ଉପରାଷ୍ଟ୍ରପତିଙ୍କ ସଚିବାଳୟ
azadi ka amrit mahotsav

ମଇ ୧୫ରେ ଉପରାଷ୍ଟ୍ରପତି ଜୟପୁର (ରାଜସ୍ଥାନ) ଗସ୍ତ କରିବେ


ଉପରାଷ୍ଟ୍ରପତି ଭୈରନ ସିଂ ଶେଖାୱାତ ଜୟପୁରରେ ମେମୋରିଆଲ ଲାଇବ୍ରେରୀ ଉଦଘାଟନ କରିବେ

Posted On: 14 MAY 2025 12:41PM by PIB Bhubaneshwar

ଦିନିକିଆ ରାଜସ୍ଥାନ ଜୟପୁର ଗସ୍ତରେ ଯିବେ ଉପ-ରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖର ଏବଂ ଶ୍ରୀମତୀ ଡକ୍ଟର ସୁଦେଶ ଧନଖର । ଏହି ଗସ୍ତ ସମୟରେ ଶ୍ରୀ ଧନଖର ଜୟପୁରରେ ଥିବା ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ପୁଣ୍ୟତିଥି ଅବସରରେ ଭୈରୋଁ ସିଂହ ଶେଖାୱତ ସ୍ମାରକୀ ପାଠାଗାରର ଉଦଘାଟନ କରିବେ। ଶ୍ରୀ ଭୈରୋଁ ସିଂହ ଶେଖାୱତ ଅଗଷ୍ଟ ୧୯ ୨୦୦ ୨ ରୁ ୨୧ ଜୁଲାଇ ୨୦୦୭ ପର୍ଯ୍ୟନ୍ତ ଭାରତର ୧୧ତମ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ପଦାଧିକାରୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଶ୍ରୀ ଭୈରୋଁ ସିଂହ ଶେଖାୱତ ୧୯୫୨ ମସିହାରେ ରାଜସ୍ଥାନ ବିଧାନସଭାର ସଦସ୍ୟ ଭାବରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ଏବଂ ପରେ ତିନି  ତିନି ଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଶ୍ରୀ ଭୈରୋଁ ସିଂହ ଶେଖାୱତଙ୍କ ୧୫ ତମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବେ ଉପ-ରାଷ୍ଟ୍ରପତି ଜଗଦୀପ ଧନଖର । ବିଦ୍ୟାଧର ନଗର ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଜୟପୁର ଯିବେ। ଏହି ଅବସରରେ, ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା, ସାଂସଦ ଶ୍ରୀ ମଦନ ରାଠୋର ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେବେ।

 

sws

 

 

 


(Release ID: 2128679)