୁ ଛଟ ମହାପର୍ବର ଖରନା ପୂଜା ଅବସରରେ ଅନେକ ଶୁଭକାମନା । ସମସ୍ତ ବ୍ରତଧାରୀମାନଙ୍କୁ ସାଦର ପ୍ରଣାମ! ଶ୍ରଦ୍ଧା ଏବଂ ସଂଯମତାର ପ୍ରତୀକ ଏହି ପବିତ୍ର ପର୍ବ ଅବସରରେ ଗୁଡରେ ପ୍ରସ୍ତୁତ ଖିରି ସହିତ ସାତ୍ୱିକ ପ୍ରସାଦ ଭୋଜନ କରିବାର ପରମ୍ପରା ରହିଛି । ଏହି ପର୍ବ ଅବସରରେ ଛଟି ମାତା ସମସ୍ତଙ୍କୁ ନିଜର ଆଶୀର୍ବାଦ ପ୍ରଦାନ କରନ୍ତୁ, ଏହା ହିଁ ମୋର କାମନା ।
https://www.youtube.com/watch?v=mOTEaLwwKK0
https://m.youtube.com/watch?v=fwX2g9jjo1o&pp=0gcJCR4Bo7VqN5tD”
SR
(Release ID: 2182624)
Visitor Counter : 11
Read this release in:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam