ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Posted On: 23 JUN 2025 9:02AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ବଳିଦାନ ଦିବସ ଅବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ବଳିଦାନ ଦିବସରେ କୋଟି କୋଟି ପ୍ରଣାମ । ଦେଶର ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସେ ଅତୁଳନୀୟ ସାହସ ଏବଂ ଦୃଢ଼ ସଂକଳ୍ପର ପରିଚୟ ଦେଇଥିଲେ । ରାଷ୍ଟ୍ର ନିର୍ମାଣରେ ତାଙ୍କର ଅମୂଲ୍ୟ ଯୋଗଦାନକୁ ସର୍ବଦା ଶ୍ରଦ୍ଧାପୂର୍ବକ ସ୍ମରଣ କରାଯିବ ।”

 

SR

 


(Release ID: 2138837)