ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ ଓ ସଚିବମାନଙ୍କୁ ନେଇ ଅନୁଷ୍ଠିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଉଦଯାପିତ


ଡଃ ମାଣ୍ଡଭିୟ କହିଲେ, ଯେ ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ସମେତ କୋଠା ଓ ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ଭାରତ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା

ଏହି ଚିନ୍ତନ ଶିବିର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସର୍ବୋତ୍ତମ ଅଭ୍ୟାସ ବାଣ୍ଟିବା ଏବଂ ପରସ୍ପରଠାରୁ ଶିଖିବା ପାଇଁ ଏକ ସହଯୋଗୀ ମଞ୍ଚ ପ୍ରଦାନ କରିଥିଲା

ବ୍ୟାପକ ସାମାଜିକ ସୁରକ୍ଷା ନିମନ୍ତେ ଏକ ସ୍ଥାୟୀ ମଡେଲ ବିକଶିତ କରିବା ପାଇଁ ତିନୋଟି କମିଟି ଗଠନ କରାଯାଇଛି

Posted On: 30 JAN 2025 3:53PM by PIB Bhubaneshwar

 

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟବର ଶ୍ରମମନ୍ତ୍ରୀ ଓ ଶ୍ରମ ସଚିବଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଆଜି ଶେଷ ହୋଇଛି। ଏହି କର୍ମଶାଳାରେ ମାନ୍ୟବର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ, ବିଭିନ୍ନ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟର ସଚିବ ସୁମିତା ଦାୱରା ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତବର୍ଷ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ହୋଇଥିବା ୬ଟି ଆଞ୍ଚଳିକ କର୍ମଶାଳା ଏବଂ ଅନ୍ୟାନ୍ୟ ଆଲୋଚନାର ସଫଳ ଫଳାଫଳକୁ ଏହି ବୈଠକରେ ଚୂଡ଼ାନ୍ତ କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଉଦ୍ଦେଶ୍ୟରେ ଦୁଇ ଦିନ ଧରି ପାଞ୍ଚଟି ଅଧିବେଶନରେ ୧୦ରୁ ଅଧିକ ବିଷୟ ଉପରେ ବ୍ୟାପକ ଆଲୋଚନା କରାଯାଇ ତଥ୍ୟ ସଂଗ୍ରହ କରାଯାଇଥିଲା। ୫ଟି ଲେଖାଏଁ ରାଜ୍ୟର ୩ଟି କମିଟି ଗଠନ କରାଯାଇଛି। ଏହି କର୍ମଶାଳାରେ ହୋଇଥିବା ଆଲୋଚନା ଆଧାରରେ ଏହି କମିଟିଗୁଡ଼ିକ ଆଲୋଚନା କରି ଶ୍ରମିକମାନଙ୍କ ପାଇଁ ବ୍ୟାପକ ସାମାଜିକ ସୁରକ୍ଷା କଭରେଜ୍ ପାଇଁ ଏକ ସ୍ଥାୟୀ ମଡେଲ୍ ପ୍ରସ୍ତୁତ କରିବେ, ଯାହା ମାର୍ଚ୍ଚ ୨୦୨୫ରେ ଉପସ୍ଥାପିତ ହେବ।

ଦୁଇ ଦିନିଆ କର୍ମଶାଳାରେ ହୋଇଥିବା ଆଲୋଚନା ଓ ପରାମର୍ଶକୁ ଉଲ୍ଲେଖ କରି କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦର୍ଶିତ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବାର ସମ୍ଭାବ୍ୟତା ଆକଳନ କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ। ସଂଗଠିତ ଏବଂ ଅସଂଗଠିତ ଶ୍ରମିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସଂସ୍କାର ଏବଂ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଜାରି ରହିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ପେନସନ, ସ୍ୱାସ୍ଥ୍ୟସେବା, ଜୀବନ ଓ ଦୁର୍ଘଟଣା ବୀମା ଇତ୍ୟାଦି ପ୍ରଦାନ କରୁଥିବା ବ୍ୟାପକ ଏବଂ ସ୍ଥାୟୀ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା।

ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା, ଯେପରିକି ନିର୍ମାଣ କାର୍ଯ୍ୟ, ଗିଗ୍ ଏବଂ ପ୍ଲାଟଫର୍ମ ଅର୍ଥନୀତି ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଏହି ଶ୍ରମିକମାନଙ୍କ ପାଇଁ ଏକ ସ୍ଥାୟୀ ସାମାଜିକ ସୁରକ୍ଷା ମଡେଲ୍ ବିକଶିତ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏହାବ୍ୟତୀତ ଚୁକ୍ତିଭିତ୍ତିକ ଶ୍ରମିକଙ୍କ କଲ୍ୟାଣ ଏବଂ ନିରୀକ୍ଷକରୁ ନିରୀକ୍ଷକ-ତଥା-ସୁବିଧାପ୍ରଦାନକାରୀରେ ରୂପାନ୍ତରିତ କରିବା ଦ୍ବିତୀୟ ଦିନର ଅନ୍ୟ ପ୍ରମୁଖ ଏଜେଣ୍ଡା ଥିଲା।

ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଇଁ ଶିକ୍ଷା ଓ ଦକ୍ଷତା ବିକାଶ ଅନୁଷ୍ଠାନର ବିକାଶ ସହିତ ସାମାଜିକ ନିରାପତ୍ତା ପ୍ରଦାନ କ୍ଷେତ୍ରରେ ବିଓସିଡବ୍ଲୁ ସେସ୍ ପାଣ୍ଠିର ଉପଯୋଗ କରିବାଦିଗରେ ରାଜ୍ୟଗୁଡ଼ିକ ଅଗ୍ରଗତି ପ୍ରଦର୍ଶନ କରିଥିଲେ। ପେନସନ ଭଳି ବିଭିନ୍ନ ସାମାଜିକ କଲ୍ୟାଣମୂଳକ ପଦକ୍ଷେପ ପ୍ରଦାନ ପାଇଁ ଏହି ସମ୍ବଳକୁ ବ୍ୟବହାର କରିବାର ନୂତନ ଉପାୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ଅସଂଗଠିତ ଶ୍ରମିକମାନଙ୍କୁ ଇ-ଶ୍ରମ ପୋର୍ଟାଲରେ ଅନ୍ତର୍ଭୁକ୍ତ କରିବାଦିଗରେ ହୋଇଥିବା ଅଗ୍ରଗତି ଶେଷ ବିନ୍ଦୁ ପର୍ଯ୍ୟନ୍ତ ଏହି ଶ୍ରମିକମାନଙ୍କୁ ସୁବିଧା ପ୍ରଦାନକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରମାଣିତ କରିଛି। ବର୍ତ୍ତମାନ ସୁଦ୍ଧା ୩୦ କୋଟିରୁ ଅଧିକ ଅଣସଂଗଠିତ ଶ୍ରମିକ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ମନ୍ତ୍ରଣାଳୟ ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସାମାଜିକ ସୁରକ୍ଷା ଏବଂ କଲ୍ୟାଣ ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରୁଛି । ଏହି ଯୋଜନାର ପାଣ୍ଠି, ତଥ୍ୟ ସଂଗ୍ରହ ଏବଂ ପ୍ରଶାସନ ଉପରେ ଆଲୋଚନା କରାଯାଇଥିଲା ଏବଂ ଅଣସଂଗଠିତ ଶ୍ରମିକଙ୍କ ତଥ୍ୟ ଆଦାନପ୍ରଦାନକୁ ପ୍ରାଥମିକତା ଦେବା ସହିତ ଗିଗ୍ ଏବଂ ପ୍ଲାଟଫର୍ମ ଶ୍ରମିକଙ୍କ ଉପରେ ଧ୍ୟାନ ଦେବା ଏବଂ ମିଶନ ମୋଡରେ ଇ-ଶ୍ରମ ପୋର୍ଟାଲରେ ସେମାନଙ୍କ ପଞ୍ଜୀକରଣରେ ସହାୟତା କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା । ଏନସିଏସ ଏବଂ ଏସଆଇଡିଏଚ୍ ଭଳି ସରକାରୀ ପୋର୍ଟାଲକୁ ଇ-ଶ୍ରମ ସହିତ ମିଶ୍ରଣ ନିଯୁକ୍ତି ସୃଷ୍ଟି, ନିଯୁକ୍ତି ସମ୍ଭାବନା, ଦକ୍ଷତା ବିକାଶ ଏବଂ ଅନ୍ୟାନ୍ୟକୁ ପ୍ରୋତ୍ସାହିତ କରିବାରେ ସହାୟକ ହେଉଛି ।

ନିରୀକ୍ଷକରୁ ନିରୀକ୍ଷକ-ତଥା-ସୁବିଧାପ୍ରଦାନକାରୀ ମଡେଲରେ ପରିବର୍ତ୍ତନ ସମ୍ପର୍କରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକଙ୍କ ସହ ଆଲୋଚନା ଅନ୍ୟ ଏକ ପ୍ରମୁଖ ସଂସ୍କାର ଥିଲା । ଏହି ସଂସ୍କାରର ମୂଳ ଉଦ୍ଦେଶ୍ୟ ହେଉଛି ଅନୁପାଳନ ବୋଝ ହ୍ରାସ କରିବା ଏବଂ ବ୍ୟବସାୟ କରିବାରେ ସହଜତାକୁ ପ୍ରୋତ୍ସାହିତ କରିବା ସହିତ ଉତ୍ତମ କାର୍ଯ୍ୟ ପରିସ୍ଥିତି, କାର୍ଯ୍ୟ ପାଇଁ ସମାନ ସୁଯୋଗ ଏବଂ ଉନ୍ନତ କର୍ମଚାରୀ-ନିଯୁକ୍ତିଦାତା ସମ୍ପର୍କ ସୁନିଶ୍ଚିତ କରିବା ।

ମାନ୍ୟବର ଶ୍ରମ ଓ ନିଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ତାଙ୍କ ସମାପନୀ ଭାଷଣରେ ୨୦୪୭ ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତର କାର୍ଯ୍ୟବଳର ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିଥିଲେ । ଉଭୟ ସଂଗଠିତ ଓ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ କରିବା ଏବଂ ଶ୍ରମିକ କଲ୍ୟାଣ ସୁନିଶ୍ଚିତ କରିବା ଗତବର୍ଷ ହୋଇଥିବା ସମସ୍ତ ଆଲୋଚନା ଏବଂ ଏହି ଦୁଇ ଦିନିଆ ବିଚାରବିମର୍ଶ ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା। ସମସ୍ତ ପଦକ୍ଷେପକୁ ଠିକ୍ ସମୟରେ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚାଇବା ପାଇଁ ଏକ ବ୍ୟାପକ ସରକାରୀ ଆଭିମୁଖ୍ୟର ଆବଶ୍ୟକତାକୁ ସେ ଦୋହରାଇଥିଲେ।

ସମବାୟ ସଂଘବାଦର ଭାବନା ରେ ଏହି ଦୁଇ ଦିନିଆ ବୈଠକରେ ଶ୍ରମିକ କଲ୍ୟାଣକୁ ପ୍ରୋତ୍ସାହିତ କରିବା, ବ୍ୟବସାୟ କରିବାରେ ସହଜତା ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରାଯାଇଥିଲା ।

 

TKM


(Release ID: 2097764) Visitor Counter : 38