ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗତ ୧୧ ବର୍ଷ ମଧ୍ୟରେ ଆମର ବିଭିନ୍ନ ପଦକ୍ଷେପ କୃଷକମାନଙ୍କ ସମୃଦ୍ଧି ବଢ଼ାଇଛି ଏବଂ କୃଷି କ୍ଷେତ୍ରର ସାମଗ୍ରିକ ପରିବର୍ତ୍ତନ ମଧ୍ୟ ସୁନିଶ୍ଚିତ କରିଛି: ପ୍ରଧାନମନ୍ତ୍ରୀ
Posted On:
07 JUN 2025 11:32AM by PIB Bhubaneshwar
ଆଗାମୀ ଦିନରେ କୃଷକ କଲ୍ୟାଣ ପାଇଁ ଆମର ପ୍ରୟାସ ଅଧିକ ବ୍ୟାପକ ଭାବେ ଜାରି ରହିବ: ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, କିଷାନ ଫସଲ ବୀମା ଏବଂ କୃଷକ କଲ୍ୟାଣ ପାଇଁ ବୃଦ୍ଧି ପାଉଥିବା ଏମଏସପି ଭଳି ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ସରକାରଙ୍କ କୃଷକ କଲ୍ୟାଣ ପଦକ୍ଷେପର ସୁଦୂରପ୍ରସାରୀ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି, ଯାହା କୃଷି ସମାଜ ପାଇଁ ମର୍ଯ୍ୟାଦା ଏବଂ ସମୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭାବେ ପ୍ରମାଣିତ ହୋଇଛି।
ସେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଏବଂ କିଷାନ ଫସଲ ବୀମା ଭଳି ପ୍ରମୁଖ ଯୋଜନାଗୁଡ଼ିକୁ ଆଲୋକପାତ କରି, ସେଗୁଡ଼ିକୁ କୃଷକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବର୍ଣ୍ଣନା କରିଛନ୍ତି।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ନିରନ୍ତର ବୃଦ୍ଧି ଯୋଗୁଁ, ଦେଶର ଅନ୍ନଦାତାମାନେ କେବଳ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପାଉନାହାନ୍ତି ବରଂ ସେମାନଙ୍କ ଆୟରେ ମଧ୍ୟ ବୃଦ୍ଧି ଘଟାଇଛନ୍ତି।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଦେଶର ପରିଶ୍ରମୀ କୃଷକମାନଙ୍କ ସେବା କରିବା ତାଙ୍କ ସରକାରଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ। ଗତ ୧୧ ବର୍ଷର ଘଟଣାକ୍ରମ ଉପରେ ଆଲୋକପାତ କରି ସେ କହିଛନ୍ତି ଯେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ ଚାଷୀଙ୍କ ମଧ୍ୟରେ ସମୃଦ୍ଧି ବୃଦ୍ଧି କରିନାହିଁ ବରଂ କୃଷି କ୍ଷେତ୍ରର ସାମଗ୍ରିକ ପରିବର୍ତ୍ତନରେ ମଧ୍ୟ ଅବଦାନ ରଖିଛି।
ସରକାର ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଜଳସେଚନ ଭଳି ପ୍ରମୁଖ ଦିଗଗୁଡ଼ିକ ପ୍ରତି ବିଶେଷ ଧ୍ୟାନ ଦେବା ଅତି ଲାଭଦାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଗାମୀ ଦିନରେ କୃଷକ କଲ୍ୟାଣ ପାଇଁ ଆମର ପ୍ରୟାସ ଅଧିକ ଜୋରଦାର ଜାରି ରହିବ ବୋଲି ଶ୍ରୀ ମୋଦୀ ଆହୁରି କହିଛନ୍ତି। ସେ କହିଛନ୍ତି ଯେ ଆମେ ଆମର କୃଷକମାନଙ୍କ ପାଇଁ ମର୍ଯ୍ୟାଦା ଏବଂ ସମୃଦ୍ଧି ଉପରେ କାର୍ଯ୍ୟ କରିଛୁ।
ଗୋଟିଏ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି,
‘‘ପୂର୍ବରୁ, ଆମର ଚାଷୀ ଭାଇ ଭଉଣୀମାନଙ୍କୁ ଛୋଟ ଛୋଟ ଆବଶ୍ୟକତା ପାଇଁ ମଧ୍ୟ ଟଙ୍କା ଋଣ କରିବାକୁ ବାଧ୍ୟ ହେଉଥିଲେ, କିନ୍ତୁ ଗତ ୧୧ ବର୍ଷ ମଧ୍ୟରେ, ଆମ ସରକାରଙ୍କ ନିଷ୍ପତ୍ତି ସେମାନଙ୍କ ଜୀବନକୁ ବହୁତ ସହଜ କରିଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ହେଉ କିମ୍ବା ପିଏମ କିଷାନ ଫସଲ ବୀମା, ଆମେ ସେମାନଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛୁ। ଏବେ, ସର୍ବନିମ୍ନ ସହାୟକ ମୂଲ୍ୟରେ ନିରନ୍ତର ବୃଦ୍ଧି ସହିତ, ଦେଶର ଅନ୍ନଦାତାମାନେ କେବଳ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପାଉନାହାନ୍ତି, ବରଂ ସେମାନଙ୍କ ଆୟ ମଧ୍ୟ ବୃଦ୍ଧି ପାଉଛି।
#11YearsOfKisanSamman’’
‘‘ଆମର ପରିଶ୍ରମୀ କୃଷକମାନଙ୍କର ସେବା କରିବା ଆମର ସୌଭାଗ୍ୟ। ଗତ ୧୧ ବର୍ଷ ଧରି, ଆମର ବିଭିନ୍ନ ପଦକ୍ଷେପ କୃଷକମାନଙ୍କ ସମୃଦ୍ଧିକୁ ବଢ଼ାଇଛି ଏବଂ କୃଷି କ୍ଷେତ୍ରର ସାମଗ୍ରିକ ପରିବର୍ତ୍ତନ ମଧ୍ୟ ସୁନିଶ୍ଚିତ କରିଛି। ଆମେ ମୃତ୍ତିକା ସ୍ୱାସ୍ଥ୍ୟ ଏବଂ ଜଳସେଚନ ଭଳି ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେଇଛୁ, ଯାହା ବହୁତ ଲାଭଦାୟକ ହୋଇଛି। ଆଗାମୀ ଦିନରେ ମଧ୍ୟ କୃଷକ କଲ୍ୟାଣ ପାଇଁ ଆମର ପ୍ରୟାସ ଅଧିକ ଜୋରଦାର ଜାରି ରହିବ।’’
#11YearsOfKisanSamman’’
‘‘ଆମର କୃଷକମାନଙ୍କ ପାଇଁ ଆମେ କିପରି ମର୍ଯ୍ୟାଦା ଏବଂ ସମୃଦ୍ଧି ଲାଗି କାମ କରିଛୁ ତାହାର ଏକ ଝଲକ ପାଇବା ପାଇଁ ଏହି ଥ୍ରେଡ୍ ପଢ଼ନ୍ତୁ।’’
#11YearsOfKisanSamman’’
***
PS
(Release ID: 2158860)
Visitor Counter : 5
Read this release in:
Telugu
,
English
,
Urdu
,
Marathi
,
Hindi
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Odia
,
Tamil
,
Kannada
,
Malayalam