ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଯୋଧ୍ୟାରେ ଦିବ୍ୟ ରାମ ଦରବାର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
05 JUN 2025 6:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ଦିବ୍ୟ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଦିବ୍ୟ ରାମ ଦରବାରର ପ୍ରାଣ ପ୍ରତିଷ୍ଠା ସମସ୍ତ ରାମ ଭକ୍ତଙ୍କ ମନ ଶ୍ରଦ୍ଧା ଏବଂ ଆନନ୍ଦରେ ଭରି ଦେବ ।
ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ସୁଖ, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମୋଦୀ କାମନା କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପ୍ରଭୁ ଶ୍ରୀ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଆଉ ଏକ ଗୌରବମୟ ଏବଂ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି । ଭବ୍ୟ-ଦିବ୍ୟ ରାମ ଦରବାର ପ୍ରାଣ ପ୍ରତିଷ୍ଠାର ଏହି ପବିତ୍ର ସମୟ ସମସ୍ତ ରାମଭକ୍ତଙ୍କୁ ଶ୍ରଦ୍ଧା ଏବଂ ଆନନ୍ଦରେ ଭାବବିଭୋର କରିଦେବ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ସୁଖ-ସମୃଦ୍ଧି ଏବଂ ଆରୋଗ୍ୟର ଆଶୀର୍ବାଦ ପ୍ରଦାନ କରନ୍ତୁ ଏହା ହିଁ ମୋର କାମନା ।
ଜୟ ସିୟାରାମ !”
SR
(Release ID: 2134434)
Read this release in:
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam