ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରୟାଗରାଜର ମହାକୁମ୍ଭରେ ଆସି ଧନ୍ୟ ହେଲି : ପ୍ରଧାନମନ୍ତ୍ରୀ


ସଙ୍ଗମରେ ସ୍ନାନ ଇଶ୍ୱରୀୟ ସଂଯୋଗର ଏକ ମୁହୂର୍ତ୍ତ

Posted On: 05 FEB 2025 12:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରୟାଗରାଜରେ ମହାକୁମ୍ଭ ପରିଦର୍ଶନ କରି ସଙ୍ଗମରେ ପବିତ୍ର ବୁଡ ପକାଇଛନ୍ତି ।

ଏକ୍ସରେ ପୃଥକ ପୋଷ୍ଟରେ ସେ ଲେଖିଛନ୍ତି :

“ପ୍ରୟାଗରାଜର ମହାକୁମ୍ଭରେ ଆସି ମୁଁ ଆଶୀର୍ବାଦପ୍ରାପ୍ତ ହୋଇଛି । ସଙ୍ଗମରେ ସ୍ନାନ ହେଉଛି, ଇଶ୍ୱରୀୟ ସଂଯୋଗର ଏକ ମୁହୂର୍ତ୍ତ ଏବଂ ଏଥିରେ ଅଂଶଗ୍ରହଣ କରିଥିବା କୋଟି କୋଟି ଲୋକଙ୍କ ପରି ମୁଁ ମଧ୍ୟ ଭକ୍ତି ଭାବନାରେ ପରିପୂର୍ଣ୍ଣ ହୋଇଛି ।

ମା ଗଙ୍ଗା ସମସ୍ତଙ୍କୁ ଶାନ୍ତି, ଜ୍ଞାନ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୌହାର୍ଦ୍ଦ୍ୟର ଆଶୀର୍ବାଦ ଦିଅନ୍ତୁ ।”

“ପ୍ରୟାଗରାଜ ମହାକୁମ୍ଭରେ ଆଜି ପବିତ୍ର ସଂଗମ ସ୍ନାନ ପରେ ପୂଜା-ଅର୍ଚ୍ଚନା କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ମା ଗଙ୍ଗାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇ ମନକୁ ଅସୀମ ଶାନ୍ତି ଓ ସନ୍ତୋଷ ମିଳିଛି । ତାଙ୍କ ନିକଟରେ ସମସ୍ତ ଦେଶବାସୀଙ୍କ ପାଇଁ ସୁଖ, ସମୃଦ୍ଧି, ଆରୋଗ୍ୟ ଏବଂ କଲ୍ୟାଣ କାମାନା କରିଛି । ହର – ହର ଗଙ୍ଗେ !”

“ପ୍ରୟାଗରାଜର ଦିବ୍ୟ-ଭବ୍ୟ ମହାକୁମ୍ଭରେ ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମର ସଙ୍ଗମ ସମସ୍ତଙ୍କୁ ଅଭିଭୂତ କରୁଛି । ପବିତ୍ର - ପୁଣ୍ୟ କୁମ୍ଭରେ ସ୍ନାନର କିଛି ଫଟୋ......”

 

 

SR


(Release ID: 2100116) Visitor Counter : 13