ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଷ୍ଟ୍ରର ନାନେ୍ଦଡଠାରେ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ



ପ୍ରଧାନମନ୍ତ୍ରୀଙ୍କ ପିଏମଏନଆରଏଫ ରୁ ଅନୁକମ୍ପା ସହାୟତା ଘୋଷଣା

ପୋଷ୍ଟ କରାଯିବା ଦିନାଙ୍କ: 04 APR 2025 3:21PM by PIB Bhubaneswar

 

ମହାରାଷ୍ଟ୍ରର ନାନେ୍ଦଡଠାରେ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଃଖ ପ୍ରକାଶ କରିଛନ୍ତି । ସେ ପିଏମଏନଆରଏଫରୁ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ପ୍ରତି ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯର୍୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ କୁହାଯାଇଛି:

“ମହାରାଷ୍ଟ୍ରର ନାନେ୍ଦଡ଼ଠାରେ ଦୁର୍ଘଟଣାରେ ଜୀବନହାନି ପାଇଁ ଗଭୀର ଦୁଃଖିତ । ନିକଟ ସମ୍ପର୍କୀୟ ଓ ପରିଜନଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ମୋର ଗଭୀର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସ୍ଥାନୀୟ ପ୍ରଶାସନ ପୀଡ଼ିତମାନଙ୍କୁ ଯଥାସମ୍ଭବ ସହାୟତା କରୁଛି ।

ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ରାଶି ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ @narendramodi ।”

SR


(ରିଲିଜ ଆଡି: 2118986) ପରିଦର୍ଶକ କାଉଣ୍ଟର : 36