ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ମେ ୩୧ରେ ମଧ୍ୟପ୍ରଦେଶ ଗସ୍ତ କରିବେ


ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା

ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବେ

ପ୍ରଧାନମନ୍ତ୍ରୀ କ୍ଷିପ୍ରା ନଦୀ ଉପରେ ୮୬୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେବାକୁ ଥିବା ଘାଟର ଶିଳାନ୍ୟାସ କରିବେ

ଅଞ୍ଚଳର ଶେଷ ସୀମା ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଦାତିଆ ଓ ସାତନା ବିମାନବନ୍ଦର ଉଦଘାଟନ କରିବେ

ପ୍ରଧାନମନ୍ତ୍ରୀ ଇନେ୍ଦାର ମେଟ୍ରୋର ୟେଲୋ ଲାଇନର ସୁପର ପ୍ରାୟୋରିଟି କରିଡରରେ ଯାତ୍ରୀ ସେବାର ଉଦଘାଟନ କରିବେ

Posted On: 30 MAY 2025 11:15AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାତା ଦେବୀ ଅହିଲ୍ୟା ବାଇ ହୋଲକରଙ୍କ ୩୦୦ତମ ଜୟନ୍ତୀ ଅବସରରେ ମେ ୩୧ ତାରିଖରେ ମଧ୍ୟପ୍ରଦେଶ ଗସ୍ତ କରିବେ ସେ ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ମିନିଟରେ ଭୋପାଳରେ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବେ ପ୍ରଧାନମନ୍ତ୍ରୀ ଭୋପାଳରେ ଅନେକ ଉନ୍ନୟନମୂକଳ ପ୍ରକଳ୍ପର ଲୋକାର୍ପଣ ଶିଳାନ୍ୟାସ କରିବେ ଏବଂ ଏକ ସମାରୋହରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ

ପ୍ରଧାନମନ୍ତ୍ରୀ ଲୋକମାତା ଦେବୀ ଅହିଲ୍ୟାବାଇ ମହିଳା ସଶକ୍ତୀକରଣ ମହାସମ୍ମିଳନୀରେ ଭାଗ ନେବା ସହ ଲୋକମାତା ଦେବୀ ଅହିଲ୍ୟାବାଇଙ୍କୁ ସମର୍ପିତ ଏକ ସ୍ମାରକ ଡାକଟିକଟ ଏବଂ ଏକ ବିଶେଷ ମୁଦ୍ରା ମଧ୍ୟ ଜାରି କରିବେ ୩୦୦ ଟଙ୍କା ମୂଲ୍ୟର ଏହି ମୁଦ୍ରାରେ ଅହିଲ୍ୟାବାଇଙ୍କ ଫଟୋ ରହିବ ପ୍ରଧାନମନ୍ତ୍ରୀ ଜନଜାତୀୟ, ଲୋକ ଏବଂ ପାରମ୍ପରିକ କଳା କ୍ଷେତ୍ରରେ ଯୋଗଦାନ ପାଇଁ ଜଣେ ମହିଳା କଳାକାରଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଦେବୀ ଅହିଲ୍ୟାବାଇ ପୁରସ୍କାର ମଧ୍ୟ ପ୍ରଦାନ କରିବେ

ପ୍ରଧାନମନ୍ତ୍ରୀ କ୍ଷିପ୍ରା ନଦୀରେ ୮୬୦ କୋଟିରୁ ଅଧିକ ଟଙ୍କାରେ ହେବାକୁ ଥିବା ଘାଟର ଶିଳାନ୍ୟାସ କରିବେ ଏହା ଉଜ୍ଜୈନରେ ୨୦୨୮ରେ ହେବାକୁ ଥିବା ସିଂହସ୍ଥ ମହାକୁମ୍ଭ ପାଇଁ ପ୍ରସ୍ତୁତ କରାଯାଉଛି

ଅଞ୍ଚଳର ଶେଷ ସୀମା ପର୍ଯ୍ୟନ୍ତ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ଦାତିଆ ସାତନା ବିମାନବନ୍ଦରର ଉଦଘାଟନ କରିବେ ଏହା ବିନ୍ଧ୍ୟ ଅଞ୍ଚଳରେ ଉଦ୍ୟୋଗ, ପର୍ଯ୍ୟଟନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବାରେ ସହାୟତ ହୋଇପାରିବ

ସହରାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଇନେ୍ଦାର ମେଟ୍ରୋର ୟେଲୋ ଲାଇନର ସୁପର ପ୍ରାୟୋରିଟି କରିଡରରେ ଯାତ୍ରୀସେବାର ଉଦଘାଟନ କରିବେ ଏହାଦ୍ୱାରା ଯାତାୟାତ ଭିଡ଼ ପ୍ରଦୂଷଣ ହ୍ରାସ ପାଇବା ସହ ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରାର ସୁବିଧା ମିଳିପାରିବ

ପ୍ରଧାନମନ୍ତ୍ରୀ ୧୨୭୧ ଅଟଳ ଗ୍ରାମ ସୁଶାସନ ଭବନର ନିର୍ମାଣ ଉପଲକ୍ଷେ ପ୍ରଥମ କିସ୍ତିରେ ୪୮୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିବେ ଏହି ଭବନ ଗ୍ରାମ ପଞ୍ଚାୟତକୁ ସ୍ଥାୟୀ ମୌଳିକ ଭିତ୍ତିଭୂମି ପ୍ରଦାନ କରିବ ଏବଂ ଏଠାରେ ପ୍ରଶାସନିକ କାର୍ଯ୍ୟର ପରିଚାଳନା, ବୈଠକ ଆଦି ଆୟୋଜନ କରିବାକୁ ଏବଂ ତଥ୍ୟଗୁଡ଼ିକୁ କୁଶଳତାର ସହ ସଂରକ୍ଷଣ କରି ରଖିବାର ସୁବିଧା ମିଳିପାରିବ

SR


(Release ID: 2132941)