ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ କୋଲକାତା ଅଗ୍ନିକାଣ୍ଡରେ ଲୋକଙ୍କ ପ୍ରାଣହାନି ପାଇଁ ଦୁଃଖ ପ୍ରକାଶ କଲେ
ପିଏମଏନଆରଏଫରୁ ଅନୁକମ୍ପା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
Posted On:
30 APR 2025 9:34AM by PIB Bhubaneshwar
କୋଲକାତାରେ ଅଗ୍ନିକାଣ୍ଡରେ ଲୋକଙ୍କ ମୃତୁ୍ୟ ଘଟଣାରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:
“କୋଲକାତାରେ ଅଗ୍ନିକାଣ୍ଡରେ ଲୋକଙ୍କ ପ୍ରାଣହାନି ଘଟଣାରେ ଗଭୀର ଦୁଃଖିତ । ପରିଜନଙ୍କୁ ହରାଇଥିବା ଲୋକଙ୍କୁ ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।
ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ @narendramodi”
SR
(Release ID: 2125438)
Visitor Counter : 5
Read this release in:
English
,
Urdu
,
Marathi
,
Hindi
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam