ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ ଭାରତ ଓ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା

ପୋଷ୍ଟ କରାଯିବା ଦିନାଙ୍କ: 23 JUL 2025 5:40PM by PIB Bhubaneswar

 

ଭାରତ ଏବଂ ନେପାଳ ମଧ୍ୟରେ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା ୨୨ ଜୁଲାଇ ୨୦୨୫ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଶ୍ରୀ ଗୋବିନ୍ଦ ମୋହନ ଏବଂ ନେପାଳ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ନେପାଳ ସରକାରଙ୍କ ସ୍ୱରାଷ୍ଟ୍ର ସଚିବ ଶ୍ରୀ ଗୋକର୍ଣ୍ଣ ମଣି ଦୁୱାଦୀ।

ଆଲୋଚନା ସମୟରେ, ଉଭୟ ପକ୍ଷ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ତଥା ସୀମା ପରିଚାଳନାର ସମ୍ପୂର୍ଣ୍ଣ ପରିସରକୁ ସମୀକ୍ଷା କରିଥିଲେ ଏବଂ ଏହାକୁ ଆହୁରି ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ। ସୀମା ସ୍ତମ୍ଭଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ, ସୀମାପାର ଅପରାଧିକ କାର୍ଯ୍ୟକଳାପ, ସୀମା ଜିଲ୍ଲା ସମନ୍ୱୟ କମିଟିର କାର୍ଯ୍ୟକାରିତା, ସୀମା ଭିତ୍ତିଭୂମିକୁ ବିଶେଷ କରି ଆଇସିପି., ସଡ଼କ ଏବଂ ରେଳ ନେଟୱାର୍କକୁ ସୁଦୃଢ଼ କରିବା, ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ଅନୁଷ୍ଠାନଗୁଡ଼ିକର ସଶକ୍ତିକରଣ ଏବଂ ଦକ୍ଷତା ନିର୍ମାଣ ଓ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନାରେ ସହଯୋଗକୁ ସୁଦୃଢ଼ କରିବାର ଉପାୟ ଆଦି ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ବିଚାରବିମର୍ଶ ହୋଇଥିଲା। ସେମାନେ ଅପରାଧିକ ମାମଲାରେ ପାରସ୍ପରିକ ଆଇନଗତ ସହାୟତା ଉପରେ ରାଜିନାମାକୁ ଚୂଡ଼ାନ୍ତ ରୂପ ଦେବାକୁ ସ୍ୱାଗତ କରିଥିଲେ ଏବଂ ସଂଶୋଧିତ ପ୍ରତ୍ୟର୍ପଣ ଚୁକ୍ତିର ଶୀଘ୍ର ସମାପ୍ତି ଦିଗରେ କାର୍ଯ୍ୟ କରିବାକୁ ରାଜି ହୋଇଥିଲେ।

ପରବର୍ତ୍ତୀ ସ୍ୱରାଷ୍ଟ୍ର ସଚିବ ସ୍ତରୀୟ ଆଲୋଚନା ନେପାଳରେ ପାରସ୍ପରିକ ସୁବିଧାଜନକ ତାରିଖରେ ଅନୁଷ୍ଠିତ ହେବା ନେଇ ସହମତି ପ୍ରକାଶ ପାଇଥିଲା ।

HS/Swadhin


(ରିଲିଜ ଆଡି: 2147525) ପରିଦର୍ଶକ କାଉଣ୍ଟର : 47
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Punjabi , Malayalam