ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ଶିବାନନ୍ଦ ବାବାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
Posted On:
04 MAY 2025 10:58AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କାଶୀର ବାସିନ୍ଦା ତଥା ଯୋଗ ସାଧକ ଶ୍ରୀ ଶିବାନନ୍ଦ ବାବାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି:
“ଯୋଗ ସାଧକ ତଥା କାଶୀ ନିବାସୀ ଶିବାନନ୍ଦ ବାବାଜୀଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ଯୋଗ ଏବଂ ସାଧନା ପ୍ରତି ସମର୍ପିତ ତାଙ୍କ ଜୀବନ ଦେଶର ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେଇ ଚାଲିଥିବ । ଯୋଗ ଜରିଆରେ ସମାଜର ସେବା କରୁଥିବାରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଶିବାନନ୍ଦ ବାବାଙ୍କ ଶିବଲୋକ ପ୍ରୟାଣ ସମସ୍ତ କାଶୀବାସୀ ଏବଂ ତାଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇଥିବା ଅନୁଗାମୀଙ୍କ ପାଇଁ ଅପୂରଣୀୟ କ୍ଷତି । ଏହି ଦୁଃଖର ସମୟରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ।”
SR
(Release ID: 2126906)
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam