ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫେଡେରାଲ ନିର୍ବାଚନରେ ଅଷ୍ଟ୍ରେଲୀୟ ଲେବର ପାର୍ଟିର ଐତିହାସିକ ବିଜୟ ପାଇଁ ଉପପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ଉଭୟ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆଲୋଚନା କଲେ, ଯାହାକି ଆଜି ୫ ବର୍ଷ ପୂରଣ କରିଛି
ଉପପ୍ରଧାନମନ୍ତ୍ରୀ ମାର୍ଲେସ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଅଷ୍ଟ୍ରେଲିଆର ସମର୍ଥନକୁ ଦୋହରାଇଛନ୍ତି
Posted On:
04 JUN 2025 4:09PM by PIB Bhubaneshwar
ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ମାନନୀୟ ରିଚାର୍ଡ ମାର୍ଲେସ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଫେଡେରାଲ୍ ନିର୍ବାଚନରେ ଅଷ୍ଟ୍ରେଲୀୟ ଲେବର ପାର୍ଟିର ଐତିହାସିକ ବିଜୟ ପାଇଁ ଉପ-ପ୍ରଧାନମନ୍ତ୍ରୀ ମାର୍ଲେସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଦୁଇ ନେତା ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା କରିଛନ୍ତି, ଯାହାକି ଆଜି ପାଞ୍ଚ ବର୍ଷ ପୂରଣ କରିଛି। ସେମାନେ ପ୍ରତିରକ୍ଷା ଶିଳ୍ପ ସହଯୋଗିତା, ସ୍ଥିର ଯୋଗାଣ ଶୃଙ୍ଖଳ, କ୍ରିଟିକାଲ ମିନେରାଲ୍ସ,, ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଭଳି ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ ପୁଣିଥରେ ଦୋହରାଇଥିଲେ ଯେ ଏକ ସ୍ଥିର, ସୁରକ୍ଷିତ ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ପାଇଁ ଏକ ସମାନ ଦୃଷ୍ଟିକୋଣ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ନେଇଯିବ। ଉପ-ପ୍ରଧାନମନ୍ତ୍ରୀ ମାର୍ଲେସ୍ ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇରେ ଅଷ୍ଟ୍ରେଲିଆର ସମର୍ଥନକୁ ପୁନର୍ବାର ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଚଳିତ ବର୍ଷ ଶେଷରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବାକୁ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆଲବାନିଜଙ୍କୁ ନିମନ୍ତ୍ରଣ କରିଛନ୍ତି।
***
TKM
(Release ID: 2133912)
Read this release in:
English
,
Urdu
,
Hindi
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam