ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 04 OCT 2025 7:58AM by PIB Bhubaneshwar

ଗାଜାରେ ଶାନ୍ତି ପ୍ରୟାସ ପାଇଁ ନିର୍ଣ୍ଣାୟକ ନେତୃତ୍ୱ ନିମନ୍ତେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀ ମୋଦୀ ଆଜି କହିଛନ୍ତି, ବନ୍ଧକଙ୍କ ମୁକ୍ତି ପାଇଁ ସଙ୍କେତ ମାନବୀୟ ଏବଂ କୂଟନୈତିକ ପ୍ରୟାସ ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ ଏହା ଦୋହରାଇଛନ୍ତି କି, ଭାରତ ଏହି କ୍ଷେତ୍ରରେ ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପାଇଁ ଯୋଗଦାନ କରୁଥିବା ସମସ୍ତ ପ୍ରୟାସକୁ ସମର୍ଥନ କରିବାକୁ ପ୍ରତିବଦ୍ଧ ।

ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;

“ଗାଜାରେ ଶାନ୍ତି ପ୍ରୟାସ ଦିଗରେ ନିର୍ଣ୍ଣାୟକ ପ୍ରଗତି ପାଇଁ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱକୁ ସ୍ୱାଗତ କରୁଛୁ । ବନ୍ଧକଙ୍କ ମୁକ୍ତି ଦିଗରେ ସଙ୍କେତ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ସ୍ଥାୟୀ ଏବଂ ନ୍ୟାୟପୂର୍ଣ୍ଣ ଶାନ୍ତି ପ୍ରତିଷ୍ଠା ଦିଗରେ ସମସ୍ତ ପ୍ରୟାସକୁ ଭାରତ ଦୃଢ଼ତାର ସହ ସମର୍ଥନ ଜାରି ରଖିବ ।

@realDonaldTrump

@POTUS”

 SR


(Release ID: 2174730) Visitor Counter : 5