ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବେଙ୍ଗାଲୁରୁ ଅଘଟଣରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

प्रविष्टि तिथि: 04 JUN 2025 7:52PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ହୋଇଥିବା ଦୁଃଖଦ ଅଘଟଣରେ ଲୋକଙ୍କ ପ୍ରାଣହାନି ପାଇଁ ଶୋକ ପ୍ରକାଶ କରିଛନ୍ତି । ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:

“ବେଙ୍ଗାଲୁରୁରେ ହୋଇଥିବା ଘଟଣା ହୃଦୟବିଦାରକ । ଏହି ଦୁଃଖର ଘଡ଼ିରେ ପ୍ରିୟଜନଙ୍କୁ ହରାଇଥିବା ପରିବାରଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛି: ପ୍ରଧାନମନ୍ତ୍ରୀ @narendramodi ”

SR


(रिलीज़ आईडी: 2134131) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam