ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗରିବ କଲ୍ୟାଣ ଲାଗି ଅଭିପ୍ରେତ ଏକ ସହାନୁଭୂତିଶୀଳ ସରକାର : ପ୍ରଧାନମନ୍ତ୍ରୀ
୧୧ ବର୍ଷ ଭିତରେ ପ୍ରତିଟି ସରକାରୀ ପଦକ୍ଷେପରେ ଲୋକଙ୍କ ଲାଗି ସେବା, ସୁଶାସନ ଓ କଲ୍ୟାଣ ଉଦ୍ଦିଷ୍ଟ : ପ୍ରଧାନମନ୍ତ୍ରୀ
ସାମୁହିକ ଉନ୍ନତି ଲାଗି ପ୍ରତି ସରକାରୀ ପଦକ୍ଷେପ ରୂପାନ୍ତରିତ ଫଳ ଦେବା ସହ ଗରିବ ଓ ମଧ୍ୟବିତଙ୍କୁ ଲାଭ ଦେଇଛି : ପ୍ରଧାନମନ୍ତ୍ରୀ
प्रविष्टि तिथि:
05 JUN 2025 9:45AM by PIB Bhubaneshwar
ଗରିବ କଲ୍ୟାଣ ଲାଗି ଅଭିପ୍ରେତ ମୋଦୀ ନେତୃତ୍ୱାଧୀନ ଏନଡିଏ ସରକାରର ୧୧ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶ ଏକ ରୂପାନ୍ତରିତ ଓ ସମଷ୍ଟିଗତ ସରକାରର ଶାସନରେ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସଶକ୍ତିକରଣ, ଭିତ୍ତିଭୂମିର ବିକାଶ, ସମଷ୍ଟିଗତ ଭାବଧାରାରେ ବିଶ୍ୱାସ ରଖୁଥିବା ମୋଦୀ ନେତୃତ୍ୱାଧୀନ ସହାନୁଭୂତିଶୀଳ ସରକାର ପ୍ରାୟ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟତାରୁ ଉଦ୍ଧାର କରିପାରିଛି ।
ସରକାରଙ୍କ ବିଭିନ୍ନ ରୂପାନ୍ତରିତ ଯୋଜନା ଭିତରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଉଜ୍ୱଳା ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଆୟୁଷ୍ମାନ ଭାରତ ପରି ଅନେକ ଯୋଜନା ଗୃହ ନିର୍ମାଣ, ସ୍ୱଚ୍ଛ ରୋଷେଇ ଇନ୍ଧନ, ବ୍ୟାଙ୍କିଙ୍ଗ, ସ୍ୱାସ୍ଥ୍ୟସେବା ପରି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଡାଇରେକ୍ଟ ବେନେଫିଟ ଟ୍ରାନ୍ସଫର ବା ଡିବିଟି ଡିଜିଟାଲକରଣ, ଗ୍ରାମୀଣ ବିକାଶ ପରି କ୍ଷେତ୍ରରେ ଲୋକେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ ।
ଏକ୍ସରେ ଟୁଇଟ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସରକାର ହେଉଛି ଗରିବ କଲ୍ୟାଣ ଲାଗି ଅଭିପ୍ରେତ ସରକାର । ଦାରିଦ୍ର୍ୟତା କବଳରୁ ଏନଡିଏ ସରକାର ଅନେକ ଲୋକଙ୍କୁ ମୁକ୍ତ କରି ସଶକ୍ତିକରଣ, ସମଷ୍ଟିଗତ ଭାବ ଓ ଭିତ୍ତିଭୂମିର ବିକାଶ କରି ଆଶାପ୍ରଦ ଫଳ ପ୍ରଦାନ କରିଛି । ସାଧାରଣ ଜନତାକୁ ଗରିବୀରୁ ମୁକୁଳାଇବା ଲାଗି ଆମ ସରକାରଙ୍କର ବିଭିନ୍ନ ପ୍ରମୁଖ ଯୋଜନାମାନ ରହିଛି । ଡାଇରେକ୍ଟ ବେନେଫିଟ ଟ୍ରାନ୍ସଫର ବା ଡିବିଟି ଡିଜିଟାଲକରଣ, ଗ୍ରାମୀଣ ବିକାଶ ପରି କ୍ଷେତ୍ରରେ ଲୋକେ ଅଧିକରୁ ଅଧିକ ସୁବିଧା ସୁଯୋଗ ପାଇଛନ୍ତି । ଏହା କେବଳ ୨୫ କୋଟି ଜନତା ଗରିବୀରୁ ନିଜକୁ ଉଦ୍ଧାର କରିପାରିବା ପାଇଁ ହୋଇଛି । ଏକ ସାମୁହିକ ଓ ଆତ୍ମ ନିର୍ଭର ଭାରତ ଗଠନ ଦିଗରେ ଏନଡିଏ ସରକାର ନିଜର ପ୍ରତିବଦ୍ଧତା ଜାରି ରଖିଛି ।
PBD
(रिलीज़ आईडी: 2134394)
आगंतुक पटल : 20
इस विज्ञप्ति को इन भाषाओं में पढ़ें:
Malayalam
,
English
,
Urdu
,
हिन्दी
,
Marathi
,
Bengali-TR
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada