ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଅଲ ଇଣ୍ଡିଆ ରେଡିଓର ଆରାଧନା ଚ୍ୟାନେଲ ନବରାତ୍ରୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରିବ

Posted On: 28 MAR 2025 7:40PM by PIB Bhubaneshwar

 

ନବରାତ୍ରୀର ଶୁଭ ଅବସରରେ ଅଲ୍ ଇଣ୍ଡିଆ ରେଡିଓର ଆରାଧନା ୟୁଟ୍ୟୁବ୍ ଚ୍ୟାନେଲ୍ ୩୦ ମାର୍ଚ୍ଚରୁ ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନ କରିବାକୁ ଯାଉଛି, ଯାହାକି ନବରାତ୍ରୀର ପୁରା ମହୋତ୍ସବ ସମୟରେ ଶ୍ରୋତାମାନଙ୍କୁ ଏକ ଭକ୍ତି ଭାବର ଅନୁଭୂତି ପ୍ରଦାନ କରିବ

ପ୍ରତ୍ୟେକ ଦିନର ମହତ୍ତ୍ୱକୁ ସ୍ମୃତି ରଖିବା ପାଇଁ, ଚ୍ୟାନେଲ୍ ସକାଳ :୦୦ ରୁ ରାତି :୦୦ ପର୍ଯ୍ୟନ୍ତ ବିଶେଷ ଭାବେ ପ୍ରସ୍ତୁତ କରାଯିବା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବ ଏଥିରେ, ଶକ୍ତି ଆରାଧନାର ପ୍ରସାରଣ ପ୍ରତିଦିନ ସକାଳ ୮:୩୦ ମିନିଟ୍ ରୁ :୪୦ ମିନିଟ୍ ପର୍ଯ୍ୟନ୍ତ କରାଯିବ, ଯେଉଁଥିରେ ଦର୍ଶକଙ୍କ ନିକଟରେ ଈଶ୍ୱରୀୟ ସଦଦ୍ଭାବନାର ଉପସ୍ଥାପନା ଦିଆଯିବ

ଏହି ବିଶେଷ କାର୍ଯ୍ୟକ୍ରମର ଆକର୍ଷଣ ହେବ ଅନୁପ ଜାଲୋଟା, ନରିନ୍ଦର ଚଞ୍ଚଲ, ଜଗଜିତ୍ ସିଂ, ହରିୟମ୍ ଶରଣ, ମହେନ୍ଦ୍ର କପୁର ଏବଂ ଅନୁରାଧା ପାଉଡୱାଲଙ୍କ ପରି ପ୍ରସିଦ୍ଧ କଳାକାରଙ୍କ ଦ୍ୱାରା ଗାନ କରାଯାଇଥିବା ନବତ୍ରୀ ଭଜନଗୁଡିକ ଏହି ଉପସ୍ଥାପନାଗୁଡ଼ିକ ପ୍ରତିଦିନ ସନ୍ଧ୍ୟା :୦୦ ରୁ :୦୦ ପର୍ଯ୍ୟନ୍ତ ପରିବେଷଣ ହେବ |

ଭକ୍ତି ଅନୁଭୂତିକୁ ଆହୁରି ବଢାଇବା ପାଇଁ , ନବରାତ୍ରୀ ଉପରେ ପ୍ରେରଣାଦାୟକ କଥା ଶୁଣାଇବା ନିମନ୍ତେ ଅନନ୍ୟ ଶୃଙ୍ଖଳା ଦେବୀ ମାନଙ୍କର ଅନେକ ସ୍ୱରୂପ ମାନଙ୍କର ପ୍ରସାରଣ ପ୍ରତିଦିନ ସକାଳ :୦୦ ଟାରୁ :୩୦ ପର୍ଯ୍ୟନ୍ତ କରାଯିବ ଚ୍ୟାନେଲ୍ ଦେଶ ସାରା ବିଭିନ୍ନ ଶକ୍ତି ପୀଠମାନଙ୍କରେ ବିଶେଷ କାଯ୍ୟକ୍ରମ ପ୍ରସ୍ତୁତ କରିବ, ଯାହାଦ୍ୱାରା ଶ୍ରୋତାମାନଙ୍କୁ ଦେବୀ ଦୁର୍ଗାକୁ ସମର୍ପିତ ପବିତ୍ର ସ୍ଥାନମାନଙ୍କର ଘଟନାବଳୀ ବିଷୟରେ ସମସ୍ତ ସୂଚନା ମିଳିବ

ନବରାତ୍ରୀ ଉତ୍ସବର ଶ୍ରୀ ରାମ ଜନ୍ମଭୂମି ମନ୍ଦିର, ଅୟୋଧ୍ୟାରୁ ସିଧା ରାମ ଜନ୍ମୋତ୍ସବ ଉପରେ ଭବ୍ୟ ଲାଇଭ୍ କାର୍ଯ୍ୟକ୍ରମ ସହିତ ଶେଷ ହେବ ଏହାର ବିଶେଷ ପ୍ରସାରଣ ଏପ୍ରିଲ ୨୦୨୫ରେ ସକାଳ ୧୧ଟା ୪୫ରୁ ଦିନ ୧୨ଟା ୧୫ ପର୍ଯ୍ୟନ୍ତ ହେବ, ଯାହା ସମ୍ପୂର୍ଣ୍ଣ ଦେଶରେ ଦର୍ଶକମାନେ ପାଇଁ ଦିବ୍ୟ ଉତ୍ସବ ନେଇଆସିବ

ଶ୍ରୋତାମାନେ ନବରାତ୍ରୀଙ୍କ ଆଧ୍ୟାତ୍ମିକ ମହତ୍ଵକୁ ଅନୁଭବ କରିବା , ଭକ୍ତି ଏବଂ ଶ୍ରଦ୍ଧାର ପରିବେଶରେ ଉତ୍ସବ ପାଳନ କରିବା ପାଇଁ ଆକାଶବାଣୀଙ୍କ ଆରାଧନା ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖିପାରିବେ |

******

SPD


(Release ID: 2116538) Visitor Counter : 22