ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାତୀୟ ଶିକ୍ଷା ନୀତି ୨୦୨୦ ଭାରତର ବୌଦ୍ଧିକ ପୁନର୍ଜାଗରଣ ବୋଲି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ଯାହା ଶିକ୍ଷା ଏବଂ ନବାଚାର ମାଧ୍ୟମରେ ବୈଶ୍ୱିକ ପ୍ରତିଦ୍ୱନ୍ଦିତା ତଥା ଆତ୍ମନିର୍ଭର ରାଷ୍ଟ୍ର ପାଇଁ ପଥ ପ୍ରଶସ୍ତ କରୁଛି

ପୋଷ୍ଟ କରାଯିବା ଦିନାଙ୍କ: 02 APR 2025 12:42PM by PIB Bhubaneswar

ଗତ ଦଶନ୍ଧିରେ ଭାରତର ଶିକ୍ଷା କ୍ଷେତ୍ରରେ ହୋଇଥିବା ଐତିହାସିକ ପରିବର୍ତ୍ତନ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଶିକ୍ଷା ନୀତି ୨୦୨୦ (ଏନ୍‌ଇପି ୨୦୨୦)ର ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏହାକୁ ଭାରତର ବୌଦ୍ଧିକ ପୁନର୍ଜାଗରଣ ବୋଲି କହିଛନ୍ତି, ଯାହା ଶିକ୍ଷା ଏବଂ ନବାଚାର ମାଧ୍ୟମରେ ଏକ ଆତ୍ମନିର୍ଭର ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦିତା ରାଷ୍ଟ୍ର ପାଇଁ ପଥ ପ୍ରଶସ୍ତ କରୁଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କରାଯାଇଥିବା ଏକ ଏକ୍ସ ପୋଷ୍ଟର ଉତ୍ତର ଦେଇ ସେ କହିଛନ୍ତି:

“କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଦଶନ୍ଧିରେ ଭାରତର ଶିକ୍ଷା କ୍ଷେତ୍ରରେ ହୋଇଥିବା ଐତିହାସିକ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି । ଏନ୍‌ଇପି ୨୦୨୦ କେବଳ ଏକ ସଂସ୍କାର ନୁହେଁ; ଏହା ଭାରତର ବୌଦ୍ଧିକ ପୁନର୍ଜାଗରଣ, ଯାହା ଶିକ୍ଷା ଏବଂ ନବାଚାର ମାଧ୍ୟମରେ ଏକ ଆତ୍ମନିର୍ଭର ତଥା ବୈଶ୍ୱିକ ପ୍ରତିଦ୍ୱନ୍ଦିତା ରାଷ୍ଟ୍ର ପାଇଁ ପଥ ପ୍ରଶସ୍ତ କରୁଛି ।”

 

SR


(ରିଲିଜ ଆଡି: 2117935) ପରିଦର୍ଶକ କାଉଣ୍ଟର : 48