ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
‘ଜ୍ଞାନ ଭାରତମ୍ ମିଶନ୍’ ର ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ପ୍ରତି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ
Posted On:
13 SEP 2025 6:51PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସହିତ ‘ଜ୍ଞାନ ଭାରତମ୍ ମିଶନ’ ଆରମ୍ଭ - ଭାରତର ଜ୍ଞାନ, ବିଜ୍ଞାନ, ପାଣ୍ଡୁଲିପି, ଭୁଜ ପତ୍ର, ତାମ୍ରପତ୍ର, ଶିଳାଲେଖ ଓ ଅନ୍ୟାନ୍ୟ ଗବେଷଣାରେ ସଂରକ୍ଷିତ ଭାରତର ଜ୍ଞାନ-ବିଜ୍ଞାନକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉଦ୍ଦେଶ୍ୟ।
ଏହି କାର୍ଯ୍ୟକ୍ରମ ବିଶ୍ୱର ସମୃଦ୍ଧ ଜ୍ଞାନ ପରମ୍ପରା ସହିତ ସମ୍ପର୍କିତ ବିଦ୍ୱାନ, ଗବେଷକ ଏବଂ ଯୁବକମାନଙ୍କୁ ଏକ ସାଧାରଣ ମଞ୍ଚ ପ୍ରଦାନ କରୁଛି
୪୮୩ କୋଟି ଟଙ୍କା ବ୍ୟୟରେ ‘ଜ୍ଞାନ ଭାରତମ୍ ମିଶନ’ ସାରା ଦେଶରେ ୧ କୋଟିରୁ ଅଧିକ ପାଣ୍ଡୁଲିପିର ସର୍ଭେ, ଡକ୍ୟୁମେଣ୍ଟିଂ ଏବଂ ବିଶ୍ଳେଷଣ କରି, ସମଗ୍ର ବିଶ୍ୱକୁ ଭାରତର ଅପୂର୍ବ ଜ୍ଞାନ ଐତିହ୍ୟ ସହିତ ପୁନଃ ଯୋଡ଼ିବ
କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା ‘‘ଜ୍ଞାନ ଭାରତମ୍ ମିଶନ୍"ର ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀରେ ଖୁସି ବ୍ୟକ୍ତ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଏହା ଅତ୍ୟନ୍ତ ଆନନ୍ଦର ବିଷୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟି ସହିତ ଆରମ୍ଭ ହୋଇଥିବା 'ଜ୍ଞାନ ଭାରତମ୍ ମିଶନ' ର ପ୍ରଥମ ଆନ୍ତର୍ଜାତୀୟ ସମ୍ମିଳନୀ ଭାରତର ଜ୍ଞାନ, ବିଜ୍ଞାନ, ପାଣ୍ଡୁଲିପି, ଭୁଜ ପତ୍ର, ତାମ୍ର ପତ୍ର, ଶିଳାଲେଖ ଏବଂ ରେକର୍ଡରେ ସଂଗୃହିତ ଅନୁସନ୍ଧାନକୁ ନୂତନ ପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ହେଉଛି। ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ବିଶ୍ୱର ସମୃଦ୍ଧ ଜ୍ଞାନ ପରମ୍ପରା ସହିତ ଜଡ଼ିତ ବିଦ୍ୱାନ, ଗବେଷକ ଏବଂ ଯୁବକମାନଙ୍କୁ ଏକ ସାଧାରଣ ମଞ୍ଚ ପ୍ରଦାନ କରୁଛି। ଶ୍ରୀ ଶାହ କହିଥିଲେ ଯେ 'ଜ୍ଞାନ ଭାରତମ୍ ମିଶନ' ୪୮୩ କୋଟି ଟଙ୍କା ବ୍ୟୟରେ ସାରା ଦେଶରେ ୧ କୋଟିରୁ ଅଧିକ ପାଣ୍ଡୁଲିପିର ସର୍ଭେ, ଡକ୍ୟୁମେଣ୍ଟିଂ ଏବଂ ବିଶ୍ଳେଷଣ କରି ସମଗ୍ର ବିଶ୍ୱକୁ ଭାରତର ଅକଲ୍ପନୀୟ ଜ୍ଞାନ ଐତିହ୍ୟ ସହିତ ପୁଣି ଯୋଡ଼ିବା ପାଇଁ ଯାଉଛି।
HS
(Release ID: 2166394)
Visitor Counter : 2