ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବିଶ୍ୱ ଜଳ ଦିବସ ଅବସରରେ ଜଳ ସଂରକ୍ଷଣ ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି
Posted On:
22 MAR 2025 10:13AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ସଂରକ୍ଷଣ ଏବଂ ଶତତ ବିକାଶକୁ ଆଗେଇ ନେବା ଦିଗରେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ମାନବ ସଭ୍ୟତାରେ ଜଳର ଭୂମିକା ଉପରେ ଜୋର୍ ଦେଇ ସେ ଆଗାମୀ ପିଢ଼ି ପାଇଁ ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା ଲାଗି ସାମୂହିକ ପଦକ୍ଷେପ ପାଇଁ ମତ ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି;
“ବିଶ୍ୱ ଜଳ ଦିବସ ଅବସରରେ ଆମେ ଜଳର ସଂରକ୍ଷଣ ଏବଂ ଏହାର ଶତତ ବିକାଶକୁ ଆଗେଇ ନେବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଉଛୁ । ଜଳ ସଭ୍ୟତାର ଜୀବନରେଖା ଏବଂ ଆଗାମୀ ପିଢ଼ି ପାଇଁ ଏହାର ସଂରକ୍ଷଣ ସେଥିପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ ।”
SR
(Release ID: 2114677)
Visitor Counter : 7
Read this release in:
Tamil
,
English
,
Urdu
,
Marathi
,
Hindi
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam