ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
'ଆନ୍ତର୍ଜାତୀୟ ଯୋଗ ଦିବସ' ଅବସରରେ ଗୁଜରାଟର ଅହମ୍ମଦାବାଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯୋଗ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ
ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସମନ୍ବୟ ଆଣିଥିବା 'ଯୋଗ' ଆଜି ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶ ହୋଇଛି
ଶହ ଶହ ବର୍ଷ ଧରି ସୁସ୍ଥ ଏବଂ ଫିଟ୍ ଜୀବନଶୈଳୀର ଭାରତୀୟ ପରମ୍ପରାରେ ଯୋଗ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି
ମୋଦୀଜୀଙ୍କ ନେତୃତ୍ୱରେ ଭାରତର ଅମୂଲ୍ୟ ଐତିହ୍ୟ 'ଯୋଗ" କୁ ସମଗ୍ର ବିଶ୍ୱ ଗ୍ରହଣ କରିଛି
'ଅନ୍ତର୍ଜାତୀୟ ଯୋଗ ଦିବସ "ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ନିବେଦନ କରୁଛି
Posted On:
21 JUN 2025 4:04PM by PIB Bhubaneshwar
କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ 'ଅନ୍ତର୍ଜାତୀୟ ଯୋଗ ଦିବସ' ଅବସରରେ ଆଜି ଗୁଜରାଟର ଅହମ୍ମଦାବାଦରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଯୋଗ କରିଥିଲେ। 'ଏକ୍ସ "ରେ ନିଜ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି ଯେ ମନ, ଶରୀର ଏବଂ ଆତ୍ମା ମଧ୍ୟରେ ସମନ୍ବୟ ଆଣିଥିବା' ଯୋଗ" ଆଜି ସାରା ବିଶ୍ୱର ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଯାଇଛି।

ଅନ୍ୟ ଏକ ପୋଷ୍ଟରେ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଛନ୍ତି, ଯୋଗ ଶତାବ୍ଦୀ ଶତାବ୍ଦୀ ଧରି ସୁସ୍ଥ ଏବଂ ଫିଟ୍ ଜୀବନଶୈଳୀର ଭାରତୀୟ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି। ଯୋଗର ନିୟମିତ ଅଭ୍ୟାସ ଶରୀର, ମନ ଏବଂ ଚିନ୍ତାଧାରାକୁ ବିଶୃଙ୍ଖଳାରୁ ମୁକ୍ତ କରିଥାଏ ଏବଂ ସକାରାତ୍ମକ ଶକ୍ତି ସଞ୍ଚାରିତ କରିଥାଏ। ମୋଦୀ ଜୀଙ୍କ ନେତୃତ୍ୱରେ ଭାରତର ଅମୂଲ୍ୟ ଐତିହ୍ୟ ‘‘ଯୋଗ" କୁ ସମଗ୍ର ବିଶ୍ୱ ଗ୍ରହଣ କରିଛି। 'ଅନ୍ତର୍ଜାତୀୟ ଯୋଗ ଦିବସ' ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ଏବଂ ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ନିବେଦନ କରୁଛି।
HS
(Release ID: 2138505)