ପୋଷ୍ଟ କରାଯିବା ଦିନାଙ୍କ:
10 APR 2025 3:30PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାବୀର ଜୟନ୍ତୀ ଅବସରରେ ଭଗବାନ ମହାବୀରଙ୍କ କାଳଜୟୀ ଶିକ୍ଷାକୁ ସ୍ମରଣ କରିଛନ୍ତି ତଥା ନିଜ ଜୀବନରେ ତାଙ୍କ ଶିକ୍ଷାର ଗଭୀର ପ୍ରଭାବକୁ ମନେ ପକାଇଛନ୍ତି ।
ଏକ୍ସରେ ମୋଦି ଆର୍କାଇଭ୍ର ଏକ ପୋଷ୍ଟରେ ଭଗବାନ ମହାବୀରଙ୍କ ଶିକ୍ଷା ଏବଂ ଜୈନ ସମ୍ପ୍ରଦାୟ ସହିତ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘକାଳୀନ ଆଧ୍ୟାତ୍ମିକ ସମ୍ବନ୍ଧ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ।
ମୋଦି ଆର୍କାଇଭର ଏକ୍ସ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଭଗବାନ ମହାବୀରଙ୍କ ଆଦର୍ଶ ଅଗଣିତ ଲୋକଙ୍କୁ ପ୍ରେରିତ କରିଛି, ସେମାନଙ୍କ ମଧ୍ୟରେ ମୁଁ ମଧ୍ୟ ରହିଛି । ତାଙ୍କ ଚିନ୍ତାଧାରା ଏକ ଶାନ୍ତିପୂର୍ଣ୍ଣ ଏବଂ କରୁଣାମୟ ବିଶ୍ୱ ନିର୍ମାଣ କରିବାର ପଥ ଦେଖାଇଥାଏ ।”
SR