କ୍ୟାବିନେଟ
ଦୁଇ ବର୍ଷ ପାଇଁ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ ସହିତ ‘ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ୍ ଡ୍ରାଇଭ୍ ରେଭୋଲୁସନ୍ ଇନ୍ ଇନୋଭେଟିଭ୍ ଭେହିକଲ୍ ଏନହାନ୍ସମେଣ୍ଟ’ (ପିଏମ ଇ-ଡ୍ରାଇଭ୍) ଯୋଜନାକୁ କ୍ୟାବିନେଟ ଅନୁମୋଦନ
Posted On:
11 SEP 2024 8:13PM by PIB Bhubaneshwar
ଯୋଜନାରେ ବର୍ତ୍ତମାନ ଇ-ଭାଉଚର ସମ୍ମିଳିତ ହୋଇଛି, ଯାହା ଇଭିକ୍ରୟ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ କରିଦେଇଛି
ବୈଦ୍ୟୁତିକ ଆମ୍ବୁଲାନ୍ସ ପାଇଁ ପଥ ପ୍ରଶସ୍ତ କରୁଥିବା ଏହି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ରରେ ଇଭିଗୁଡ଼ିକୁ ଏକୀକୃତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ସବୁଜ ସ୍ୱାସ୍ଥ୍ୟସେବା ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ପୁରୁଣା ଟ୍ରକକୁ ସ୍କ୍ରାପ୍ କରିବା ପରେ ଇ-ଟ୍ରକ୍ କିଣିବା ପାଇଁ ଅତିରିକ୍ତ ପ୍ରୋତ୍ସାହନ ପ୍ରଦାନ
ଯାନବାହାନ ପରୀକ୍ଷା ଢାଞ୍ଚାକୁ ସୁଦୃଢ଼ କରିବାଯୋଜନାର ଲକ୍ଷ୍ୟ,
ଏଥିପାଇଁ ପରୀକ୍ଷା କେନ୍ଦ୍ର ବିକାଶ ନିମନ୍ତେ୭୮୦ କୋଟି ଟଙ୍କାର ପାଣ୍ଠିପ୍ରଦାନ
ଭାରତରେ ବୈଦ୍ୟୁତିକ ଯାନବାହାନ ଗତିଶୀଳତାକୁ ବୃଦ୍ଧି କରିବ
Posted on ୧୧-ସେପ୍ଟେମ୍ବର-୨୦୨୪ ୨୦:୧୩ IST
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଦେଶରେ ବୈଦ୍ୟୁତିକ ଗତିଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ ‘ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିକ୍ ଡ୍ରାଇଭ୍ ରିଭୋଲ୍ୟୁସନ୍ ଇନ୍ ଇନୋଭେଟିଭ୍ ଭେଇକିଲ୍ ଏନହାନ୍ସମେଣ୍ଟ (ପ୍ରଧାନମନ୍ତ୍ରୀ ଇ-ଡ୍ରାଇଭ୍) ଯୋଜନା’ ଶୀର୍ଷକ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଭାରୀ ଶିଳ୍ପ ମନ୍ତ୍ରଣାଳୟ (MHI)ର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
ଏହି ଯୋଜନାରେ ଦୁଇ ବର୍ଷ ପାଇଁ ୧୦,୯୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
ଯୋଜନାର ପ୍ରମୁଖ ଅଂଶଗୁଡିକ ନିମ୍ନରେ ପ୍ରଦତ୍ତ :
ଇ-୨ଡବ୍ଲୁ, ଇ-୩ଡବ୍ଲୁ, ଇ-ଆମ୍ବୁଲାନ୍ସ, ଇ-ଟ୍ରକ୍ ଏବଂ ଅନ୍ୟାନ୍ୟ ଉଦୀୟମାନ ଇଭିଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ୩,୬୭୯ କୋଟି ଟଙ୍କାର ସବସିଡି/ଚାହିଦା ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ଏହି ଯୋଜନା ୨୪.୭୯ ଲକ୍ଷ ଇ-୨ଡବ୍ଲୁ, ୩.୧୬ ଲକ୍ଷ ଇ-୩ଡବ୍ଲୁ ଏବଂ ୧୪,୦୨୮ ଇ-ବସକୁ ସମର୍ଥନ କରିବ।
ଏହି ଯୋଜନା ଅଧୀନରେ ଚାହିଦା ପ୍ରୋତ୍ସାହନ ପାଇବା ନିମନ୍ତେMHI EV କ୍ରେତାମାନଙ୍କ ପାଇଁ ଇ-ଭାଉଚର ପ୍ରଚଳନ କରୁଛି। EV କ୍ରୟ କରିବା ସମୟରେ, ଯୋଜନା ପୋର୍ଟାଲ୍ କ୍ରେତାଙ୍କ ପାଇଁ ଏକ ଆଧାର ପ୍ରମାଣିତ ଇ-ଭାଉଚର ସୃଷ୍ଟି କରିବ। ଇ-ଭାଉଚର ଡାଉନଲୋଡ୍ କରିବା ପାଇଁ ଏକ ଲିଙ୍କ୍ କ୍ରେତାଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ପଠାଯିବ।
ଏହି ଇ-ଭାଉଚର କ୍ରେତାଙ୍କ ଦ୍ୱାରା ସ୍ୱାକ୍ଷରିତ ହେବ ଏବଂ ଯୋଜନା ଅଧୀନରେ ଡିମାଣ୍ଡ ପ୍ରୋତ୍ସାହନ ପାଇବା ପାଇଁ ଡିଲରଙ୍କ ନିକଟରେ ଦାଖଲ କରାଯିବ।ଏହା ପରେ, ଡିଲରଙ୍କ ଦ୍ୱାରା ଇ-ଭାଉଚର ମଧ୍ୟ ସ୍ୱାକ୍ଷରିତ ହେବ ଏବଂ ପିଏମ୍-ଇ-ଡ୍ରାଇଭ୍ପୋର୍ଟାଲରେ ଅପଲୋଡ୍ କରାଯିବ। ସ୍ୱାକ୍ଷରିତ ଇ-ଭାଉଚରକୁ ଏକ ଏସ୍ଏମ୍ଏସ୍ମାଧ୍ୟମରେ କ୍ରେତା ଏବଂ ଡିଲରଙ୍କ ନିକଟକୁ ପଠାଯିବ। ଯୋଜନା ଅଧୀନରେ ଡିମାଣ୍ଡ ପ୍ରୋତ୍ସାହନର ପ୍ରତିପୂରଣ ଦାବି କରିବା ପାଇଁ ଓଇଏମ୍ପାଇଁ ସ୍ୱାକ୍ଷରିତ ଇ-ଭାଉଚର ଅତ୍ୟାବଶ୍ୟକ ହେବ ।
ଏହି ଯୋଜନାରେ ଇ-ଆମ୍ବୁଲାନ୍ସ ନିୟୋଜିତ କରିବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ଆରାମଦାୟକ ରୋଗୀ ପରିବହନ ପାଇଁ ଇ-ଆମ୍ବୁଲାନ୍ସ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଏକ ନୂତନ ପଦକ୍ଷେପ। MoHFW, MoRTH ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାରମାନଙ୍କ ସହିତ ପରାମର୍ଶ କରି ଇ-ଆମ୍ବୁଲାନ୍ସର କାର୍ଯ୍ୟଦକ୍ଷତା ଏବଂ ସୁରକ୍ଷା ମାନଦଣ୍ଡ ପ୍ରସ୍ତୁତ କରାଯିବ।
STU/ସାର୍ବଜନୀନ ପରିବହନ ଏଜେନ୍ସିଗୁଡ଼ିକ ଦ୍ୱାରା ୧୪,୦୨୮ଟି ଇ-ବସ୍ କ୍ରୟ ପାଇଁ ୪,୩୯୧ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ୪୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ନଅଟି ସହର ଯଥା- ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ, ସୁରଟ, ବାଙ୍ଗାଲୋର, ପୁଣେ ଏବଂ ହାଇଦ୍ରାବାଦରେ ସିଇଏସ୍ଏଲ୍ଦ୍ୱାରା ଚାହିଦା ଏକତ୍ରୀକରଣ କରାଯିବ। ରାଜ୍ୟଗୁଡ଼ିକ ସହିତ ପରାମର୍ଶ କରି ଆନ୍ତଃନଗର ଏବଂ ଆନ୍ତଃରାଜ୍ୟ ଇ-ବସ୍ ମଧ୍ୟ ସମର୍ଥିତ ହେବ।
ସହର/ରାଜ୍ୟକୁ ବସ୍ ଆବଣ୍ଟନ କରିବା ସମୟରେ, MoRTH ଯାନବାହନ ସ୍କ୍ରାପିଂ ଯୋଜନା ନିର୍ଦ୍ଦେଶାବଳୀ ଅନୁସରଣ କରି ପ୍ରାଧିକୃତ ସ୍କ୍ରାପିଂ କେନ୍ଦ୍ର (RVSF) ମାଧ୍ୟମରେ ପୁରୁଣା STU ବସ୍ଗୁଡ଼ିକୁ ସ୍କ୍ରାପିଂ କରିବା ପରେ କ୍ରୟ କରାଯାଉଥିବା ସହର/ରାଜ୍ୟର ବସ୍ ସଂଖ୍ୟାକୁ ପ୍ରଥମ ଅଗ୍ରାଧିକାର ଦିଆଯିବ।
ଟ୍ରକଗୁଡ଼ିକ ବାୟୁ ପ୍ରଦୂଷଣରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏହି ଯୋଜନା ଦେଶରେ ଇ-ଟ୍ରକ୍ ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଇ-ଟ୍ରକ୍ ଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।ଯେଉଁମାନଙ୍କର ସ୍କ୍ରାପିଂ ପ୍ରମାଣପତ୍ର MoRTH ଅନୁମୋଦିତ ଯାନ ସ୍କ୍ରାପିଂ କେନ୍ଦ୍ର (ଆରଭିଏସ୍ଏଫ୍) ରୁ ଅଛି ସେମାନଙ୍କୁ ପ୍ରୋତ୍ସାହନ ଦିଆଯିବ।
ଏହି ଯୋଜନା ଇଲେକ୍ଟ୍ରିକ୍ ଯାନ ପବ୍ଲିକ୍ ଚାର୍ଜିଂ ଷ୍ଟେସନ୍ (ଇଭିପିସିଏସ୍) ସ୍ଥାପନକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରି ଇଭିକ୍ରେତାଙ୍କ ବିଭିନ୍ନ ଚିନ୍ତାକୁ ଦୂର କରିଥାଏ। ଏହି ଇଭିପିସିଏସ୍ଉଚ୍ଚ ଇଭିପ୍ରବେଶ ସହିତ ମନୋନୀତ ସହରଗୁଡ଼ିକରେ ଏବଂ ମନୋନୀତ ରାଜପଥଗୁଡ଼ିକରେ ସ୍ଥାପନ କରାଯିବ। ଏହି ଯୋଜନାରେ e-4 Ws ପାଇଁ ୨୨,୧୦୦ ଫାଷ୍ଟ ଚାର୍ଜର୍, ଇ-ବସ୍ ପାଇଁ ୧୮୦୦ ଫାଷ୍ଟ ଚାର୍ଜର୍ ଏବଂ e-2W/3W ପାଇଁ ୪୮,୪୦୦ ଫାଷ୍ଟ ଚାର୍ଜର୍ ସ୍ଥାପନ କରିବାର ପ୍ରସ୍ତାବ ଦିଆଯାଇଛି। ଇଭି ପିସିଏସ୍ପାଇଁ ବ୍ୟୟ ଅଟକଳ ୨,୦୦୦ କୋଟି ଟଙ୍କା ହେବ।
ଦେଶରେ ବଢ଼ୁଥିବା ଇଭିଇକୋସିଷ୍ଟମକୁ ଦୃଷ୍ଟିରେ ରଖି, ଏମଏଚ୍ଆଇର ପରୀକ୍ଷଣ ଏଜେନ୍ସିଗୁଡ଼ିକୁ ସବୁଜ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ସହିତ ମୁକାବିଲା କରିବା ପାଇଁ ଆଧୁନିକୀକରଣ କରାଯିବ। ଏମ୍ଏଚ୍ଆଇର ତତ୍ତ୍ୱାବଧାନରେ ୭୮୦ କୋଟି ଟଙ୍କା ବିନିଯୋଗ ସହିତ ପରୀକ୍ଷଣ ଏଜେନ୍ସିଗୁଡ଼ିକର ଉନ୍ନତିକରଣକୁ ଅନୁମୋଦନ କରାଯାଇଛି।
ଏହି ଯୋଜନା ସାର୍ବଜନୀନ ପରିବହନର ମାଧ୍ୟମକୁ ସମର୍ଥନ କରି ଗଣ ଗତିଶୀଳତାକୁ ପ୍ରୋତ୍ସାହିତ କରେ। ପିଏମ୍ ଇ-ଡ୍ରାଇଭ୍ଯୋଜନାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ବୈଦ୍ୟୁତିକ ଯାନକ୍ରୟ ପାଇଁ ଆଗୁଆ ପ୍ରୋତ୍ସାହନ ପ୍ରଦାନ କରି ଏବଂ ବୈଦ୍ୟୁତିକ ଯାନପାଇଁ ଅତ୍ୟାବଶ୍ୟକ ଚାର୍ଜିଂ ଭିତ୍ତିଭୂମି ସ୍ଥାପନକୁ ସହଜ କରି ଏହାକୁ ଗ୍ରହଣକୁ ତ୍ୱରାନ୍ୱିତ କରିବା। ପିଏମ୍ ଇ-ଡ୍ରାଇଭ୍ଯୋଜନାର ଲକ୍ଷ୍ୟ ହେଉଛି ବୈଦ୍ୟୁତିକ ଯାନକ୍ରୟ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ ପ୍ରଦାନ କରିବା। ପରିବହନର ପରିବେଶଗତ ପ୍ରଭାବକୁ ହ୍ରାସ କରିବା ଏବଂ ବାୟୁ ଗୁଣବତ୍ତା ଉନ୍ନତ କରିବା।
ଏହି ଯୋଜନା ଏକ ଦକ୍ଷ, ପ୍ରତିଯୋଗିତାମୂଳକ ଏବଂ ସ୍ଥିର ବୈଦ୍ୟୁତିକ ଯାନଉତ୍ପାଦନ ଶିଳ୍ପକୁ ପ୍ରୋତ୍ସାହିତ କରେ ଯାହା ଦ୍ୱାରା ଆତ୍ମନିର୍ଭରଭାରତକୁ ପ୍ରୋତ୍ସାହିତ କରୁଛି। ପର୍ଯ୍ୟାୟବଦ୍ଧ ଉତ୍ପାଦନ କାର୍ଯ୍ୟକ୍ରମ (ପିଏମ୍ପି) ଅନ୍ତର୍ଭୁକ୍ତ କରି ଏହା ହାସଲ କରାଯିବ ଯାହା ଘରୋଇଉତ୍ପାଦନ ଏବଂ ବୈଦ୍ୟୁତିକ ଯାନଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ପାଇଁ ଉତ୍ସାହିତ କରେ।
ଭାରତ ସରକାରଙ୍କ ଏହି ପଦକ୍ଷେପ ପରିବେଶ ପ୍ରଦୂଷଣ ଏବଂ ଇନ୍ଧନ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକୁ ଦୂର କରିବା ସହିତ ସ୍ଥାୟୀ ପରିବହନ ସମାଧାନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଆଣିବା ପାଇଁ ପ୍ରସ୍ତୁତ। ଏହି ଯୋଜନା ଏହାର ପିଏମ୍ପିସହିତ, ବୈଦ୍ୟୁତିକ ଯାନକ୍ଷେତ୍ର ଏବଂ ସମ୍ପୃକ୍ତ ଯୋଗାଣ ଶୃଙ୍ଖଳରେ ନିବେଶକୁ ପ୍ରୋତ୍ସାହିତ କରିବ। ଯୋଜନାଟି ଭାଲୁ ଚେନ୍ର ବିଭିନ୍ନ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ରୋଜଗାର ସୁଯୋଗ ସୃଷ୍ଟି କରିବ। ଉତ୍ପାଦନ ଏବଂ ଚାର୍ଜିଂ ଭିତ୍ତିଭୂମି ସ୍ଥାପନ ମାଧ୍ୟମରେ ମଧ୍ୟ ନିଯୁକ୍ତି ସୃଷ୍ଟି ହେବ।
*****
MT
(Release ID: 2169337)
Visitor Counter : 2
Read this release in:
English
,
Urdu
,
Nepali
,
Hindi
,
Marathi
,
Bengali-TR
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam