ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗଙ୍ଗା ତାଲାବ ବୁଲିରେ ପ୍ରଧାନମନ୍ତ୍ରୀ

Posted On: 12 MAR 2025 5:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସରେ ଗଙ୍ଗା ତାଲାବ ବୁଲିଛନ୍ତି । ସେ ସେଠାରେ ପ୍ରାର୍ଥନା କରିବା ସହ ପବିତ୍ର ତ୍ରିବେଣୀ ସଙ୍ଗମରୁ ନେଇଥିବା ପବିତ୍ର ଗଙ୍ଗା ଜଳ ବିସର୍ଜନ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମହାକୁମ୍ଭ ମେଳାରୁ ପବିତ୍ର ଜଳ ଗଙ୍ଗା ତାଲାବ ପର୍ଯ୍ୟନ୍ତ ଆଣିବା ଦୁଇ ଦେଶ ମଧ୍ୟରେ ଥିବା ଆଧ୍ୟାତ୍ମିକ ଏକତାକୁ ଦର୍ଶାଉଛି । ଏଥିସହ ସେହି ସମୃଦ୍ଧ ପରିମ୍ପରାକୁ ସଂରକ୍ଷିତ ଓ ପାଳନ କରିବାର ପ୍ରତିବଦ୍ଧତାକୁ ଦର୍ଶାଉଛି, ଯାହାକି ଦୁଇ ଦେଶକୁ ଜଡ଼ିତ କରୁଥିବା ସାଂସ୍କୃତିକ ସମ୍ବନ୍ଧର ମୂଳଭିତ୍ତି ।

SR


(Release ID: 2111016) Visitor Counter : 16