ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥିରୁଭଲ୍ଲୁଭର ଦିବସରେ ଆମେ ଆମ ଦେଶର ଅନ୍ୟତମ ମହାନ ଦାର୍ଶନିକ, କବି ଏବଂ ଚିନ୍ତାନାୟକ, ଥିରୁଭଲ୍ଲୁଭରଙ୍କୁ ସ୍ମରଣ କରୁଛୁ : ପ୍ରଧାନମନ୍ତ୍ରୀ
ତାଙ୍କ କବିତା ତାମିଲ ସଂସ୍କୃତି ଏବଂ ଆମର ଦାର୍ଶନିକ ଐତିହ୍ୟର ସାରକୁ ପ୍ରତିଫଳିତ କରିଥାଏ: ପ୍ରଧାନମନ୍ତ୍ରୀ
ତାଙ୍କର ଶିକ୍ଷା ଧାର୍ମିକତା, କରୁଣା ଏବଂ ନ୍ୟାୟ ଉପରେ ଗୁରୁତ୍ୱ ଦେଇଥାଏ: ପ୍ରଧାନମନ୍ତ୍ରୀ
प्रविष्टि तिथि:
15 JAN 2025 12:37PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିରୁଭଲ୍ଲୁଭର ଦିବସ ଅବସରରେ ମହାନ ତାମିଲ ଦାର୍ଶନିକ, କବି ଏବଂ ଚିନ୍ତାନାୟକ ଥିରୁଭଲ୍ଲୁଭରଙ୍କୁ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ମହାନ ଥିରୁଭଲ୍ଲୁଭରଙ୍କ କବିତା ତାମିଲ ସଂସ୍କୃତି ଏବଂ ଆମର ଦାର୍ଶନିକ ଐତିହ୍ୟର ସାରକୁ ପ୍ରତିଫଳିତ କରିଥାଏ। ଶ୍ରୀ ମୋଦୀ କହିଥିଲେ, "ତାଙ୍କର କାଳଜୟୀ କାର୍ଯ୍ୟ 'ତିରୁକ୍କୁରାଲ" ପ୍ରେରଣାର ଆଲୋକବର୍ତ୍ତିକା ଭାବେ ଉଭା ହୋଇଛି, ଯାହା ବିଭିନ୍ନ ପ୍ରସଙ୍ଗରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରୁଛି। "
ପ୍ରଧାନମନ୍ତ୍ରୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
"ଥିରୁଭଲ୍ଲୁଭର ଦିବସରେ, ଆମେ ଆମ ଦେଶର ଅନ୍ୟତମ ମହାନ ଦାର୍ଶନିକ, କବି ଏବଂ ଚିନ୍ତାନାୟକ, ମହାନ ଥିରୁଭଲ୍ଲୁଭରଙ୍କୁ ସ୍ମରଣ କରୁଛୁ। ତାଙ୍କ କବିତା ତାମିଲ ସଂସ୍କୃତି ଏବଂ ଆମର ଦାର୍ଶନିକ ଐତିହ୍ୟର ସାରକୁ ପ୍ରତିଫଳିତ କରେ । ତାଙ୍କର ଶିକ୍ଷା ଧାର୍ମିକତା, କରୁଣା ଏବଂ ନ୍ୟାୟ ଉପରେ ଗୁରୁତ୍ୱ ଦେଇଥାଏ। ତାଙ୍କର କାଳଜୟୀ କାର୍ଯ୍ୟ, ତିରୁକ୍କୁରାଲ୍, ପ୍ରେରଣାର ଏକ ଆଲୋକବର୍ତ୍ତିକା ଭାବରେ ଛିଡ଼ା ହୋଇଛି, ଯାହା ବିଭିନ୍ନ ପ୍ରସଙ୍ଗରେ ଗଭୀର ଅନ୍ତର୍ଦୃଷ୍ଟି ପ୍ରଦାନ କରେ । ଆମ ସମାଜ ପାଇଁ ତାଙ୍କର ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ ଆମେ କଠିନ ପରିଶ୍ରମ ଜାରି ରଖିବୁ।
HS
(रिलीज़ आईडी: 2158792)
आगंतुक पटल : 15
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam