ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ଚାରି -ଲେନ୍ ବିଶିଷ୍ଟ ବଡ଼ଭେଲ -ନେଲୋର ରାଜପଥର ଡିବିଏଫଓଟି ମୋଡରେ ବିକାଶକୁ କ୍ୟାବିନେଟ ମଞ୍ଜୁରୀ
ଆନ୍ଧ୍ରପ୍ରଦେଶର ଜାତୀୟ ରାଜପଥ ଏନଏଚ୍ - ୬୭ ର ବଡ଼ଭେଲ - ଗୋପଭରମ ଗ୍ରାମରୁ ଏନଏଚ୍ - ୧୬ ର ଗୁରୁବିନ୍ଦପୁଡି ପର୍ଯ୍ୟନ୍ତ ୪-ଲେନ ବିଶିଷ୍ଟ ବଡ଼ଭେଲ -ନେଲୋର ରାଜପଥର ଡିଜାଇନ୍- ନିର୍ମାଣ- ଅର୍ଥ- ପରିଚାଳନା-ସ୍ଥାନାନ୍ତର (ଡିବିଏଫଓଟି) ମୋଡରେ ବିକାଶକୁ କ୍ୟାବିନେଟ ମଞ୍ଜୁରୀ
ମୋଟ ୧୦୮.୧୩୪ କିଲୋମିଟର ଲମ୍ବ ପାଇଁ ମୋଟ ପୁଞ୍ଜି ମୂଲ୍ୟ ୩୬୫୩.୧୦ କୋଟି ଟଙ୍କା
Posted On:
28 MAY 2025 3:17PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଆନ୍ଧ୍ର ପ୍ରଦେଶରେ ଡିଜାଇନ୍- ନିର୍ମାଣ- ଅର୍ଥ-ପରିଚାଳନା- ସ୍ଥାନାନ୍ତର (ଡିବିଏଫଓଟି) ମୋଡ୍ରେ ଏନଏଚ୍ - ୬୭ ରେ ୩୬୫୩.୧୦ କୋଟି ଟଙ୍କା ବ୍ୟୟରେ ୧୦୮.୧୩୪ କିଲୋମିଟର ଦୂରତା ବିଶିଷ୍ଟ ୪ - ଲେନ୍ ର ବଡ଼ଭେଲ - ନେଲୋର କରିଡର ନିର୍ମାଣକୁ ଅନୁମୋଦନ କରିଛନ୍ତି।
ଅନୁମୋଦିତ ବଡ଼ଭେଲ -ନେଲୋର କରିଡର ଆନ୍ଧ୍ରପ୍ରଦେଶର ତିନୋଟି ଶିଳ୍ପ କରିଡରରେ ଗୁରୁତ୍ୱପୂର୍ଣ୍ଣ ନୋଡଗୁଡ଼ିକୁ ସଂଯୋଗ ପ୍ରଦାନ କରିବ, ସେସବୁ ମଧ୍ୟରେ ରହିଛି, ବିଶାଖାପଟନମ୍ - ଚେନ୍ନାଇ ଶିଳ୍ପ କରିଡର (ଭିସିଆଇସି)ରେ କୋପ୍ପାର୍ଥି ନୋଡ୍, ହାଇଦ୍ରାବାଦ - ବେଙ୍ଗାଲୁରୁ ଶିଳ୍ପ କରିଡର (ଏଚବିଆଇସି)ରେ ଓରଭାକାଲ ନୋଡ୍ ଏବଂ ଚେନ୍ନାଇ - ବେଙ୍ଗାଲୁରୁ ଶିଳ୍ପ କରିଡର (ସିବିଆଇସି)ରେ କୃଷ୍ଣପାଟନମ୍ ନୋଡ୍। ଏହା ଦେଶର ଲଜିଷ୍ଟିକ୍ ପ୍ରଦର୍ଶନ ସୂଚକାଙ୍କ (ଏଲପିଆଇ) ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇବ।
ବଡ଼ଭେଲ୍ ନେଲୋର କରିଡର ୱାଇଏସଆର୍ କଡପା ଜିଲ୍ଲାରେ ପୂର୍ବରୁ ରହିଥିବା ଜାତୀୟ ରାଜପଥ ଏନଏଚ୍ - ୬୭ ର ଗୋପଭରମ୍ ଗ୍ରାମରୁ ଆରମ୍ଭ ହୋଇ ଆନ୍ଧ୍ରପ୍ରଦେଶର ଏସପିଏସଆର୍ ନେଲୋର ଜିଲ୍ଲାର ଏନଏଚ୍ - ୧୬ (ଚେନ୍ନାଇ- କୋଲକାତା) ରେ କୃଷ୍ଣପାଟନମ୍ ବନ୍ଦର ଜଙ୍କସନ୍ରେ ଶେଷ ହେବ ଏବଂ ଏହା କୃଷ୍ଣପାଟନମ୍ ବନ୍ଦରକୁ ରଣନୈତିକ ସଂଯୋଗ ପ୍ରଦାନ କରିବ ଯାହାକୁ ଚେନ୍ନାଇ - ବେଙ୍ଗାଲୁରୁ ଶିଳ୍ପ କରିଡର (ସିବିଆଇସି) ଅଧୀନରେ ଏକ ପ୍ରାଥମିକତା ନୋଡ୍ ଭାବରେ ଚିହ୍ନଟ କରାଯାଇଛି।
ପ୍ରସ୍ତାବିତ କରିଡର ଦ୍ୱାରା କୃଷ୍ଣପାଟନମ୍ ବନ୍ଦରକୁ ଯାତ୍ରା ଦୂରତା ବର୍ତ୍ତମାନର ବଡ଼ଭେଲ୍ - ନେଲୋର ରାସ୍ତାର ଦୂରତା ୧୪୨ କିଲୋମିଟରରୁ ୩୩.୯ କିଲୋମିଟର କମ୍ ହୋଇ ୧୦୮. ୧୩ କିଲୋମିଟରକୁ ହୋଇଯିବ। ଏହା ଯାତ୍ରା ସମୟକୁ ଗୋଟିଏ ଘଣ୍ଟା ହ୍ରାସ କରିବ ଏବଂ ଇନ୍ଧନ ଖର୍ଚ୍ଚ ହ୍ରାସ କରି ଯଥେଷ୍ଟ ଲାଭ ହାସଲ କରିବା ସୁନିଶ୍ଚିତ କରିବ, ଯାହା ଦ୍ଵାରା କାର୍ବନ ଫୁଟ ପ୍ରିଣ୍ଟ ଏବଂ ଯାନବାହାନ ପରିଚାଳନା ଖର୍ଚ୍ଚ (ଭିଓସି) ହ୍ରାସ ପାଇବ। ପ୍ରକଳ୍ପ ଆଲାଇନମେଣ୍ଟ ଏବଂ ସୂଚକାଙ୍କ ମାନଚିତ୍ରର ବିବରଣୀ ଅନୁଲଗ୍ନକ – ୧ ଆକାରରେ ସଂଲଗ୍ନ କରାଯାଇଛି।
୧୦୮.୧୩୪ କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ପ୍ରାୟ ୨୦ ଲକ୍ଷ ମାନବ ଦିବସ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୨୩ ଲକ୍ଷ ମାନବ ଦିବସ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ। ପ୍ରସ୍ତାବିତ କରିଡର ନିକଟରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ହେତୁ ଏହି ପ୍ରକଳ୍ପ ଅତିରିକ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।
ଅନୁଲଗ୍ନକ - ୧
ପ୍ରକଳ୍ପ ଆଲାଇନମେଣ୍ଟ ଏବଂ ଇଣ୍ଡେକ୍ସ ମ୍ୟାପ୍ ର ବିବରଣୀ:
ଚିତ୍ର ୧: ପ୍ରସ୍ତାବିତ କରିଡରର ସୂଚୀ ମାନଚିତ୍ର
ଚିତ୍ର ୨: ପ୍ରକଳ୍ପର ବିସ୍ତୃତ ସଂରଚନା
*****
SSP
(Release ID: 2132177)
Read this release in:
English
,
Urdu
,
Marathi
,
Hindi
,
Nepali
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam