ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୧୪୦ କୋଟି ଭାରତୀୟଙ୍କର ଆଶୀର୍ବାଦ ଓ ସାମୂହିକ ଯୋଗଦାନରେ ସଶକ୍ତ, ଭାରତ ସୁଶାସନ ଓ ପରିବର୍ତ୍ତନକୁ କେନ୍ଦ୍ର କରି ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନର ସାକ୍ଷୀ ହୋଇଛି: ପ୍ରଧାନମନ୍ତ୍ରୀ
ଆମେ ଆମ ସାମୂହିକ ସଫଳତା ଉପରେ ଗର୍ବିତ, କିନ୍ତୁ ସେଥିସହିତ ଆମେ ଆଶା, ବିଶ୍ୱାସ ଓ ‘ବିକଶିତ ଭାରତ’ ଗଢ଼ିବାର ନୂତନ ସଙ୍କଳ୍ପ ସହିତ ଆଗକୁ ଦେଖୁଛୁ: ପ୍ରଧାନମନ୍ତ୍ରୀ
ଗତ ଏଗାର ବର୍ଷ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ଜୀବନଧାରଣର ସହଜତାକୁ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ
ନାଗରିକମାନଙ୍କୁ ‘ନମୋ ଆପ୍’ ମାଧ୍ୟମରେ ଭାରତର ପରିବର୍ତ୍ତନଶୀଳ ଯାତ୍ରାକୁ ଅନୁସନ୍ଧାନ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
09 JUN 2025 9:40AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଡିଏ ସରକାରଙ୍କ ଅଧୀନରେ ଗତ ଏଗାର ବର୍ଷ ମଧ୍ୟରେ ଭାରତ ଯେଉଁ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ତାହା ଉପରେ ଆଲୋକପାତ କରିଛନ୍ତି ।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ୧୪୦ କୋଟି ଭାରତୀୟଙ୍କ ସାମୂହିକ ଅଂଶଗ୍ରହଣ ଦ୍ୱାରା ସମର୍ଥିତ ସୁଶାସନ ଏବଂ ରୂପାନ୍ତରଣ ଉପରେ ସ୍ପଷ୍ଟ ଧ୍ୟାନ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପ୍ରଗତି ଆଣିପାରିଛି।
‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ ନୀତି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଏନଡିଏ ସରକାର ଗତି, ପରିମାଣ ଏବଂ ସମ୍ବେଦନଶୀଳତା ସହିତ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଯେ, ଅର୍ଥନୈତିକ ଅଭିବୃଦ୍ଧିରୁ ସାମାଜିକ ଉନ୍ନତି ପର୍ଯ୍ୟନ୍ତ ସରକାର ଲୋକକୈନ୍ଦ୍ରିକ, ଅନ୍ତର୍ଭୁକ୍ତିମୂଳକ ଏବଂ ସର୍ବାଙ୍ଗୀନ ପ୍ରଗତିକୁ ପ୍ରାଥମିକତା ଦେଇଛି।
ସେ କହିଛନ୍ତି ଯେ ଭାରତ ଆଜି କେବଳ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ନୁହେଁ, ବରଂ ଜଳବାୟୁ ପରିଚାଳନା ଏବଂ ଡିଜିଟାଲ ନବସୃଜନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏକ ପ୍ରମୁଖ ବିଶ୍ୱ ସ୍ୱର।
ଶ୍ରୀ ମୋଦୀ କହିଛନ୍ତି ଯେ, "ଆମେ ଆମ ସାମୂହିକ ସଫଳତା ଉପରେ ଗର୍ବିତ, କିନ୍ତୁ ସେଥିସହିତ ଆମେ ଆଶା, ବିଶ୍ୱାସ ଓ ‘ବିକଶିତ ଭାରତ’ ଗଢ଼ିବାର ନୂତନ ସଙ୍କଳ୍ପ ସହିତ ଆଗକୁ ଦେଖୁଛୁ’’। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ, ଗତ ଏଗାର ବର୍ଷରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆସିଛି ଏବଂ 'ସହଜ ଜୀବନଯାପନ'କୁ ବୃଦ୍ଧି କରାଯାଇପାରିଛି ।
ଏହି ପରିପ୍ରେକ୍ଷୀରେ, ଶ୍ରୀ ମୋଦୀ ନାଗରିକମାନଙ୍କୁ ନମୋ ଆପ୍ ମାଧ୍ୟମରେ ଏହି ପରିବର୍ତ୍ତନକାରୀ ଯାତ୍ରା ଅନୁସନ୍ଧାନ କରିବାକୁ ଉତ୍ସାହିତ କରିଥିଲେ, ଯାହା ସରକାରଙ୍କ ସଫଳତାକୁ ଏକ ପାରସ୍ପରିକ ଉପାୟରେ ଉପସ୍ଥାପନ କରିଥାଏ - ଯେଉଁଥିରେ ଖେଳ, କୁଇଜ୍, ସର୍ଭେ ଏବଂ ଅନ୍ୟାନ୍ୟ ଫର୍ମାଟ୍ ଅନ୍ତର୍ଭୁକ୍ତ ଯାହା ସୂଚନା, ସଂମ୍ପୃକ୍ତି ଏବଂ ପ୍ରେରଣା ପ୍ରଦାନ କରେ।
ପ୍ରଧାନମନ୍ତ୍ରୀ ନମୋ ଆପ୍ ଏବଂ ସରକାରୀ ୱେବସାଇଟରେ ଉପଲବ୍ଧ ଭିଡିଓ, ଇନଫୋଗ୍ରାଫିକ୍ସ ଏବଂ ଆର୍ଟିକିଲ୍ ଭଳି ବିଭିନ୍ନ ଆକର୍ଷଣୀୟ ଫର୍ମାଟ୍ ମାଧ୍ୟମରେ ଭାରତର ବିକାଶ ଯାତ୍ରା ଅନୁସନ୍ଧାନ କରିବାକୁ ମଧ୍ୟ ଲୋକଙ୍କୁ ଆମନ୍ତ୍ରଣ କରିଥିଲେ।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଛନ୍ତି ;
"ସୁଶାସନ ଏବଂ ପରିବର୍ତ୍ତନ ଉପରେ ସ୍ପଷ୍ଟ ଧ୍ୟାନ!
୧୪୦ କୋଟି ଭାରତୀୟଙ୍କ ଆଶୀର୍ବାଦ ଏବଂ ସାମୂହିକ ଅଂଶଗ୍ରହଣ ଦ୍ୱାରା ସଶକ୍ତ, ଭାରତ ବିଭିନ୍ନ କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଦେଖିଛି।
'ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ' ନୀତି ଦ୍ୱାରା ପରିଚାଳିତ, ଏନ୍ଡିଏ ସରକାର ଗତି, ପରିମାଣ ଏବଂ ସମ୍ବେଦନଶୀଳତା ସହିତ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି।
ଆର୍ଥିକ ଅଭିବୃଦ୍ଧିରୁ ସାମାଜିକ ଉନ୍ନତି ପର୍ଯ୍ୟନ୍ତ, ଲୋକ-କୈନ୍ଦ୍ରିକ, ଅନ୍ତର୍ଭୁକ୍ତ ଏବଂ ସର୍ବାଙ୍ଗୀନ ପ୍ରଗତି ଉପରେ ଧ୍ୟାନ ଦିଆଯାଇଛି।
ଭାରତ ଆଜି କେବଳ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ନୁହେଁ, ବରଂ ଜଳବାୟୁ ପରିଚାଳନା ଏବଂ ଡିଜିଟାଲ ନବସୃଜନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏକ ପ୍ରମୁଖ ବିଶ୍ୱ ସ୍ୱର ମଧ୍ୟ।
ଆମେ ଆମର ସାମୂହିକ ସଫଳତା ପାଇଁ ଗର୍ବିତ କିନ୍ତୁ ସେହି ସମୟରେ, ଆମେ ଆଶା, ଆତ୍ମବିଶ୍ୱାସ ଏବଂ ଏକ ବିକାଶିତ ଭାରତ ଗଠନ ପାଇଁ ଏକ ନୂତନ ସଂକଳ୍ପ ସହିତ ଆଗକୁ ଦେଖୁଛୁ!
"ଗତ ଏଗାର ବର୍ଷ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ‘ଜୀବନର ସୁଗମତା’କୁ ବୃଦ୍ଧି କରିଛି।
ନମୋ ଆପ୍ ଆପଣଙ୍କୁ ଏହି ପରିବର୍ତ୍ତନମୂଳକ ଯାତ୍ରାରେ ଏକ ଅଭିନବ ଉପାୟରେ ନେଇଯାଏ, ଇଣ୍ଟରାକ୍ଟିଭ୍ ଖେଳ, କୁଇଜ୍, ସର୍ଭେ ଏବଂ ଅନ୍ୟାନ୍ୟ ଏପରି ଫର୍ମାଟ୍ ମାଧ୍ୟମରେ ଯାହା ସୂଚନା ଦିଏ, ସମ୍ପୃକ୍ତ କରେ ଏବଂ ପ୍ରେରଣା ଦିଏ।
(रिलीज़ आईडी: 2160225)
आगंतुक पटल : 11
इस विज्ञप्ति को इन भाषाओं में पढ़ें:
हिन्दी
,
Marathi
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam
,
Bengali-TR
,
Assamese
,
English
,
Urdu
,
Bengali
,
Manipuri