ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଆମକୁ ସ୍ମରଣ କରାଏ ଯେ, ଶକ୍ତିଶାଳୀ ମାନସିକ ସ୍ୱାସ୍ଥ୍ୟ ହିଁ ସାମଗ୍ରିକ ସୁସ୍ଥତାର ଆଧାର: ପ୍ରଧାନମନ୍ତ୍ରୀ



ମାନସିକ ସ୍ୱାସ୍ଥ୍ୟ ଏବଂ ସୁଖମୟ ଜୀବନ ପାଇଁ ଅନ୍ୟମାନଙ୍କ ସେବାରେ ନିୟୋଜିତ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 10 OCT 2025 1:04PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମାନସିକ ସ୍ୱାସ୍ଥ୍ୟ ସାମଗ୍ରିକ ସୁସ୍ଥତାର ଏକ ମୌଳିକ ଅଂଶ ବୋଲି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଆମକୁ ସ୍ମରଣ କରାଇଥାଏ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜିର ଦ୍ରୁତ ଗତିଶୀଳ ବିଶ୍ୱରେ, ଏହି ଦିନଟି ପ୍ରତିଫଳନ ଏବଂ ଅନ୍ୟମାନଙ୍କ ପ୍ରତି କରୁଣା ପ୍ରଦର୍ଶନର ଗୁରୁତ୍ୱକୁ ରେଖାଙ୍କିତ କରିଥାଏ । ସେ ଏପରି ପରିବେଶ ସୃଷ୍ଟି କରିବା ପାଇଁ ସାମୂହିକ ପ୍ରୟାସକୁ ଆହ୍ୱାନ କରିଥିଲେ ଯେଉଁଠାରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନାକୁ ମୁଖ୍ୟସ୍ରୋତରେ ସାମିଲ କରାଯାଇପାରିବ ।

ଶ୍ରୀ ମୋଦୀ ମାନସିକ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏବଂ ଅନ୍ୟମାନଙ୍କୁ ସୁସ୍ଥ କରୁଥିବା ତଥା ଆନନ୍ଦ ଦେବାରେ ସାହଯ୍ୟ କରୁଥିବା ସମସ୍ତଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

 “ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ବିଶେଷ ଭାବରେ ଆମକୁ ଏହା ସ୍ମରଣ କରାଇଥାଏ ଯେ ମାନସିକ ସ୍ୱାସ୍ଥ୍ୟ ଆମର ସାମଗ୍ରିକ ସୁସ୍ଥତାର ଏକ ମୌଳିକ ଅଂଶ । ଏକ ଦ୍ରୁତ ଗତିଶୀଳ ବିଶ୍ୱରେ ଏହି ଦିବସ ଅନ୍ୟମାନଙ୍କ ପ୍ରତି କରୁଣାର ଭାବନା ରଖିବା ଏବଂ ଏହାର ପ୍ରସାର କରିବାର ଗୁରୁତ୍ୱକୁ ରେଖାଙ୍କିତ କରିଥାଏ । ଆସନ୍ତୁ ଆମେ ଏପରି ପରିବେଶ ସୃଷ୍ଟି କରିବା ପାଇଁ ସାମୂହିକ ଭାବରେ କାର୍ଯ୍ୟ କରିବା ଯେଉଁଠାରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଲୋଚନାକୁ ଅଧିକ ମୁଖ୍ୟସ୍ରୋତରେ ସାମିଲ କରାଯିବ। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏବଂ ଅନ୍ୟମାନଙ୍କୁ ସୁସ୍ଥ କରିବା ଏବଂ ଆନନ୍ଦର ଅନୁଭବ କରାଇବାରେ ସହାୟତା କରୁଥିବା ସମସ୍ତ ଲୋକଙ୍କୁ ମୋର ଶୁଭେଚ୍ଛା ।”

 

SR


(ରିଲିଜ ଆଡି: 2177752) ପରିଦର୍ଶକ କାଉଣ୍ଟର : 30