ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଆଣ୍ଡ କି ଅଫ୍ ଦ ଇଣ୍ଡିଆନ ଓସନ୍ (ଜିସିଏସକେ) ପୁରସ୍କାରରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ
प्रविष्टि तिथि:
12 MAR 2025 2:59PM by PIB Bhubaneswar
ମରିସସ୍ ରାଷ୍ଟ୍ରପତି,
ମହାମହିମ ଧରମବୀର ଗୋକୁଲ ଜୀ,
ପ୍ରଧାନମନ୍ତ୍ରୀ ମହାମହିମ ନବୀନ ଚନ୍ଦ୍ର ରାମଗୁଲାମ ଜୀ,
ମରିସସର ଭାଇ ଓ ଭଉଣୀମାନେ,
ମରିସସର ସର୍ବୋଚ୍ଚ ଜାତୀୟ ପୁରସ୍କାର ପାଇଥିବାରୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବ୍ୟକ୍ତ କରୁଛି। ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ। ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ। ଏହା ଭାରତ ଏବଂ ମରିସସ୍ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ଆତ୍ମୀୟ ବନ୍ଧନ ପ୍ରତି ଏକ ସମ୍ମାନ। ଏହା ହେଉଛି ଆଞ୍ଚଳିକ ଶାନ୍ତି, ପ୍ରଗତି, ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାର ସ୍ୱୀକୃତି। ଆଉ ଏହା ଗ୍ଲୋବାଲ ସାଉଥ୍ ର ସହଭାଗୀ ଆଶା ଓ ଆକାଂକ୍ଷାର ପ୍ରତୀକ। ମୁଁ ଏହି ପୁରସ୍କାରକୁ ସମ୍ପୂର୍ଣ୍ଣ ବିନମ୍ରତା ଏବଂ କୃତଜ୍ଞତାର ସହ ଗ୍ରହଣ କରୁଛି। ଶହ ଶହ ବର୍ଷ ପୂର୍ବେ ଭାରତରୁ ମରିସସକୁ ଆସିଥିବା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଏବଂ ସେମାନଙ୍କ ସମସ୍ତ ପିଢ଼ିକୁ ମୁଁ ଏହାକୁ ଉତ୍ସର୍ଗ କରୁଛି। ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା, ସେମାନେ ମରିସସର ବିକାଶରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ ଏବଂ ଏହାର ଜୀବନ୍ତ ବିବିଧତାରେ ଯୋଗଦାନ କରିଥିଲେ। ମୁଁ ମଧ୍ୟ ଏହି ସମ୍ମାନକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି। ଆମେ ଭାରତ-ମରିସସ୍ ରଣନୀତିକ ଭାଗିଦାରୀକୁ ଅଧିକ ଉପରକୁ ନେଇଯିବା ଲାଗି ପ୍ରୟାସ ଜାରି ରଖିବୁ, ଏଥିପାଇଁ ମୁଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।
ଅନେକ ଅନେକ ଧନ୍ୟବାଦ।
*******
P.S/Swadhin
(रिलीज़ आईडी: 2110865)
आगंतुक पटल : 78
इस विज्ञप्ति को इन भाषाओं में पढ़ें:
Marathi
,
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam