ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦିଲ୍ଲୀର ନାରାଇନାରେ ଲୋହରୀ ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ
ଲୋହରୀ ନବିନୀକରଣ ଓ ଆଶାର ପ୍ରତୀକ
Posted On:
13 JAN 2025 10:15PM by PIB Bhubaneshwar
ଦିଲ୍ଲୀର ନାରାଇନାରେ ଆଜି ଅନୁଷ୍ଠିତ ଲୋହରୀ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାମିଲ ହୋଇଛନ୍ତି । ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି, ଲୋହରୀ ଅନେକ ଲୋକଙ୍କ ପାଇଁ, ବିଶେଷ କରି ଉତ୍ତର ଭାରତୀୟମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । “ଏହା ନବିନୀକରଣ ଓ ଆଶାର ପ୍ରତୀକ । ଏହାର ମଧ୍ୟ କୃଷି ଏବଂ କଠିନ ପରିଶ୍ରମ କରୁଥିବା କୃଷକଙ୍କ ସହ ସମ୍ପର୍କ ରହିଛି” ଶ୍ରୀ ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଲୋହରୀ ଅନେକ ଲୋକଙ୍କ ପାଇଁ, ବିଶେଷ କରି ଉତ୍ତର ଭାରତୀୟମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ନବିନୀକରଣ ଓ ଆଶାର ପ୍ରତୀକ । ଏହାର ମଧ୍ୟ କୃଷି ଏବଂ କଠିନ ପରିଶ୍ରମ କରୁଥିବା କୃଷକଙ୍କ ସହ ସମ୍ପର୍କ ରହିଛି ।
ଆଜି ସନ୍ଧ୍ୟାରେ ଦିଲ୍ଲୀର ନାରାଇନାରେ ଲୋହରୀ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଥିଲା । ଉତ୍ସବରେ ବିଭିନ୍ନ ବର୍ଗର ଲୋକ, ବିଶେଷ କରି ଯୁବକ ଓ ମହିଳାମାନେ ସାମିଲ ହୋଇଥିଲେ ।
ସମସ୍ତଙ୍କ ଲୋହରୀର ବହୁତ ଶୁଭେଚ୍ଛା ।”
“ଦିଲ୍ଲୀ ଲୋହରୀ କାର୍ଯ୍ୟକ୍ରମର ଆଉ କିଛି ଝଲକ ଏଠାରେ ।”
SR
(Release ID: 2092686)
Visitor Counter : 9
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam