କ୍ୟାବିନେଟ
azadi ka amrit mahotsav

ଦେଢ ପ୍ରତିଶତ ସବସିଡି ସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପରିମାର୍ଜିତ ସୁଧ ଅନୁଦାନ ଯୋଜନାର କ୍ରମିକତାକୁ ସରକାରଙ୍କ ଘୋଷଣା

Posted On: 28 MAY 2025 3:12PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଦେଢ ପ୍ରତିଶତ ସବସିଡି ସହ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପରିମାର୍ଜିତ ସୁଧ ଅନୁଦାନ ଯୋଜନାର କ୍ରମିକତାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ଆବଶ୍ୟକ ହେଉଥିବା ଆର୍ଥିକ ପ୍ରୋତ୍ସାହନ ରାଶି ବି ଘୋଷଣା କରିଛନ୍ତି ।

କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଚାଷୀମାନଙ୍କୁ କମ ସୁଧହାରରେ ସ୍ୱଳ୍ପକାଳୀନ ଋଣ ସହାୟତା ପ୍ରଦାନ କରିବାକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ହେଉଛି ଏକ କେନ୍ଦ୍ରୀୟ ଯୋଜନା ।

ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ ଋଣ ଯୋଗାଇ ଦିଆଯାଉଛି । ସାତ ପ୍ରତିଶତ ସୁଧ ହାରରେ ଋଣ ସହାୟତା ମିଳୁଛି । ଉପଯୁକ୍ତ ସଂସ୍ଥାଗୁଡିକୁ ବି ଦେଢ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

ଅତିରିକ୍ତ ଭାବରେ ଋଣ ଫେରସ୍ତ କରୁଥିବା ଚାଷୀମାନେ ତିନି ପ୍ରତିଶତ ପର୍ଯ୍ୟନ୍ତ ଇନସେଟିଭ ପାଇବା ପର୍ଯ୍ୟନ୍ତ ଯୋଗ୍ୟ ହୋଇପାରୁଛନ୍ତି । କିଷାନ କ୍ରେଡିଟ କାର୍ଡର ଚାରି ପ୍ରତିଶତ ସୁଧରେ ଚାଷୀକୁ ଋଣ ଫେରସ୍ତ କରିବା ନେଇ ଶୀଘ୍ର ଇନସେଟିଭ ଫେରସ୍ତ ପ୍ରକ୍ରିୟାରେ ତିନି ପ୍ରତିଶତ ଛାଡ ମିଳୁଛି ।

ମତ୍ସ୍ୟ ଚାଷ ଓ ପଶୁ ପାଳନ କ୍ଷେତ୍ରରେ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସୁବିଧା ରହିଛି ।

ପୂର୍ବ ଯୋଜନାରେ କୌଣସି ପରିବର୍ତନ ହୋଇନାହିଁ ।

ଆମ ଦେଶରେ ୭.୭୫ କୋଟିରୁ ଅଧିକା କିଷାନ କ୍ରେଡିଟ କାର୍ଡ ଆକାଉଂଟ ରହିଛି ।  କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀଙ୍କ ପାଇଁ ଏପ୍ରକାର ସହାୟତା ଅତି ଜରୁରୀ ।

କୃଷି ଋଣ ସହାୟତା

୨୦୧୪ରେ ୪.୨୬ ଲକ୍ଷ କୋଟି କିଷାନ କ୍ରେଡିଟ ସହାୟତାରୁ ସେହିବର୍ଷ ଡିସେମ୍ବର ସୁଦ୍ଧା ଏହା ୧୦.୦୫ ଲକ୍ଷ କୋଟିରେ ପହଂଚିଥିଲା ।

 ୨୦୧୩-୧୪ ଆର୍ଥିକ ବର୍ଷରେ ୭.୩ ଲକ୍ଷ କୋଟି କୃଷି ଋଣ ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୨୫.୪୯ ଲକ୍ଷ କୋଟିକୁ ଏହା ଉନ୍ନୀତ ହୋଇଥିଲା ।

ଅଗଷ୍ଟ ୨୦୨୩ରେ ଶୁଭାରମ୍ଭ କରାଯାଇଥିବା କିଷାନ ରିନ ପୋର୍ଟାଲ ପରି ଡିଜିଟାଲ ସଂସ୍କାର ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

ଚାଷୀମାନଙ୍କ ଆୟ ଦ୍ୱିଗୁଣିତ କରିବା ଗ୍ରାମୀଣ ଅର୍ଥନୀତି ସୁଦୃଢୀକରଣ ଉପଯୁକ୍ତ ସମୟରେ ଋଣ ସହାୟତା ଯୋଗାଇବା ପରି କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ କ୍ୟାବିନେଟ ମୋହର ମାରିଛି ।

PBD


(Release ID: 2159654) Visitor Counter : 6