ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କରୁର ରାଜନୈତିକ ଶୋଭାଯାତ୍ରାରେ ପ୍ରାଣହାନି, ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
प्रविष्टि तिथि:
27 SEP 2025 10:07PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣାରେ ପ୍ରାଣହାନି ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ରାଷ୍ଟ୍ର ପୀଡ଼ିତଙ୍କ ପରିବାର ସାଥୀରେ ଦୃଢ଼ତାର ସହ ଛିଡ଼ା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆବଶ୍ୟକ ସମର୍ଥନ ଓ ସହାୟତା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।
ଏକ ସ୍ୱତନ୍ତ୍ର ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ତାମିଲନାଡ଼ୁର କରୁରଠାରେ ରାଜନୈତିକ ଶୋଭାଯାତ୍ରାରେ ଦୁର୍ଭାଗ୍ୟଜନକ ଘଟଣା ଅତ୍ୟନ୍ତ ଦୁଃଖଦାୟକ । ପରିଜନଙ୍କୁ ହରାଇଥିବା ପରିବାରଙ୍କ ପାଇଁ ମୋର ସମବେଦନା । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେମାନଙ୍କୁ ଶକ୍ତି ମିଳୁ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।”
SR
(रिलीज़ आईडी: 2172460)
आगंतुक पटल : 24
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam