ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୨୧ ଅପ୍ରେଲରେ ସିଭିଲ ସର୍ଭିସେସ୍ ଦିବସରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ



ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରିବେ ପିଏମ୍

Posted On: 19 APR 2025 1:16PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ତମ ସିଭିଲ ସର୍ଭିସେସ୍ ଦିବସ ଅବସରରେ, ଅପ୍ରେଲ ୨୧ ତାରିଖ ଦିନ ପ୍ରାୟ ୧୧ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ସମ୍ବୋଧିତ କରିବେ ସେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ମଧ୍ୟ ପ୍ରଦାନ କରିବେ

ପ୍ରଧାନମନ୍ତ୍ରୀ ସର୍ବଦା ସମଗ୍ର ଭାରତର ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ନାଗରିକଙ୍କ ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା, ଜନ ସେବା ପ୍ରତି ପ୍ରତିବଦ୍ଧ ହେବା ଏବଂ ନିଜ କାର୍ଯ୍ୟରେ ଉତ୍କର୍ଷତା ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଆସିଛନ୍ତି ଚଳିତ ବର୍ଷ, ପ୍ରଧାନମନ୍ତ୍ରୀ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଜିଲ୍ଲାଗୁଡିକର ସବିଶେଷ ବିକାଶ, ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଏବଂ ନବାଚାର ବର୍ଗରେ ୧୬ଟି ପୁରସ୍କାର ପ୍ରଦାନ କରିବେ ଏହା ମାଧ୍ୟମରେ ସାଧାରଣ ନାଗରିକଙ୍କ କଲ୍ୟାଣ ନିମନ୍ତେ କରାଯାଇଥିବା କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରାଯିବ

 

SR


(Release ID: 2122965)