ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଓନମ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
05 SEP 2025 8:26AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଓନମ’ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗୌରବର ପ୍ରତୀକ । ଏହି ସମୟ ଆମ ସମାଜରେ ସଦଭାବର ଭାବନାକୁ ମଜବୁତ ଏବଂ ପ୍ରକୃତି ସହ ଆମର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ।”
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି;
“ସମସ୍ତଙ୍କୁ ଓନମର ହାର୍ଦ୍ଦିକ ଶୁଭକାମନା! ଏହି ସୁନ୍ଦର ପର୍ବ ସମସ୍ତଙ୍କ ପାଇଁ ନୂତନ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ପ୍ରଚୁର ସମୃଦ୍ଧି ଆଣୁ । ‘ଓନମ’ କେରଳର ଶାଶ୍ୱତ ଐତିହ୍ୟ ଏବଂ ସମୃଦ୍ଧ ପରମ୍ପରାକୁ ଦର୍ଶାଇଥାଏ । ଏହି ପର୍ବ ଏକତା, ଆଶା ଏବଂ ସାଂସ୍କୃତିକ ଗୌରବର ପ୍ରତୀକ । ଏହି ସମୟ ଆମ ସମାଜରେ ସଦଭାବର ଭାବନାକୁ ମଜବୁତ ଏବଂ ପ୍ରକୃତି ସହ ଆମର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ।”
SR
(Release ID: 2164256)
Visitor Counter : 2
Read this release in:
English
,
Urdu
,
Marathi
,
Hindi
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam