ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଆରଜିଆଣ୍ଡସିସିଆଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନା ପ୍ରସ୍ତୁତିର କଲେ ସମୀକ୍ଷା

Posted On: 15 JUN 2025 8:14PM by PIB Bhubaneshwar

 

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ, ଆରଜିଆଣ୍ଡସିସିଆଇ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଗାମୀ ଜନଗଣନା ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଜନଗଣନା କରିବା ପାଇଁ ୧୬ ଜୁନ୍ ୨୦୨୫ରେ ସରକାରୀ ଗେଜେଟରେ ବିଜ୍ଞପ୍ତି ପ୍ରକାଶ ପାଇବ।

ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ଅର୍ଥାତ୍ ଘର ତାଲିକାକରଣ କାର୍ଯ୍ୟ (ଏଚଏଲଓ), ପ୍ରତ୍ୟେକ ପରିବାରର ବାସସ୍ଥାନ ସ୍ଥିତି, ସମ୍ପତ୍ତି ସୁବିଧାର ତଥ୍ୟ ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ, ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଜନସଂଖ୍ୟା ଗଣନା (ପିଇ), ପ୍ରତ୍ୟେକ ପରିବାରର ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟାଗତ, ସାମାଜିକ-ଆର୍ଥିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ବିବରଣୀ ସଂଗ୍ରହ କରାଯିବ। ଏଥର ଜନଗଣନାରେ ଜାତି ଗଣନା ମଧ୍ୟ କରାଯିବ।

ଜନଗଣନା କାର୍ଯ୍ୟକଳାପ ପାଇଁ, ପ୍ରାୟ ୩୪ ଲକ୍ଷ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ଏବଂ ପ୍ରାୟ ୧.୩ ଲକ୍ଷ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ନିୟୋଜିତ କରାଯିବ।

ହା ହେଉଛି ଜନଗଣନା ଆରମ୍ଭରୁ ଷୋଡ଼ଶ ଏବଂ ସ୍ୱାଧୀନତା ପରେ ଅଷ୍ଟମ ଜନଗଣନା।

ଆଗାମୀ ଜନଗଣନା ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ଡିଜିଟାଲ୍ ମାଧ୍ୟମରେ କରାଯିବ। ଲୋକମାନଙ୍କୁ ସ୍ୱ-ଗଣନାର ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯିବ।

ତଥ୍ୟ ସଂଗ୍ରହ, ପ୍ରସାରଣ ଏବଂ ସଂରକ୍ଷଣ ସମୟରେ ତଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅତ୍ୟନ୍ତ କଠୋର ତଥ୍ୟ ସୁରକ୍ଷା ବ୍ୟବସ୍ଥା ରଖାଯିବ।

********

P.S.


(Release ID: 2136529)