ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଗଣମାଧ୍ୟମରେ ସିଧା ପ୍ରସାରଣ ସମୟରେ ବିଭ୍ରାନ୍ତିକର ସୂଚନାର ମୁକାବିଲା ପାଇଁ ଏଆଇ ଚାଳିତ ସମାଧାନ ଉପସ୍ଥାପନ କରିବ ଓ୍ବେଭ୍ସ୍ ୨୦୨୫


କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଅଧୀନରେ ଟ୍ରୁଥ୍ ଟେଲ୍ ହ୍ୟାକାଥନ୍ ଲାଗି ସାରା ବିଶ୍ବରୁ ୫,୬୦୦ରୁ ଅଧିକ ପଞ୍ଜୀକରଣ ମିଳିଛି, ଯେଉଁଥିରେ ୩୬% ମହିଳା ଅଂଶଗ୍ରହଣକାରୀ ଅଛନ୍ତି

ପରାମର୍ଶ, ପାଣ୍ଠି ଏବଂ ୧୦ ଲକ୍ଷ ଟଙ୍କାର ପୁରସ୍କାର: ଦର୍ଶକଙ୍କୁ ବିଭ୍ରାନ୍ତିକର ବିଷୟବସ୍ତୁରୁ ରକ୍ଷା କରିବା ଏବଂ ନୈତିକ ସାମ୍ବାଦିକତାକୁ ପ୍ରୋତ୍ସାହିତ କରିବାର ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ

ଖୁବଶୀଘ୍ର ବନ୍ଦ ହେଉଛି ପଞ୍ଜୀକରଣ ! ଫେବୃଆରୀ ୨୧, ୨୦୨୫ ପୂର୍ବରୁ ଟ୍ରୁଥ୍ ଟେଲ୍ ହ୍ୟାକାଥନରେ ଯୋଗ ଦିଅନ୍ତୁ

Posted On: 04 FEB 2025 12:12PM by PIB Bhubaneshwar

କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଅଧୀନରେ ଟ୍ରୁଥ୍ ଟେଲ୍ ହ୍ୟାକାଥନ୍ ଲାଗି ସାରା ବିଶ୍ବରୁ ୫,୬୦୦ରୁ ଅଧିକ ପଞ୍ଜୀକରଣ ମିଳିଛି, ଯେଉଁଥିରେ ୩୬% ମହିଳା ଅଂଶଗ୍ରହଣକାରୀ ଅଛନ୍ତି

ପରାମର୍ଶ, ପାଣ୍ଠି ଏବଂ ୧୦ ଲକ୍ଷ ଟଙ୍କାର ପୁରସ୍କାର: ଦର୍ଶକଙ୍କୁ ବିଭ୍ରାନ୍ତିକର ବିଷୟବସ୍ତୁରୁ ରକ୍ଷା କରିବା ଏବଂ ନୈତିକ ସାମ୍ବାଦିକତାକୁ ପ୍ରୋତ୍ସାହିତ କରିବାର ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ

 ଖୁବଶୀଘ୍ର ବନ୍ଦ ହେଉଛି ପଞ୍ଜୀକରଣ ! ଫେବୃଆରୀ ୨୧, ୨୦୨୫ ପୂର୍ବରୁ ଟ୍ରୁଥ୍ ଟେଲ୍ ହ୍ୟାକାଥନରେ ଯୋଗ ଦିଅନ୍ତୁ

 

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ) ସହଯୋଗରେ ଟ୍ରୁଥ୍ ଟେଲ୍ ହାକାଥନ ଚ୍ୟାଲେଞ୍ଜ ଘୋଷଣା କରିଛି। ୱାର୍ଲ୍ଡ ଅଡିଓ ଭିଜୁଆଲ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ (ୱେଭ୍ସ) ୨୦୨୫ରେ କ୍ରିଏଟ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ (ସିଆଇସି)ର ସିଜିନ-୧ର ଏକ ଅଂଶ ହେଉଛି ଏହି ହ୍ୟାକାଥନ୍ । ଲାଇଭ୍ ପ୍ରସାରଣରେ ବିଭ୍ରାନ୍ତିକର ସୂଚନାର ମୁକାବିଲା ପାଇଁ ଏକ ଏଆଇ ପରିଚାଳିତ ସମାଧାନ ବିକଶିତ କରିବା ଉଦ୍ଦେଶ୍ୟରେ ଏହି ଚ୍ୟାଲେଞ୍ଜ ଏକ ଅଗ୍ରଣୀ ପଦକ୍ଷେପ ।

ଜାତିଆତିକୁ ହ୍ୟାକ୍ କରିବା

ଆଜିକାଲିର ଦ୍ରୁତ ଗତିଶୀଳ ଗଣମାଧ୍ୟମ ଯୁଗରେ ବିଶେଷ କରି ସିଧା ପ୍ରସାରଣ ସମୟରେ ବିଭ୍ରାନ୍ତିକର ସୂଚନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରସାରଣକାରୀ, ସାମ୍ବାଦିକ ଏବଂ ଦର୍ଶକଙ୍କ ପାଇଁ ରିୟଲ ଟାଇମରେ ମିଥ୍ୟା ସୂଚନା ଚିହ୍ନଟ କରିବା ଏକ ସମାନ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ।

୧୦ ଲକ୍ଷ ଟଙ୍କାର ପୁରସ୍କାର ପୁଲ୍ ସହ ଏହି ହ୍ୟାକାଥନ୍ ଡେଭଲପର୍ସ, ଡାଟା ବୈଜ୍ଞାନିକ ଏବଂ ମିଡିଆ ପ୍ରଫେସନାଲମାନଙ୍କୁ ରିୟଲ ଟାଇମ୍ ଭୁଲ ସୂଚନା ଚିହ୍ନଟ ଏବଂ ତଥ୍ୟ ଯାଞ୍ଚ ପାଇଁ ଏଆଇ-ଚାଳିତ ଉପକରଣ ତିଆରି କରିବାକୁ ଆହ୍ୱାନ କରିଛି। ବିଜେତା ଦଳଗୁଡ଼ିକୁ ଅଗ୍ରଣୀ ବୈଷୟିକ ପେସାଦାରଙ୍କ ଠାରୁ ନଗଦ ପୁରସ୍କାର, ମେଣ୍ଟରସିପ୍ ସୁଯୋଗ ଏବଂ ଇନକ୍ୟୁବେସନ୍ ସହାୟତା ପ୍ରଦାନ କରାଯିବ।

ବିଶ୍ୱବ୍ୟାପୀ ୫,୬୦୦ରୁ ଅଧିକ ପଞ୍ଜୀକରଣ ହୋଇଥିବା ଏହି ହ୍ୟାକାଥନ୍ ପ୍ରତି ଏପର୍ଯ୍ୟନ୍ତ ପ୍ରବଳ ଆଗ୍ରହ ପ୍ରକାଶ ପାଇଛି, ଯେଉଁଥିରେ ୩୬% ମହିଳା ଅଂଶଗ୍ରହଣକାରୀ ଅଛନ୍ତି।

ମୁଖ୍ୟ ଉଦ୍ଦେଶ୍ୟ:

•          ସିଧା ପ୍ରସାରଣରେ ସୂଚନାର ରିଅଲ-ଟାଇମ୍ ଚିହ୍ନଟ ଏବଂ ଯାଞ୍ଚ ପାଇଁ ଏଆଇ-ଚାଳିତ ଉପକରଣ ବିକଶିତ କରିବା।

•          ଗଣମାଧ୍ୟମ କ୍ଷେତ୍ରରେ ବିଶ୍ୱାସ ଓ ସ୍ୱଚ୍ଛତା ବୃଦ୍ଧି କରିବା।

 

•          ଖବର ରିପୋର୍ଟିଂ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ।

 

 

ହ୍ୟାକାଥନ ପର୍ଯ୍ୟାୟ ଏବଂ ମୁଖ୍ୟ ତାରିଖ:

ପ୍ରୋଟୋଟାଇପ୍ ଦାଖଲର ଚୂଡ଼ାନ୍ତ ତାରିଖ: ଫେବୃଆରୀ ୨୧, ୨୦୨୫

ଚୂଡ଼ାନ୍ତ ଉପସ୍ଥାପନା: ମାର୍ଚ୍ଚ ୨୦୨୫ ଶେଷ

ବିଜେତା ପ୍ରଦର୍ଶନୀ: ଓ୍ବେଭ୍ସ୍ ସମ୍ମିଳନୀ ୨୦୨୫

 

ଅଂଶଗ୍ରହଣ ବିବରଣୀ ଏବଂ ପଞ୍ଜୀକରଣ ପାଇଁ, ଏଠାରେ ଦେଖନ୍ତୁ : https://icea.org.in/truthtell/

ସହଯୋଗୀ ଅଂଶୀଦାର :

ଏହି ହ୍ୟାକାଥନକୁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ଏମଇଆଇଟିୱାଇ), ଇଣ୍ଡିଆ ଏଆଇ ମିଶନ ଏବଂ ଡାଟା ଲିଡ୍ସ ସମେତ ପ୍ରମୁଖ ଅଂଶୀଦାରମାନେ ସମର୍ଥନ କରୁଛନ୍ତି; ଗଣମାଧ୍ୟମ ପ୍ରଯୁକ୍ତିବିଦ୍ୟାରେ ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରସାରଣ ମାନ ବଜାୟ ରଖିବା ପାଇଁ ଏହା ଆଇସିଇଏର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।

ଆଇସିଇଏ ସଂପର୍କରେ :

ଇଣ୍ଡିଆ ସେଲୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ (ଆଇସିଇଏ) ହେଉଛି ଭାରତର ମୋବାଇଲ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ପ୍ରତିନିଧିତ୍ୱ କରୁଥିବା ଏକ ଅଗ୍ରଣୀ ଶିଳ୍ପ ସଂସ୍ଥା, ଯାହା ଭାରତର ଡିଜିଟାଲ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଉଦ୍ଭାବନ, ନୀତି ଆଡଭୋକେସି ଏବଂ ବିଶ୍ୱସ୍ତରୀୟ ସହଯୋଗକୁ ପ୍ରୋତ୍ସାହିତ କରେ ।

TKM


(Release ID: 2099613) Visitor Counter : 18