ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ମେ ୨୬ ଓ ୨୭ରେ ଗୁଜରାଟ ଗସ୍ତରେ ଯିବେ
ପ୍ରଧାନମନ୍ତ୍ରୀ ଦାହୋଡ ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ଭୁଜ ଠାରେ ୫୩,୪୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ
ପ୍ରଧାନମନ୍ତ୍ରୀ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗଦେବେ
Posted On:
25 MAY 2025 9:14AM by PIB Bhubaneshwar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୬ ଓ ୨୭ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ଦାହୋଡ ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟରେ ଲୋକୋମୋଟିଭ ବିନିର୍ମାଣ ପ୍ଲାଣ୍ଟକୁ ଦେଶ ଉଦେ୍ଦଶ୍ୟରେ ଲୋକାର୍ପଣ କରିବେ ଏବଂ ଏକ ଇଲେକ୍ଟି୍ରକ ଲୋକୋଭୋଟିଭ (ଇଞ୍ଜିନ)କୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହାପରେ ସେ ଦାହୋଡ଼ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ଏଠାରେ ଏକ ଜନସମାରୋହକୁ ମଧ୍ୟ ସେ ସମ୍ବୋଧିତ କରିବେ ।
ପ୍ରଧାନମନ୍ତ୍ରୀ ଭୁଜ ଗସ୍ତରେ ଯିବେ ଏବଂ ଅପରାହ୍ଣ ପ୍ରାୟ ୪ଟା ବେଳେ ଭୁଜଠାରେ ୫୩,୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଠାରେ ଏକ ଜନସମାରୋହକୁ ମଧ୍ୟ ସେ ସମ୍ବୋଧିତ କରିବେ ।
ଏହାପରେ ମେ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଗସ୍ତରେ ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସେ ଗୁଜରାଟ ସହରାଞ୍ଚଳ ବିକାଶର ୨୦ତମ ବାର୍ଷିକୀ ସମାରୋହରେ ଯୋଗ ଦେବେ । ଏଥିସହ ସହରାଞ୍ଚଳ ବିକାଶ -୨୦୨୫ ର ଶୁଭାରମ୍ଭ କରିବେ । ଏହି ଅବସରରେ ସେ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ ।
ଯୋଗାଯୋଗକୁ ସୁଦୃଢ଼ କରିବାର ପ୍ରତିବଦ୍ଧତା ସ୍ୱରୂପ ଏବଂ ବିଶ୍ୱସ୍ତରୀୟ ଯାତାୟାତର ମୌଳିକ ଢାଞ୍ଚା ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଦାହୋଡ ଠାରେ ଭାରତୀୟ ରେଳବାଇର ଲୋକୋମୋଟିଭ ବିନିର୍ମାଣ ପ୍ଲାଣ୍ଟର ଉଦଘାଟନ କରିବେ । ଏହି ପ୍ଲାଣ୍ଟରେ ଘରୋଇ ବ୍ୟବହାର ଏବଂ ରପ୍ତାନି ସକାଶେ ୯୦୦୦ ଏଚପିର ଇଲେକ୍ଟ୍ରିକ ଲୋକୋମୋଟିଭ୍ ନିର୍ମାଣ କରାଯିବ । ପ୍ଲାଣ୍ଟରେ ନିର୍ମାଣ କରାଯାଇଥିବା ପ୍ରଥମ ଇଲେକ୍ଟ୍ରିକ ଲୋକୋମୋଟିଭର ମଧ୍ୟ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଇଞ୍ଜିନ ଭାରତୀୟ ରେଳବାଇର ମାଲ ପରିବହନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିବ । ଏହି ଇଞ୍ଜିନ ଗୁଡ଼ିକରେ ରିଜେନେରେଟିଭ୍ ବ୍ରେକିଙ୍ଗ ସିଷ୍ଟମ ରହିବ ଏବଂ କମ୍ ବିଦୁ୍ୟତ ଶକ୍ତି ଖର୍ଚ୍ଚ ପାଇଁ ଏହାର ଡିଜାଇନ ହୋଇଛି, ଯାହାକି ପରିବେଶ ସ୍ଥିରତା ଦିଗରେ ସହାୟକ ହୋଇପାରିବ ।
ପ୍ରଧାନମନ୍ତ୍ରୀ ଦାହୋଡ଼ଠାରେ ୨୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ରେଳବାଇ ପ୍ରକଳ୍ପ ଏବଂ ଗୁଜରାଟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ରହିଛି । ଭେରାଭାଲ ଏବଂ ଅହମ୍ମଦାବାଦ ମଧ୍ୟରେ ବନେ୍ଦଭାରତ ଏକ୍ସପ୍ରେସ ଏବଂ ଭଲସାଦ ଓ ଦାହୋଡ଼ ଷ୍ଟେସନ ମଧ୍ୟରେ ଏକ୍ସପ୍ରେସ୍ ଟ୍ରେନ ଚଳାଚଳର ସେ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ମଧ୍ୟ କାଟୋସାନ-କାଲୋଲ ମଧ୍ୟରେ ଗଜ ରୂପାନ୍ତରଣ ଏବଂ ଏଥିରେ ଏକ ମାଲବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ ଭୁଜଠାରେ ୫୩,୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଶକ୍ତି କ୍ଷେତ୍ରର ପ୍ରକଳ୍ପ ମଧ୍ୟରେ ଖାବଡ଼ା ଅକ୍ଷୟ ଶକ୍ତି ପାର୍କରୁ ଉତ୍ପାଦିତ ଅକ୍ଷୟ ଶକ୍ତିର ଟ୍ରାନ୍ସମିସନ ନେଟୱର୍କର ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ତାପିଠାରେ ଅଲଟ୍ରା ସୁପର କ୍ରିଟିକାଲ ଥର୍ମାଲ ପାୱାର ପ୍ଲାଣ୍ଟ ୟୁନିଟ ମଧ୍ୟ ଅନ୍ତର୍ଭୁକ୍ତ । ଏହା ମଧ୍ୟରେ କାଣ୍ଡଲା ବନ୍ଦରର ପ୍ରକଳ୍ପ ଏବଂ ଗୁଜରାଟ ସରକାରଙ୍କ ସଡ଼କ, ଜଳ ଓ ସୌର ପ୍ରକଳ୍ପ ଆଦି ରହିଛି ।
ଗୁଜରାଟରେ ‘ସହରାଞ୍ଚଳ ବିକାଶ ବର୍ଷ ୨୦୦୫’ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ପ୍ରମୁଖ ପଦକ୍ଷେପ । ଏହାର ଉଦେ୍ଦଶ୍ୟ ଥିଲା ଯୋଜନାବଦ୍ଧ ଭାବେ ମୌଳିକ ଭିତ୍ତିଭୂମି ପ୍ରତିଷ୍ଠା, ଉତ୍ତମ ପ୍ରଶାସନ ଏବଂ ସହରବାସୀଙ୍କ ପାଇଁ ଉନ୍ନତ ଜୀବନଶୈଳୀ ମାଧ୍ୟମରେ ସହରର କାୟାକଳ୍ପ ପ୍ରତିଷ୍ଠା କରିବା । ‘ସହରାଞ୍ଚଳ ବିକାଶ ବର୍ଷ ୨୦୦୫’ର ୨୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଗାନ୍ଧିନଗରଠାରେ ସହରାଞ୍ଚଳ ବିକାଶ ବର୍ଷ ୨୦୨୫, ଗୁଜରାଟର ସହରାଞ୍ଚଳ ବିକାଶ ଯୋଜନା ଏବଂ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟ ଏବଂ ଜଳଯୋଗାଣ ସମ୍ବନ୍ଧିତ ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ପିଏମ୍ଏୱାଇ ଅଧୀନରେ ୨୨,୦୦୦ ରୁ ଅଧିକ ଘର ମଧ୍ୟ ଲୋକାର୍ପଣ କରିବେ । ସେ ମଧ୍ୟ ସ୍ୱର୍ଣ୍ଣିମ ଜୟନ୍ତୀ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଗୁଜରାଟର ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପାଇଁ ୩,୩୦୦ କୋଟି ଟଙ୍କା ପ୍ରଦାନ କରିବେ ।
SR
(Release ID: 2131232)
Read this release in:
Telugu
,
Assamese
,
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Kannada
,
Malayalam