ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜୟନ୍ତୀ ଅବସରରେ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

Posted On: 05 MAR 2025 9:51AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମନେ ପକାଇଛନ୍ତି । ସେ ଓଡ଼ିଶାର ବିକାଶ ତଥା ଜନସାଧାରଣଙ୍କ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନକୁ ସ୍ମରଣ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ବିଜୁ ବାବୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମନେ ପକାଉଛି । ଓଡ଼ିଶାର ବିକାଶ ତଥା ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ତାଙ୍କର ଅବଦାନକୁ ଆମେ ସମ୍ମାନପୂର୍ବକ ସ୍ମରଣ କରୁଛୁ । ସେ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଥିଲେ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଦୃଢ଼ ବିରୋଧ କରିଥିଲେ ।”

 

SR


(Release ID: 2108306) Visitor Counter : 28