ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗାନ୍ଧୀ ଜୟନ୍ତୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 02 OCT 2025 7:40AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗାନ୍ଧୀ ଜୟନ୍ତୀ ତଥା ଜାତିର ପିତାଙ୍କ ଜନ୍ମ ବାର୍ଷିକୀ ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି କି, ମହାତ୍ମା ଗାନ୍ଧୀଙ୍କ ସତ୍ୟର ସ୍ଥାୟୀ ଲିଗାସୀ, ଅହିଂସା ଏବଂ ନୈତିକ ସାହସ ବିଶ୍ୱବ୍ୟାପୀ ପିଢ଼ି ପିଢ଼ି ଲୋକଙ୍କୁ ପ୍ରେରଣା ଦେଇ ଆସୁଛି । ବିକଶିତ ଏବଂ ସମାବେଶୀ ଭାରତ ଗଠନ ଯାତ୍ରାରେ ଗାନ୍ଧିଜୀଙ୍କ ଏହି ଆଦର୍ଶ ଦିଗଦର୍ଶକ ନୀତି ହୋଇ ରହିବ ବୋଲି ସେ ରାଷ୍ଟ୍ରର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ଏକ୍ସରେ ପୋଷ୍ଟ ହୋଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଗାନ୍ଧୀ ଜୟନ୍ତୀ ପ୍ରିୟ ବାପୁଙ୍କ ଅସାଧାରଣ ଜୀବନକୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଦିବସ, ଯାହାର ଆଦର୍ଶ ମାନବ ଇତିହାସର ଦିଗ ବଦଳାଇ ଦେଇଥିଲା । କିପରି ସାହାସ ଏବଂ ସରଳତା ମହାନ ପରିବର୍ତ୍ତନର ସାଧନ ହୋଇପାରିବ ତାହା ସେ ଦେଖାଇଥିଲେ । ସେ ସେବା ଏବଂ କରୁଣାକୁ ଲୋକଙ୍କୁ ସଶକ୍ତ କରିବାର ଆବଶ୍ୟକ ସାଧନ ବୋଲି ମାନୁଥିଲେ । ଆମେ ଏକ ବିକଶିତ ଭାରତ ଗଠନ ପାଇଁ ପ୍ରୟାସ କରୁଥିବା ବେଳେ ତାଙ୍କ ଦ୍ୱାରା ସ୍ଥିରୀକୃତ ମାର୍ଗରେ ଚାଲୁଥିବା ।”

SR


(Release ID: 2174302) Visitor Counter : 4