ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀଲଙ୍କାରେ ତାମିଲ ସମ୍ପ୍ରଦାୟର ନେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
Posted On:
05 APR 2025 9:49PM by PIB Bhubaneshwar
ଆଜି କଲମ୍ବୋରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ସେ ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକରେ ଶୋକ ପ୍ରକଟ କରିଥିଲେ ।
ଏକ୍ସ ର ଏକ ସ୍ୱତନ୍ତ୍ର ପୋଷ୍ଟରେ ସେ ଲେଖିଛନ୍ତି:
“ଶ୍ରୀଲଙ୍କାର ତାମିଲ ସମ୍ପ୍ରଦାୟର ନେତାମାନଙ୍କୁ ଭେଟିବା ସର୍ବଦା ଖୁସି ଦେଇଥାଏ । ସମ୍ମାନାଷ୍ପଦ ତାମିଲ ନେତା ଥିରୁ ଆର.ସମ୍ପନ୍ଥନ ଏବଂ ଥିରୁ ମାଭାଇ ସେନାଥିରାଜଙ୍କ ପରଲୋକ ପାଇଁ ସମବେଦନା ଜଣାଇଲି । ଉଭୟଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ଥିଲା । ଅଖଣ୍ଡ ଶ୍ରୀଲଙ୍କା ମଧ୍ୟରେ ତାମିଲ ସମ୍ପ୍ରଦାୟ ଲୋକଙ୍କ ସମାନତାର ଜୀବନ, ଗାରିମା ଓ ନ୍ୟାୟ ସକାଶେ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଲି । ମୋ ଗସ୍ତ ସମୟରେ ଶୁଭାରମ୍ଭ ହୋଇଥିବା ଅନେକ ପ୍ରକଳ୍ପ ଓ ପଦକ୍ଷେପ ସେମାନଙ୍କ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶରେ ଅବଦାନ ରଖିବ ।”
SR
(Release ID: 2119450)
Visitor Counter : 11
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam