ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭକାମନା

Posted On: 17 SEP 2025 10:18AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସୃଷ୍ଟିର ଶିଳ୍ପକାରଙ୍କ ଏହି ବିଶେଷ ଆରାଧନାର ପବିତ୍ର ଅବସରରେ, ନବସୃଜନରେ ସଂଲଗ୍ନ ସମସ୍ତ କର୍ମଯୋଗୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।”

ଆଜି ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦେଶବ୍ୟାପୀ ନିଜ ପରିବାରଜନଙ୍କୁ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭକାମନା । ସୃଷ୍ଟିର ଶିଳ୍ପକାରଙ୍କ ଏହି ବିଶେଷ ଆରାଧନାର ପବିତ୍ର ଅବସରରେ, ନବସୃଜନରେ ସଂଲଗ୍ନ ସମସ୍ତ କର୍ମଯୋଗୀଙ୍କୁ ହୃଦୟରୁ ହାର୍ଦ୍ଦିକ ଶୁଭକାମନା । ଆପଣଙ୍କ ପ୍ରତିଭା ଏବଂ ପରିଶ୍ରମ ସଶକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତବର୍ଷର ନିର୍ମାଣରେ ବହୁତ ମୂଲ୍ୟବାନ ।”

SR


(Release ID: 2167600) Visitor Counter : 2