ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଂସଦର ଉଭୟ ଗୃହରେ ୱାକଫ୍ ବିଲ୍ ଗୃହୀତ ହେବା ଏକ ଐତିହାସିକ ମୁହୂର୍ତ୍ତ: ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 APR 2025 8:19AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦର ଉଭୟ ଗୃହ ଦ୍ୱାର ୱାକଫ (ସଂଶୋଧନ) ବିଲ୍ ଏବଂ ମୁସଲମାନ ୱାକଫ୍ (ରଦ୍ଦ) ବିଲ୍ ଗୃହୀତ ହେବାକୁ ପ୍ରଶଂସା କରିଛନ୍ତି । ଏହା ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆମର ସାମୂହିକ ପ୍ରୟାସରେ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ ।
ଏକ୍ସରେ ଏକ ଥ୍ରେଡ୍ ପୋଷ୍ଟରେ ସେ ଲେଖିଛନ୍ତି:
“ସଂସଦର ଉଭୟ ଗୃହ ଦ୍ୱାରା ୱାକଫ (ସଂଶୋଧନ) ବିଲ୍ ଏବଂ ମୁସଲମାନ ୱାକଫ (ରଦ୍ଦ) ବିଲ୍ ଗୃହୀତ ହେବା ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଆମର ସାମୂହିକ ପ୍ରୟାସରେ ଏକ ଯୁଗାନ୍ତକାରୀ ମୁହୂର୍ତ୍ତ । ଏହା ବିଶେଷ ଭାବରେ ସେମାନଙ୍କୁ ସାହାଯ୍ୟ କରିବ ଯେଉଁମାନେ ଦୀର୍ଘ ଦିନ ଧରି ଉପେକ୍ଷିିତ ରହି ଆସୁଥିଲେ ଏବଂ ସେମାନଙ୍କୁ ଉଭୟ ସ୍ୱର ଏବଂ ସୁଯୋଗରୁ ବଞ୍ଚିତ ରଖାଯାଇଥିଲା ।”
“ସଂସଦୀୟ ଏବଂ କମିଟି ଆଲୋଚନାରେ ଅଂଶଗ୍ରହଣ କରିଥିବା, ସେମାନଙ୍କର ଦୃଷ୍ଟିକୋଣ ପ୍ରକାଶ କରିଥିବା ଏବଂ ଏହି ଆଇନଗୁଡିକୁ ସୁଦୃଢ଼ କରିବାରେ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା । ସଂସଦୀୟ କମିଟିକୁ ସେମାନଙ୍କର ମୂଲ୍ୟବାନ ମତାମତ ପଠାଇଥିବା ଅଗଣିତ ଲୋକଙ୍କୁ ମଧ୍ୟ ବିଶେଷ ଧନ୍ୟବାଦ । ପୁଣି ଥରେ, ବ୍ୟାପକ ବିତର୍କ ଏବଂ ଆଲୋଚନାର ଗୁରୁତ୍ୱ ପୁନଃସ୍ଥାପିତ ହୋଇଛି ।”
“ଦଶନ୍ଧି ଧରି, ୱାକଫ୍ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଅଭାବ ରହିଥିଲା । ଏହା ବିଶେଷକରି ମୁସଲମାନ ମହିଳା, ଗରିବ ମୁସଲମାନ ଓ ପସମାନ୍ଦା ମୁସଲମାନଙ୍କ ସ୍ୱାର୍ଥରେ ବାଧା ସୃଷ୍ଟି କରୁଥିଲା । ସଂସଦ ଦ୍ୱାରା ଗୃହୀତ ଆଇନଗୁଡିକ ସ୍ୱଚ୍ଛତାକୁ ବୃଦ୍ଧି କରିବ ଏବଂ ଲୋକଙ୍କ ଅଧିକାରକୁ ମଧ୍ୟ ସୁରକ୍ଷା ଦେବ ।”
“ଆମେ ଏବେ ଏପରି ଏକ ଯୁଗରେ ପ୍ରବେଶ କରିବୁ ଯେଉଁଠାରେ ବ୍ୟବସ୍ଥା ଅଧିକ ଆଧୁନିକ ଏବଂ ସାମାଜିକ ନ୍ୟାୟ ପ୍ରତି ସମ୍ବେଦନଶୀଳ ହେବ । ବ୍ୟାପକ ରୂପରେ, ଆମେ ପ୍ରତ୍ୟେକ ନାଗରିକଙ୍କ ମର୍ଯ୍ୟାଦାକୁ ପ୍ରାଥମିକତା ଦେବା ପାଇଁ ପ୍ରତିବଦ୍ଧ । ଏହିପରି ଆମେ ଏକ ଶକ୍ତିଶାଳୀ, ଅଧିକ ସମାବେଶୀ ଏବଂ ଅଧିକ ସହାନୁଭୂତିପୂର୍ଣ୍ଣ ଭାରତ ନିର୍ମାଣ କରିପାରିବୁ ।”
SR
(ରିଲିଜ ଆଡି: 2118652)
ପରିଦର୍ଶକ କାଉଣ୍ଟର : 48
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam