ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କରୁର ରାଜନୈତିକ ଶୋଭାଯାତ୍ରାରେ ପ୍ରାଣହାନି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 27 SEP 2025 10:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି   ରାଷ୍ଟ୍ର ପୀଡ଼ିତଙ୍କ ପରିବାର ସାଥୀରେ ଦୃଢ଼ତାର ସହ ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆବଶ୍ୟକ ସମର୍ଥନ ସହାୟତା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି

ଏକ ସ୍ୱତନ୍ତ୍ର ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ଦୁଃଖଦାୟକ ପରିଜନଙ୍କୁ ହରାଇଥିବା ପରିବାରଙ୍କ ପାଇଁ ମୋର ସମବେଦନା ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଶକ୍ତି ମିଳୁ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି

SR


(ରିଲିଜ ଆଡି: 2172460) ପରିଦର୍ଶକ କାଉଣ୍ଟର : 26