ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ରାଷ୍ଟ୍ରପତିଙ୍କ ଭାଷଣ ସଂକଳନ ‘‘ୱିଙ୍ଗସ୍‌ ଟୁ ଆୱାର୍‌ ହୋପ୍ସ-ଭଲ୍ୟୁମ୍‌-୨’’ ଏବଂ ‘‘ଆଶାଓଁ କି ଉଡ଼ାନ୍‌-ଖଣ୍ଡ ୨’’କୁ ଆସନ୍ତାକାଲି ଉନ୍ମୋଚନ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ


କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମଧ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷରେ ସେ ଦେଇଥିବା ଭାଷଣ ଉପରେ ଆଧାରିତ ପୁସ୍ତକଗୁଡ଼ିକ ଭାରତ ସରକାରଙ୍କ ପ୍ରକାଶନ ବିଭାଗ ଦ୍ୱାରା ହେବ ପ୍ରକାଶିତ

Posted On: 22 JUN 2025 5:10PM by PIB Bhubaneshwar

 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ସଂକଳନକୁ ନେଇ ପ୍ରସ୍ତୁତ ଦୁଇଟି ପୁସ୍ତକ ‘‘ୱିଙ୍ଗସ୍‌ ଟୁ ଆୱାର୍‌ ହୋପ୍ସ-ଭଲ୍ୟୁମ୍‌-୨’’ ଏବଂ ‘‘ଆଶାଓଁ କି ଉଡ଼ାନ୍‌-ଖଣ୍ଡ ୨’’କୁ ଉନ୍ମୋଚନ କରିବେ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ ମଧ୍ୟ ଉନ୍ମୋଚନ ସମାରୋହରେ ଉପସ୍ଥିତ ରହିବେ ।

ଇଂରାଜୀ ଏବଂ ହିନ୍ଦୀରେ ସଂକଳିତ ଏହି ଦୁଇଟି ପୁସ୍ତକରେ ରାଷ୍ଟ୍ରପତିଙ୍କ ୫୧ଟି ଭାଷଣ ସ୍ଥାନ ପାଇଛି । ଶ୍ରୀମତୀ ମୂର୍ମୂଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବର୍ଷ (ଅଗଷ୍ଟ ୨୦୨୩ରୁ ଜୁଲାଇ ୨୦୨୪) ସମୟରେ ତାଙ୍କ ଦୃଷ୍ଟିକୋଣ, ଦର୍ଶନ ଏବଂ ପ୍ରାଥମିକତା ଉପରେ ପୁସ୍ତକରେ ଆଲୋକପାତ କରାଯାଇଛି। ରାଷ୍ଟ୍ରପତି ଭବନ ଦ୍ୱାରା ସଂକଳିତ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଶାସନ, ସମାବେଶୀତା ଏବଂ ଜାତୀୟ ଆକାଂକ୍ଷା ଉପରେ ବିକଶିତ ହେଉଥିବା ଆଲୋଚନାର ବୃତ୍ତାନ୍ତକୁ ଉପସ୍ଥାପନ କରିବାରେ ପୂର୍ବ ସଂସ୍କରଣକୁ ଅନୁସରଣ କରିଥାଏ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ବାରା ଅତ୍ୟନ୍ତ ପରିଶ୍ରମ କରି ଏହି ପୁସ୍ତକକୁ ପ୍ରସ୍ତୁତ କରାଯାଇଛି । ଭାରତ ସରକାରଙ୍କ ଏକ ଅଗ୍ରଣୀ ପ୍ରକାଶନ ପ୍ରତିଷ୍ଠାନ ରୂପରେ ପ୍ରକାଶନ ବିଭାଗ ଜନହିତ, ଦେଶର ସ୍ବାଧୀନତା ଆନ୍ଦୋଳନ, ସଂସ୍କୃତି, କଳା ଓ ସାହିତ୍ୟ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ପୁସ୍ତକ ପ୍ରକାଶ କରି ଆସୁଛି । ଗତ ଆଠ ଦଶନ୍ଧି ଧରି ଭାରତର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀମାନଙ୍କର ସ୍ୱତନ୍ତ୍ର ଭାଷଣର ଦସ୍ତାବିଜ ପ୍ରସ୍ତୁତ କରିବାରେ ମଧ୍ୟ ପ୍ରକାଶନ ବିଭାଗ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

 

******

P.S.


(Release ID: 2138777)