ଆୟୁଷ
azadi ka amrit mahotsav

ପ୍ରମୁଖ ଯୋଗ ସଂସ୍ଥାନଗୁଡିକୁ ନେଇ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେ ‘ଯୋଗ ଅନପ୍ଲକଡ’ କାର୍ଯ୍ୟକ୍ରମ

Posted On: 17 MAY 2025 11:15AM by PIB Bhubaneshwar

 

ଆନ୍ତର୍ଜାତିକ ଯୋଗ ଦିବସ ୨୦୨୫ ଉପଲକ୍ଷେଯୋଗ ଅନପ୍ଲକଡ କାର୍ଯ୍ୟକ୍ରମରେ ଦେଶର ପ୍ରମୁଖ ଯୋଗ ସଂସ୍ଥାନଗୁଡିକ ଯୋଗଦାନ କରିବେ ଏହି କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱର ସବୁଠାରୁ ପ୍ରମୁଖ ଯୋଗ ସଂସ୍ଥା କୈବଲ୍ୟ ଧାମ ଯୁବକମାନଙ୍କ ଲାଗି କିଛି କାର୍ଯ୍ୟକ୍ରମ ଆରମ୍ଭ କରିଛି ଯୋଗ ଫର ୟଙ୍ଗ ମାଇଣ୍ଡସ ହେଉଛି ଏମିତି ଏକ କ୍ୟାମ୍ପେନ ଯେଉଁଥିରେ ଅନଲାଇନ ମାଧ୍ୟମରେ କମନ ଯୋଗ ପ୍ରୋଟୋକଲ ଉପରେ ତାଲିମ ମିଳୁଛି ସାରା ଦେଶର ବିଦ୍ୟାର୍ଥୀ ଯୁବ ନେତୃତ୍ୱଙ୍କୁ ସୁବିଧାରେ ଯୋଗ ଜ୍ଞାନ ପହଂଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ଅନଲାଇନ ଭର୍ଚୁଆଲ ଗ୍ଲୋବାଲ ସମିଟରେ ଯୋଗିନାର ମାଧ୍ୟମରେ ନିଜକୁ ଯୋଡିବାକୁ କୈବଲ୍ୟ ଧାମ ଲକ୍ଷ୍ୟ ରଖିଛି ଚଳିତବର୍ଷର ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକମାନଙ୍କୁ ଯୋଡିବାକୁ ନିଷ୍ପତି ନିଆଯାଇଛି

୧୯୨୪ରେ ସ୍ୱାମୀ କୁବଳୟାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏହି କୈବଲ୍ୟଧାମ ମହର୍ଷି ପତଞ୍ଜଳି କୃତ ଯୋଗସୂତ୍ର ଅନୁସାରେ କାର୍ଯ୍ୟ ସମ୍ପାଦିତ କରିଥାଏ ଏହି ଅନୁଷ୍ଠାନ ଯୋଗ ସହ ବିଜ୍ଞାନକୁ ସଂଯୋଗ କରି ଏକ ନୂଆ ଦିଗ ଦେଖାଇପାରିଛି ତେବେଯୋଗ ଅନପ୍ଲକଡ କାର୍ଯ୍ୟକ୍ରମରେ ଏହି ସଂସ୍ଥା ଅଂଶଗ୍ରହଣ କରୁଥିବାରୁ ଏହି ବହୁ ଗୁରୁତ୍ୱ ବହନ କରୁଛି କୈବଲ୍ୟଧାମ ଛଡା ଦେଶର ଅନ୍ୟ ଯୋଗ ସଂସ୍ଥାନ ବି ଆଗାମୀ ଦିନରେଯୋଗ ଅନପ୍ଲକଡ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି

ଆନ୍ତର୍ଜାତିକ ଯୋଗ ଦିବସର ୧୧ତମ ସଂସ୍କରଣ ପାଇଁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ୧୦ଟି ବଡ ବଡ କାର୍ଯ୍ୟକ୍ରମ ସମ୍ପାଦିତ ହେବାର ରହିଛି

ଏକ ଲକ୍ଷ ସ୍ଥାନରେ ଯୋଗ ସଙ୍ଗମ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ ପ୍ରଦର୍ଶନ ହେବାର ରହିଛି ଭାରତ ତାର ସହଯୋଗୀ ରାଷ୍ଟ୍ର ଭିତରେ ଯୋଗ ବନ୍ଧନ କାର୍ଯ୍ୟକ୍ରମ ମାଧ୍ୟମରେ ଭାବ ବିନିମୟ ବି ହେବାର ରହିଛି ଦୀର୍ଘମିଆଦୀ ସୂତ୍ରରେ ଯୋଗ ପାର୍କ କାର୍ଯ୍ୟକ୍ରମ ମାଧ୍ୟମରେ ସମର୍ପିତ ସ୍ଥାନ ନିରୂପଣ କରିବାର ବ୍ୟବସ୍ଥା ରହିଛି ଶିଶୁ, ବରିଷ୍ଠ, ଭିନ୍ନକ୍ଷମ, ଆର୍ଥିକ ଅନଗ୍ରସରଙ୍କ ପାଇଁ ଯୋଗ ସମାବେଶ ବି ହେବ ଯୋଗ ପ୍ରଭାବ କାର୍ଯ୍ୟକ୍ରମରେ ଜନତାଙ୍କ ସ୍ୱାସ୍ଥ୍ୟ ଉପରେ ଯୋଗର ପ୍ରଭାବ ଉପରେ ଗବେଷଣା ହେବ ଲବ୍ଧ ପ୍ରତିଷ୍ଠ ଏକ୍ସପର୍ଟ ସ୍ୱାସ୍ଥକର୍ମୀଙ୍କୁ ନେଇ ଯୋଗ କନେକ୍ଟ ମାଧ୍ୟମରେ ଭର୍ଚୁଆଲ ମୋଡରେ ଗ୍ଲୋବାଲ ସମିଟ ବି ହେବାର ରହିଛି ହରିତ ଯୋଗ ମାଧ୍ୟମରେ ଯୋଗ ସହ ବୃକ୍ଷରୋପଣ ପରିବେଶ ସଫେଇ ବି କରାଯିବାର ରହିଛି ପରବର୍ତୀ ପିଢି ଯୋଗକୁ ଆପଣେଇବାକୁ ଯୋଗ ଅନପ୍ଲକଡ କାର୍ଯ୍ୟକ୍ରମ କରାଯିବ ୧୦ଟି ବଛା ବଛା ସହରରେ ଯୋଗ ମହାକୁମ୍ଭ କାର୍ଯ୍ୟକ୍ରମ ମାଧ୍ୟମରେ ସପ୍ତାହେ ବ୍ୟାପି ଯୋଗ ଉତ୍ସବ ହେବ ସାମ ଯୋଗ କାର୍ଯ୍ୟକ୍ରମରେ ଆଧୁନିକ ସ୍ୱାସ୍ଥ୍ୟ ଉପକରଣ ସହ ଶହେ ଦିନିଆ କ୍ୟାମ୍ପେନ

ତେବେ ଏପ୍ରକାର କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ସାରା ବିଶ୍ୱ ଦେଶର ଭିନ୍ନ ଭିନ୍ନ ସଂସ୍ଥା, ଅନୁଷ୍ଠାନ କମ୍ୟୁନିଟି ଯୋଗ ଦେବାକୁ ଆୟୂଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଆସନ୍ତା ଜୁନ ୨୧ରେ ପଡୁଥିବା ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଯୋଗ କରି ଏକ ରୂପାନ୍ତରିତ ଶକ୍ତିକୁ ଆପଣେଇବାକୁ ସମ୍ପୃକ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

PBD


(Release ID: 2129369)