ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
azadi ka amrit mahotsav

ପିଏମ ଗତିଶକ୍ତି ଅଧୀନରେ ନେଟୱର୍କ ଯୋଜନା ଗୋଷ୍ଠୀର ୯୦ତମ ବୈଠକରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ


ସଡ଼କ, ରେଳ ଏବଂ ମେଟ୍ରୋ ପ୍ରକଳ୍ପର ମୂଲ୍ୟାଙ୍କନ କଲା ଏନପିଜି

ଯାଜପୁର-କେନ୍ଦୁଝରରୁ ଧାମରା ବନ୍ଦର ମଧ୍ୟରେ ନୂଆ ବ୍ରଡ୍‌ ଗେଜ୍‌ ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମୀକ୍ଷା

ପୋଷ୍ଟ କରାଯିବା ଦିନାଙ୍କ: 27 MAR 2025 7:55PM by PIB Bhubaneswar

ସଡ଼କ, ରେଳ ଏବଂ ମେଟ୍ରୋ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପର ମୂଲ୍ୟାଙ୍କନ ପାଇଁ ନେଟୱର୍କ ଯୋଜନା ଗୋଷ୍ଠୀ (ଏନପିଜି)ର ୯୦ତମ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପିଏମ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ (ପିଏମଜିଏସ ଏନଏମପି) ଅନୁରୂପ ବହୁମୁଖୀ ସଂଯୋଗ ଏବଂ ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏନପିଜି ପାଞ୍ଚଟି ପ୍ରକଳ୍ପ (ଦୁଇଟି ସଡ଼କ, ଦୁଇଟି ରେଳ ଏବଂ ଗୋଟିଏ ମେଟ୍ରୋ)କୁ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି, ଆର୍ଥିକ ସାମାଜିକ କେନ୍ଦ୍ରଗୁଡ଼ିକ ସହିତ ଶେଷ-ମାଇଲ ସଂଯୋଗ ଏବଂ ଆନ୍ତଃମୋଡାଲ ସମନ୍ୱୟର ପିଏମ ଗତିଶକ୍ତି ନୀତି ସହିତ ଅନୁରୂପତା ପାଇଁ ମୂଲ୍ୟାଙ୍କନ କରିଥିଲା। ଏହି ପଦକ୍ଷେପଗୁଡ଼ିକ ଲଜିଷ୍ଟିକ୍ସ ଦକ୍ଷତାକୁ ବୃଦ୍ଧି କରିବ, ଯାତ୍ରା ସମୟ ହ୍ରାସ କରିବ ଏବଂ ବିଭିନ୍ନ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଆର୍ଥିକ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଏହି ବୈଠକରେ ଯାଜପୁର-କେନ୍ଦୁଝରରୁ ଧାମରା ବନ୍ଦର ମଧ୍ୟରେ ନୂଆ ବିଜି ରେଳ ଲାଇନ ନିର୍ମାଣ କାର୍ଯ୍ୟ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ପୂର୍ବତଟ ରେଳବାଇ ମାଧ୍ୟମରେ, ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡରୁ ଆରଡି ଦେଇ ଧାମରା ବନ୍ଦର ପର୍ଯ୍ୟନ୍ତ ଏକ ୧୦୧.୨୬ କିଲୋମିଟର ଦୀର୍ଘ ବ୍ରଡଗେଜ (ବିଜି) ରେଳ ଲାଇନ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛି। ଏହି ଗ୍ରୀନଫିଲ୍ଡ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ମାଲ ପରିବହନ ଏବଂ ଯାତ୍ରୀ ସଂଯୋଗ ବୃଦ୍ଧି କରିବା। ଏହି ରେଳ ଲାଇନ ଶିଳ୍ପ କ୍ଲଷ୍ଟର, କୋଇଲା କ୍ଷେତ୍ର ଏବଂ ଧାମାରା ବନ୍ଦର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରିବ।

ପିଏମ ଗତିଶକ୍ତି ନେସନାଲ ମାଷ୍ଟର ପ୍ଲାନ ସହିତ ଯୋଡ଼ି ହୋଇଥିବା ଏହି ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ସଂଯୋଗକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ, ଲଜିଷ୍ଟିକ୍ସରେ ଉନ୍ନତି ଆଣିବ ଏବଂ ଆଞ୍ଚଳିକ ତଥା ଜାତୀୟ ଆର୍ଥିକ ଅଭିବୃଦ୍ଧିରେ ଯୋଗଦାନ କରିବ। ଏହି ବୈଠକରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଯୁଗ୍ମ ସଚିବ ପଙ୍କଜ କୁମାର ଅଧ୍ୟକ୍ଷତା କରିଥିଲେ।

********

P.S/Swadhin


(ରିଲିଜ ଆଡି: 2115983) ପରିଦର୍ଶକ କାଉଣ୍ଟର : 122
ଏହି ରିଲିଜ ପଢନ୍ତୁ : English , Urdu , हिन्दी , Marathi , Bengali , Gujarati