ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ୯ଟି ରାଜ୍ୟର ପୁନରୁଦ୍ଧାର ପାଇଁ ୪,୬୪,୫୬୦ କୋଟି ଟଙ୍କାର ଅନୁମୋଦନ

Posted On: 01 OCT 2025 7:18PM by PIB Bhubaneshwar

 

ଆସାମ, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ଉପକୃତ ହେବେ

ବିପର୍ଯ୍ୟୟ ପ୍ରଶମନଶୀଳ ଭାରତର ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ସାକାର କରିବା ପାଇଁ, ଗୃହ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛି

ଏଚଏଲସି ଆସାମ ରାଜ୍ୟକୁ ୬୯୨.୦୫ କୋଟି ଟଙ୍କାର ଆର୍ଦ୍ରଭୂମିର ପୁନରୁଦ୍ଧାର ଏବଂ ଥଇଥାନ ଯୋଜନାକୁ ଅନୁମୋଦନ କରିଛି

ଏହି ଅନୁମୋଦନ ଆସାମରେ ସଂରକ୍ଷଣ ଏବଂ ବନ୍ୟା ପ୍ରଶମନ ପାଇଁ ଆର୍ଦ୍ରଭୂମିର ବିକାଶ ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପ ଅଟେ

୧୧ଟି ସହର ପାଇଁ ସହରାଞ୍ଚଳ ବନ୍ୟା ଆପଦ ପରିଚାଳନା କାର୍ଯ୍ୟକ୍ରମ (ୟୁଏଫ୍ଆରଏମପି) ପର୍ଯ୍ୟାୟ-୨କୁ ମଧ୍ୟ କମିଟି ଅନୁମୋଦନ କରିଛି । ଭୋପାଳ, ଭୁବନେଶ୍ୱର, ଗୌହାଟୀ, ଜୟପୁର, କାନପୁର, ପାଟନା, ରାୟପୁର, ତ୍ରିଭେନ୍ଦ୍ରମ, ବିଶାଖାପାଟନମ୍, ଇନ୍ଦୋର ଏବଂ ଲକ୍ଷ୍ନୌ ପାଇଁ ମୋଟ ୨୪୪୪.୪୨ କୋଟି ଟଙ୍କାର ଆର୍ଥିକ ବ୍ୟୟ ଅଟକଳ କରାଯାଇଛି

୨୦୨୨ ବନ୍ୟା/ଭୂସ୍ଖଳନ ଘଟଣା ଏବଂ ୱାୟାନାଡ଼ ଭୂସ୍ଖଳନ-୨୦୨୪ ପରେ କମିଟି କମିଟି ପୁନରୁଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟକଳାପ/ଯୋଜନା ପାଇଁ ଆସାମ ସରକାରଙ୍କୁ୧୨୭୦.୭୮୮ କୋଟି ଟଙ୍କା ଏବଂ କେରଳ ରାଜ୍ୟ ପାଇଁ ୨୬୦.୫୬ ଆର୍ଥିକ ସହାୟତା ମଞ୍ଜୁର କରିଛି

କେନ୍ଦ୍ର ଗୃହ ମନ୍ତ୍ରୀ ଏହିସବୁ ପ୍ରକଳ୍ପ ପାଇଁ ସିକିମ୍‍ ରାଜ୍ୟ ସରକାରଙ୍କୁ ଏସଡିଆରଏଫ୍‍ କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ଭାବରେ ୨୦୨୫-୨୬ ବର୍ଷ ପାଇଁ ଅଗ୍ରୀମ ୨୪.୪୦ କୋଟି ଟଙ୍କାର ବ୍ୟୟ ବରାଦକୁ ଅନୁମୋଦନ କରିଛନ୍ତି

 

 

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି (ଏଚଏଲସି) ଅନେକ ପ୍ରଶମନ, ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛି, ଯାହାର ମୋଟ ବ୍ୟୟ ଅଟକଳ ୪୬୪୫.୬୦ କୋଟି ଟଙ୍କା ଏହାଦ୍ୱାରା ଆସାମ, କେରଳ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶରଟି ରାଜ୍ୟ ଉପକୃତ ହେବେଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନ ସଂକଳ୍ପକୁ ସାକାର କରିବା ପାଇଁ ଗୃହ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛି

ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ସଦସ୍ୟ ଭାବେ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍. ଡି. ଏମ୍. ଏଫ୍.) ରୁ ରାଜ୍ୟକୁ ଆର୍ଥିକ ସହାୟତା ପ୍ରଦାନ କରିବା ପ୍ରସ୍ତାବ ଉପରେ ବିଚାର କରିଥିଲେ

ଏଚଏଲସି ଆସାମ ରାଜ୍ୟକୁ ୬୯୨.୦୫ କୋଟି ଟଙ୍କାର ଆର୍ଦ୍ରଭୂମିର ପୁନରୁଦ୍ଧାର ଏବଂ ପୁର୍ନବାସ ଯୋଜନାକୁ ଅନୁମୋଦନ କରିଛିଏହି ପ୍ରକଳ୍ପର କାର୍ଯ୍ୟକାରିତା ଆର୍ଦ୍ରଭୂମି କ୍ଷମତାକୁ ବୃଦ୍ଧି କରିବ, ବନ୍ୟା ସଂରକ୍ଷଣ ସୃଷ୍ଟି କରିବ, ବନ୍ୟା ପ୍ରତିରୋଧ ବୃଦ୍ଧି କରିବ, ଜଳଜ ପରିବେଶର ସୁରକ୍ଷା କରିବ ଏବଂ ଉନ୍ନତ ମତ୍ସ୍ୟ ଭିତ୍ତିଭୂମି ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧିରେ ସାହାଯ୍ୟ କରିବମୋଟ ଅନୁମୋଦିତ ବ୍ୟୟ ଅଟକଳ ମଧ୍ୟରୁ ୬୯୨.୦୫ ଲକ୍ଷ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ରୀୟ ଅଂଶ ହେବ ୫୧୯.୦୪ କୋଟି ଟଙ୍କା (୭୫ ପ୍ରତିଶତ) ଏବଂ ରାଜ୍ୟର ଅଂଶ ୧୭୩.୦୧ କୋଟି ଟଙ୍କା (୨୫ ପ୍ରତିଶତ)। ଏଥିରେ ବ୍ରହ୍ମପୁତ୍ର ନଦୀ ପ୍ରଣାଳୀରେ ପରିବ୍ୟାପ୍ତ ଆସାମ ରାଜ୍ୟରଟି ଜିଲ୍ଲାର ୨୪ଟି ଭିନ୍ନ ଭିନ୍ନ ଆର୍ଦ୍ରଭୂମିର ପୁନରୁଦ୍ଧାର ଏବଂ ପୁର୍ନବାସ ଦିଗରେ ପ୍ରଶମନ କାର୍ଯ୍ୟକଳାପ ପାଇଁ ପ୍ରକଳ୍ପ ଅନ୍ତର୍ଭୁକ୍ତଅନେକ ଢାଞ୍ଚାଗତ ଏବଂ ଅନ୍ୟାନ୍ୟ ପଦକ୍ଷେପ ମାଧ୍ୟମରେ, ଆସାମରେ ଏହି ପ୍ରକଳ୍ପ ଆର୍ଦ୍ରଭୂମି ବା ଚାଷ ଜମିଗୁଡ଼ିକର ଜଳ ଧାରଣ କ୍ଷମତାକୁ ବୃଦ୍ଧି କରିବ ଏବଂ ବନ୍ୟା ଏବଂ କ୍ଷୟର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିବ

ଏହି ଅନୁମୋଦନ ଆସାମରେ ସଂରକ୍ଷଣ ଏବଂ ବନ୍ୟା ପ୍ରଶମନ ପାଇଁ ଆର୍ଦ୍ରଭୂମିର ବିକାଶ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁରୂପଏହି ପ୍ରକଳ୍ପର ଦୀର୍ଘକାଳୀନ କଭରେଜ୍ ଆସାମ ମଧ୍ୟରେ ବ୍ରହ୍ମପୁତ୍ରର ସମ୍ପୂର୍ଣ୍ଣ ଦୈର୍ଘ୍ୟକୁ ଲକ୍ଷ୍ୟ ରଖିଛି ଏବଂ ଏକ ବନ୍ୟା-ପ୍ରତିରୋଧକ ବ୍ରହ୍ମପୁତ୍ର ଉପତ୍ୟକା ପ୍ରତିଷ୍ଠା ପାଇଁ ଏହି ପ୍ରକଳ୍ପକୁ ଏକ ପାଇଲଟ ପ୍ରକଳ୍ପ ଭାବରେ ଗ୍ରହଣ କରାଯିବ

ଏଚଏଲସି ୧୧ଟି ସହର ପାଇଁ ସହରାଞ୍ଚଳ ବନ୍ୟା ବିପଦ ପରିଚାଳନା କାର୍ଯ୍ୟକ୍ରମ (ୟୁଏଫଆରଏମପି) ଦ୍ବିତୀୟ ପର୍ଯ୍ୟାୟକୁ ମଧ୍ୟ ଅନୁମୋଦନ କରିଛିଭୋପାଳ, ଭୁବନେଶ୍ୱର, ଗୌହାଟୀ, ଜୟପୁର, କାନପୁର, ପାଟନା, ରାୟପୁର, ତ୍ରିଭେନ୍ଦ୍ରମ, ବିଶାଖାପାଟନମ୍, ଇନ୍ଦୋର ଏବଂ ଲକ୍ଷ୍ନୌ ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍. ଡି. ଏମ୍. ଏଫ୍.) ରୁ ମୋଟ ୨୪୪୪.୪୨ କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି

ଏହି ୧୧ଟି ସହରର ଚୟନ ସର୍ବାଧିକ ଜନବହୁଳ ସହର/ରାଜ୍ୟ ରାଜଧାନୀ, ମୁଖ୍ୟତଃ ବନ୍ୟା ପ୍ରବଣ, ଏବଂ ଅନ୍ୟାନ୍ୟ ଭୌତିକ, ପରିବେଶଗତ, ସାମାଜିକ-ଅର୍ଥନୈତିକ ଏବଂ ଜଳ-ପାଣିପାଗ ସମ୍ବନ୍ଧୀୟ କାରଣକୁ ବିଚାରକୁ ନେଇ କରାଯାଇଥାଏଏହି କାର୍ଯ୍ୟକ୍ରମ ରାଜ୍ୟମାନଙ୍କୁ ସମାନ ଢାଞ୍ଚାଗତ ଏବଂ ଅଣ-ଢାଞ୍ଚାଗତ ହସ୍ତକ୍ଷେପ ପଦକ୍ଷେପ ମାଧ୍ୟମରେ ସେମାନଙ୍କ ସହରରେ ସହରାଞ୍ଚଳ ବନ୍ୟା ବିପଦକୁ ହ୍ରାସ କରିବାରେ ସହାୟକ ହେବଏନ୍.ଡି.ଏମ୍.ଏଫ୍. ନିର୍ଦ୍ଦେଶାବଳୀ ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ବ୍ୟୟ ବଣ୍ଟନ ଉପରେ ପାଣ୍ଠି ବ୍ୟବସ୍ଥା ରହିବ, ଅର୍ଥାତ୍ କେନ୍ଦ୍ରରୁ ୯୦% ଏବଂ ରାଜ୍ୟରୁ ୧୦% ପ୍ରତିଶତ

ଏହାବ୍ୟତୀତ, ପୂର୍ବରୁ ଉଲ୍ଲେଖ କରାଯାଇଥିବା ୧୧ଟି ସହର ମଧ୍ୟରୁ, ଏଚ. ଏଲ. ସି. ଗୌହାଟୀ ସହରର ବନ୍ୟା ପ୍ରଶମନ ପ୍ରକଳ୍ପ ପାଇଁ ପରିକଳ୍ପିତ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛି, ଯାହାର ମୋଟ ଆର୍ଥିକ ବ୍ୟୟ ଅଟକଳ ହେଉଛି ୨୦୦ କୋଟି ଟଙ୍କା, ଏନଡିଆରଏଫ୍‍ର କେନ୍ଦ୍ରୀୟ ଅଂଶ ୧୮୦ କୋଟି ଟଙ୍କା ହେବଗୌହାଟୀ ସହର ପାଇଁ ସହରାଞ୍ଚଳ ବନ୍ୟା ବିପଦ ପ୍ରଶମନ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କାର୍ଯ୍ୟକଳାପଗୁଡ଼ିକ ମଧ୍ୟରେ ଜଳାଶୟଗୁଡ଼ିକର ଆନ୍ତଃସଂଯୋଗୀକରଣ ଠାରୁ ଆରମ୍ଭ କରି ଝଡ଼ ଜଳ ପରିଚାଳନା, ବନ୍ୟା ସୁରକ୍ଷା ପ୍ରାଚୀର ନିର୍ମାଣ, ପ୍ରକୃତି ଭିତ୍ତିକ ସମାଧାନ (ଏନ୍.ବି.ଏସ୍.) ବ୍ୟବହାର କରି କ୍ଷୟ ନିୟନ୍ତ୍ରଣ ଏବଂ ମୃତ୍ତିକା ସ୍ଥିରୀକରଣ ଇତ୍ୟାଦି ସହିତ ଅଣ-ସଂରଚନାତ୍ମକ ପଦକ୍ଷେପ ଯେପରିକି ବନ୍ୟା ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା ଏବଂ ତଥ୍ୟ ଅଧିଗ୍ରହଣ ବ୍ୟବସ୍ଥା ଏବଂ କ୍ଷମତା ନିର୍ମାଣ ଇତ୍ୟାଦି ଅନ୍ତର୍ଭୁକ୍ତ

ଏହାପୂର୍ବରୁ କେନ୍ଦ୍ର ସରକାର ସହରାଞ୍ଚଳ ବନ୍ୟା ବିପଦ ପରିଚାଳନା କାର୍ଯ୍ୟକ୍ରମକୁ ଅନୁମୋଦନ କରିଥିଲେ, ଯାହାର ମୋଟ ଆର୍ଥିକ ବ୍ୟୟ ଅଟକଳ ସାତଟି ମେଟ୍ରୋ ସହର ଯଥା ଚେନ୍ନାଇ, ମୁମ୍ବାଇ, କୋଲକାତା, ଅହମ୍ମଦାବାଦ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ପୁଣେ ପାଇଁ ୩୦୭୫.୬୫ କୋଟି ଟଙ୍କାଆହୁରି ମଧ୍ୟ କେନ୍ଦ୍ର ସରକାର ଅନେକ ବିପଦର ବିପଦକୁ ହ୍ରାସ କରିବା ପାଇଁ ବହୁ ପ୍ରଶମନ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରିଛନ୍ତି । ସେଥିମଧ୍ୟରେ ଭୂସ୍ଖଳନ (୧୦୦୦ କୋଟି ଟଙ୍କା), ଜି.ଏଲ୍. . ଏଫ୍. (୧୫୦ କୋଟି ଟଙ୍କା), ଜଙ୍ଗଲ ନିଆଁ (୮୧୮.୯୨ କୋଟି ଟଙ୍କା), ବଜ୍ରପାତ (୧୮୬.୭୮ କୋଟି କୋଟି) ଏବଂ ମରୁଡି (୨୦୨୨.୧୬) ଟଙ୍କା) ଅର୍ନ୍ତଭୁକ୍ତ ।

ଏଚ୍. ଏଲ୍. ସି. ମଧ୍ୟ ୨୦୨୨ ବନ୍ୟା/ଭୂସ୍ଖଳନ ଘଟଣା ଏବଂ ୱାୟାନାଡ଼ ଭୂସ୍ଖଳନ-୨୦୨୪ ପରେ ଉଭୟ ରାଜ୍ୟ ପାଇଁ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟକଳାପ ବା ଯୋଜନା ପାଇଁ ଆସାମ ସରକାର ଲାଗି ୧୨୭୦.୮୮ କୋଟି ଟଙ୍କା ଏବଂ କେରଳ ସରକାର ପାଇଁ ୨୬୦.୫୬ କୋଟି ଟଙ୍କା ମଂଜୁର କରିଛନ୍ତି । ଉଭୟ ରାଜ୍ୟକୁ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟକଳାପ କରିବାରେ ସାହାଯ୍ୟ କରିବ

ଏହାପୂର୍ବରୁ, କେନ୍ଦ୍ର ସରକାର ଯୋଶୀମଠ ଭୂସ୍ଖଳନ ପରେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ୧୬୫୮.୧୭ କୋଟି ଟଙ୍କାର ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଯୋଜନାକୁ ଅନୁମୋଦନ କରିଥିଲେ, ୨୦୨୩ର ଜି. ଏଲ୍. . ଏଫ୍ ଘଟଣା ପରେ ସିକିମ୍‍ ପାଇଁ ୫୫୫.୨୭ କୋଟି ଏବଂ ୨୦୨୩ ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣା ପରେ ହିମାଚଳପ୍ରଦେଶ ପାଇଁ ୨୦୦୬.୪୦ କୋଟି ଟଙ୍କା ଅନୁମୋଦ କରିଥିଲେ ।

ଏହି ଅତିରିକ୍ତ ସହାୟତା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସ୍. ଡି. ଆର୍. ଏଫ୍.) ରେ କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିବା ପାଣ୍ଠିର ଅତିରିକ୍ତ ଅଟେ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଖରେ ଉପଲବ୍ଧ ରହିଛିଆର୍ଥିକ ବର୍ଷ ୨୦୨୫-୨୬ ରେ, କେନ୍ଦ୍ର ସରକାର ଏସ୍. ଡି. ଆର୍. ଏଫ୍. ଅଧୀନରେ କେନ୍ଦ୍ର ସରକାର ୨୭ଟି ରାଜ୍ୟକୁ ୧,୫୭୮.୮୦ କୋଟି ଟଙ୍କା ଏବଂ ଏନ୍. ଡି. ଆର୍. ଏଫ୍. ଅଧୀନରେ ୧୨ଟି ରାଜ୍ୟକୁ ୨୦୨୪.୦୪ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ଏହାବ୍ୟତୀତ, କେନ୍ଦ୍ର ଗୃହ ମନ୍ତ୍ରୀ କେନ୍ଦ୍ରୀୟ ଅଂଶର ଦ୍ୱିତୀୟ କିସ୍ତି ଭାବରେ, ସିକିମ୍ ରାଜ୍ୟ ସରକାରମାନଙ୍କୁ ୨୦୨୫-୨୬ ବର୍ଷ ପାଇଁ ଏହି ପ୍ରକଳ୍ପ ପାଇଁ ଅଗ୍ରୀମ ୨୪.୪୦ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁରି ଦେଇଛନ୍ତି

ଏହାବ୍ୟତୀତ, କେନ୍ଦ୍ର ସରକାର ୨୧ଟି ରାଜ୍ୟକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍‍)ର ୪୪୧୨.୫୦କୋଟି ଟଙ୍କା ଏବଂ ୯ଟି ରାଜ୍ୟକୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ୍‍)ରୁ ୩୭୨.୦୯ କୋଟି ଟଙ୍କା ଜାରି କରିଛନ୍ତି


(Release ID: 2173985) Visitor Counter : 4