ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୬ ଜାନୁଆରୀରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
Posted On:
05 JAN 2025 6:28PM by PIB Bhubaneshwar
ଏହି କ୍ଷେତ୍ରରେ ଯୋଗାଯୋଗକୁ ଆହୁରି ବୃଦ୍ଧି ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ନୂତନ ଜମ୍ମୁ ରେଳ ଡିଭିଜନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ତେଲେଙ୍ଗାନାରେ ଚାରଲାପାଲି ନୂତନ ଟର୍ମିନାଲ ଷ୍ଟେସନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପୂର୍ବ ତଟ ରେଳପଥର ରାୟଗଡା ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ: 05 JAN 2025 6:28PM by PIB Delhi
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୬ ଜାନୁଆରୀ ଦିନ ୧୨ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ ।
ଏହି କ୍ଷେତ୍ରରେ ଯୋଗାଯୋଗକୁ ଆହୁରି ବୃଦ୍ଧି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନର ଉଦଘାଟନ କରିବେ । ସେ ତେଲେଙ୍ଗାନାର ଚାରଲାପାଲି ନୂତନ ଟର୍ମିନାଲ ଷ୍ଟେସନର ଉଦଘାଟନ କରିବେ ଏବଂ ପୂର୍ବ ତଟ ରେଳପଥର ରାୟଗଡା ରେଳ ଡିଭିଜନ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ପଠାଣକୋଟ – ଜମ୍ମୁ – ଉଧମପୁର – ଶ୍ରୀନଗର - ବାରାମୁଲ୍ଲା, ଭୋଗପୁର ସିରୱାଲ - ପଠାଣକୋଟ, ବଟାଲା -ପଠାଣକୋଟ ଏବଂ ପଠାଣକୋଟରୁ ଜୋଗିନ୍ଦର ନଗର ସେକ୍ସନକୁ ନେଇ ୭୪୨.୧ କିଲୋମିଟର ଲମ୍ବ ଜମ୍ମୁ ରେଳ ଡିଭିଜନ ସୃଷ୍ଟି କରିବା ଦ୍ୱାରା ଜମ୍ମୁ ଏବଂ କଶ୍ମୀର ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ପାଇଁ ଯଥେଷ୍ଟ ଲାଭଦାୟକ ହେବ, ଲୋକଙ୍କ ଦୀର୍ଘକାଳୀନ ଆକାଂକ୍ଷା ପୂରଣ ହେବ ଏବଂ ଭାରତର ଅନ୍ୟାନ୍ୟ ଅଂଶ ସହିତ ଯୋଗାଯୋଗ ସୁଦୃଢ ହେବ । ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଭିତ୍ତିଭୂମି ବିକାଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।
ତେଲେଙ୍ଗାନାର ମେଡଚଳ-ମାଲକାଜଗିରି ଜିଲ୍ଲାର ଚାରଲାପାଲି ନୂତନ ଟର୍ମିନାଲ ଷ୍ଟେସନକୁ ପ୍ରାୟ ୪୧୩ କୋଟି ଟଙ୍କା ବ୍ୟୟରେ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇଛି ଏବଂ ଏଥିସହିତ ଦ୍ୱିତୀୟ ପ୍ରବେଶଦ୍ୱାରର ବ୍ୟବସ୍ଥା କରାଯାଇଛି । ଭଲ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡ଼ା ଭଳି ସହରରେ ପୂର୍ବରୁ ରହିଥିବା କୋଚିଂ ଟର୍ମିନାଲରେ ଭିଡ଼ ହ୍ରାସ ପାଇବ ।
ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳପଥର ରାୟଗଡା ରେଳ ଡିଭିଜନ କୋଠା ପାଇଁ ଶିଳାନ୍ୟାସ କରିବେ । ଏହା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ସଂଯୋଗକୁ ସୁଦୃଆ କରିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।
*****
MT
(Release ID: 2159305)
Visitor Counter : 3
Read this release in:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam