@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସୃଜନଶୀଳ ସଂଗୀତ ପ୍ରତିଭାଙ୍କୁ ବିଶ୍ୱସ୍ତରୀୟ ମଞ୍ଚ ଯୋଗାଇ ଦେବ ଇଡିଏମ୍‌ ପ୍ରତିଯୋଗିତା



ଅଂଶଗ୍ରହଣ ଲାଗି ପଞ୍ଜୀକରଣର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫

ୱେଭ୍ସ ସମ୍ମିଳନୀ ଏବଂ କ୍ରିଏଟ୍‌ ଇନ୍‌ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ଆୟୋଜିତ ହେବ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍ ପ୍ରତିଯୋଗିତା

 Posted On: 11 MAR 2025 6:45PM |   Location: PIB Bhubaneshwar

ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ବିଶ୍ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନ(େଭ୍ସ) ଆୟୋଜନ କରାଯିବଏହାର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍‌ (ଇଡିଏମ୍) ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି

ରିଜେନେଟ୍‌: ଦ ଇଡିଏମ ଚାଲେଞ୍ଜଶୀର୍ଷକ ଏହି ପ୍ରତିଯୋଗିତାରେ ଇଡିଏମ କ୍ଷେତ୍ରର ବିଶ୍ୱସ୍ତରୀୟ ପ୍ରତିଭାମାନେ ଏକତ୍ରିତ ହେବେ ଏଥିରେ ନବସୃଜନ, ସୃଜନଶୀଳତା ଏବଂ ସଂଗୀତ ପ୍ରଯୋଜନାଲାଇଭ୍ପରଫର୍ମାନ୍ସ କ୍ଷେତ୍ରରେ ସହଭାଗିତା ସ୍ଥାନ ପାଇବ

କ୍ରିଏଟ୍ଇନ୍ଇଣ୍ଡିଆ ଚାଲେଞ୍ଜ’ର ଅଂଶବିଶେଷ ସ୍ୱରୂପ ସୂଚନାପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ସଂଗୀତ ଶିଳ୍ପ (ଆଇଏମଆଇ) ଦ୍ୱାରା ମିଳିତ ଭାବେ ଏହି ଚାଲେଞ୍ଜ ଆୟୋଜନ କରାଯାଉଛିଏହାର ଉଦ୍ଦେଶ୍ୟ ହେଉଛି ସଂଗୀତର ମିଶ୍ରଣ ବା ଫ୍ୟୁଜନ୍, ଇଲେକ୍ଟ୍ରୋନିକ ମ୍ୟୁଜିକ୍ଏବଂ ଡିଜେ କଳା ପ୍ରଦର୍ଶନର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବା

ଇଡିଏମ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ବର୍ତ୍ତମାନ ଖୋଲା ରହିଛି ଏବଂ ୩୧ ମାର୍ଚ୍ଚ ୨୦୨୫କୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ରିଜୋନେଟ୍‌: ଦ ଇଡିଏମ ଚାଲେଞ୍ଜଇଲେକ୍ଟ୍ରୋନିକ୍ ସଙ୍ଗୀତ କଳାକାରମାନଙ୍କୁ ଅଡିଓ, ଭିଜୁଆଲ୍ ଏବଂ ମନୋରଞ୍ଜନ କ୍ଷେତ୍ରରେ ସେମାନଙ୍କର ସୃଜନଶୀଳତା ନବସୃଜନ ପ୍ରଦର୍ଶନ କରିବାକୁ ଏକ ଅତୁଳନୀୟ ମଞ୍ଚ ପ୍ରଦାନ କରିବ ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ଇଲେକ୍ଟ୍ରୋନିକ୍ ସଂଗୀତ ଉଦ୍ୟୋଗର ନେତୃବର୍ଗମାନଙ୍କ ଠାରୁ ଉପାଦେୟ ପରାମର୍ଶମାର୍ଗଦର୍ଶନ ମିଳିବ

ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଡ୍ୟାନ୍ସ ମ୍ୟୁଜିକ୍କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶ୍ୱସ୍ତରୀୟ କଳାକାର, ଗୀତିକାର, ସଂଗୀତଜ୍ଞ ଏବଂ ସଂଗୀତ ପରିବେଷଣକାରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେଏହି ପ୍ରତିଯୋଗିତା ପ୍ରତିଭାମାନଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ଯୋଗାଇ ଦେବ ଏକ ସମନ୍ୱିତ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ସଂଗୀତ ସର୍ଜନା ପାଇଁ ବିଶ୍ୱ ସଂଗୀତ ଶୈଳୀର ବ୍ୟବହାର ଉପରେ ଧ୍ୟାନ ଦେଇ ପ୍ରତିଯୋଗିତାର ବିଷୟବସ୍ତୁରିଜୋନେଟ୍‌: ଦ ଇଡିଏମ ଚାଲେଞ୍ଜରଖାଯାଇଛି

ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ୱାରା ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଠାରେେଭ୍ସ ସମ୍ମିଳନୀ ଆୟୋଜନ କରାଯିବଏହା ଶିଳ୍ପ ପେସାଦାର, ନିବେଶକ, ନିର୍ମାତା, ନବପ୍ରବର୍ତ୍ତକମାନଙ୍କୁ ଗଣମାଧ୍ୟମମନୋରଞ୍ଜନ ପରିଦୃଶ୍ୟରେ ଯୋଡ଼ି ହେବା, ସହଭାଗିତା ସ୍ଥାପନ କରିବା, ନବସୃଜନ ଏବଂ ଯୋଗଦାନ କରିବା ଲାଗି ଏକ ପ୍ରମୁଖ ବିଶ୍ୱସ୍ତରୀୟ ମଞ୍ଚ ଯୋଗାଇ ଦେବ

******

P.S.


Release ID: (Release ID: 2110541)   |   Visitor Counter: 37