ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2025 7:56AM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଡକ୍ଟର ମୁଖାର୍ଜୀଙ୍କ ଅପାର ଅବଦାନକୁ ସ୍ମରଣ କରି ଶ୍ରୀ ମୋଦୀ କହିଛନ୍ତି, ସେ ଦେଶର ସମ୍ମାନ, ମର୍ଯ୍ୟାଦା ଏବଂ ଗୌରବ ରକ୍ଷା କରିବା ପାଇଁ ନିଜର ଜୀବନ ଉତ୍ସର୍ଗ କରିଥିଲେ । ଶ୍ରୀ ମୋଦୀ ଆହୁରିମଧ୍ୟ କହିଛନ୍ତି ଯେ, ଏକ ବିକଶିତ ଏବଂ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣରେ ତାଙ୍କର ଆଦର୍ଶ ଏବଂ ନୀତି ଅମୂଲ୍ୟ ।

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦେଶର ଅମର ସୁପୁତ୍ର ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଦେଶର ସମ୍ମାନ, ମର୍ଯ୍ୟାଦା ଏବଂ ଗୌରବ ରକ୍ଷା କରିବା ପାଇଁ ସେ ନିଜର ଜୀବନ ଉତ୍ସର୍ଗ କରିଥିଲେ । ତାଙ୍କର ଆଦର୍ଶ ଏବଂ ନୀତି ଏକ ବିକଶିତ ତଥା ଆତ୍ମନିର୍ଭର ଭାରତର ନିର୍ମାଣ ପାଇଁ ଅମୂଲ୍ୟ ସମ୍ପଦ ।”

 

SR


(ରିଲିଜ ଆଡି: 2142744) ପରିଦର୍ଶକ କାଉଣ୍ଟର : 39